Advertisment

କରୋନାକୁ ଡରି ଶୁଦ୍ଧିକ୍ରିୟାକୁ ଆସିଲାନି ବାରିକ, ପରସ୍ପରକୁ ଲଣ୍ଡା କଲେ ପରିବାର

ଭୋପାଳ: ମଧ୍ୟପ୍ରଦେଶର ଖାର୍ଗୋନରେ କରୋନାକୁ ନେଇ ଭୟାବୟ ପରିସ୍ଥିତି ସୃଷ୍ଟି ହୋଇଛି। ମୃତକଙ୍କ ଘର ସାମ୍ନାରେ ଜଣେ କରୋନା ପଜିଟିଭ ଚିହ୍ନଟ ପରେ ଗାଁର ସମସ୍ତ ବାରିକମାନେ ସେମାନଙ୍କ ଚୁଟି କାଟିବାକୁ ମନା କରିଦେଇଥିଲେ। ପରେ ମୃତକଙ୍କ ପରିବାରର ୪୦ ଜଣ ସମ୍ପର୍କୀୟ ପରସ୍ପରର ଚୁଟି କାଟିବାକୁ ବାଧ୍ୟ ହୋଇଛନ୍ତି। ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୩୦ କିମି ଦୂରରେ ଥିବା ଶେଗାଓଁ ବ୍ଲକର ରସଗାଓଁରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଏଠାରେ ୫୨ ବର୍ଷୀୟ ଶ୍ରୀରାମ […]

ଅଦ୍ୟତନ ହୋଇଛି
କରୋନାକୁ ଡରି ଶୁଦ୍ଧିକ୍ରିୟାକୁ ଆସିଲାନି ବାରିକ, ପରସ୍ପରକୁ ଲଣ୍ଡା କଲେ ପରିବାର

corona3

Advertisment

ଭୋପାଳ: ମଧ୍ୟପ୍ରଦେଶର ଖାର୍ଗୋନରେ କରୋନାକୁ ନେଇ ଭୟାବୟ ପରିସ୍ଥିତି ସୃଷ୍ଟି ହୋଇଛି। ମୃତକଙ୍କ ଘର ସାମ୍ନାରେ ଜଣେ କରୋନା ପଜିଟିଭ ଚିହ୍ନଟ ପରେ ଗାଁର ସମସ୍ତ ବାରିକମାନେ ସେମାନଙ୍କ ଚୁଟି କାଟିବାକୁ ମନା କରିଦେଇଥିଲେ। ପରେ ମୃତକଙ୍କ ପରିବାରର ୪୦ ଜଣ ସମ୍ପର୍କୀୟ ପରସ୍ପରର ଚୁଟି କାଟିବାକୁ ବାଧ୍ୟ ହୋଇଛନ୍ତି।

Advertisment

पड़ोसी को कोरोना, नाइयों का मुंडन से इनकार, घरवालों ने आपस में काटे बाल

ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୩୦ କିମି ଦୂରରେ ଥିବା ଶେଗାଓଁ ବ୍ଲକର ରସଗାଓଁରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଏଠାରେ ୫୨ ବର୍ଷୀୟ ଶ୍ରୀରାମ ଚୌଧୁରୀଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ମୃତ୍ୟୁ ପରେ ପରିବାରକୁ ୧୦ ଦିନ ଚୁଟି କାଟିବାକୁ ପଡ଼ିଥାଏ। କିନ୍ତୁ ଗାଁରେ କରୋନାର ଭୟ ଏତେ ଅଧିକ ଯେ ଗାଁର ସମସ୍ତ ବାରିକମାନେ ସେମାନଙ୍କ ପରିବାରର ଚୁଟି କାଟିବା ପାଇଁ ମନା କରିଦେଲେ।

पड़ोसी को कोरोना, नाइयों का मुंडन से इनकार, घरवालों ने आपस में काटे बाल

ବାରିକମାନେ ଚୁଟି ନକାଟିବାର କାରଣ ମଧ୍ୟ ଅଦ୍ଭୁତ ଥିଲା। ମୃତକଙ୍କ ଘର ସାମ୍ନାରେ ଥିବା ଜଣେ କମ୍ପ୍ୟୁଟର ଅପରେଟର କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ମୃତକଙ୍କ ପରିବାର ଲୋକେ ବାରମ୍ୱାର ଅନୁରୋଧ ସତ୍ତ୍ୱେ ବି କୌଣସି ବାରିକ ଚୁଟି କାଟିବାକୁ ଆସି ନଥିଲେ।

Advertisment

ଏହା ପରେ ମୃତକଙ୍କ ସମ୍ପର୍କୀୟମାନେ ନିଷ୍ପତ୍ତି ନେଇଥିଲେ ଯେ ଦଶକାମରେ ତ ରୀତିନୀତି କରିବା ନିହାତି ଆବଶ୍ୟକ। ଏନେଇ ପରିବାର ଲୋକେ ବଜାରକୁ ଯାଇ ସେଭିଙ୍ଗର ସମସ୍ତ ସାମଗ୍ରୀ କିଣିଥିଲେ। ପରେ ପରିବାରର ୪୦ ଜଣ ସମ୍ପର୍କୀୟ ପରସ୍ପରର ଚୁଟି କାଟିବା ଆରମ୍ଭ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ