bottel
ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ସମଗ୍ର ଦେଶରେ ନିଜର କାୟାକୁ ବିସ୍ତାର କରିବାରେ ଲାଗିଛି। ସଂକ୍ରମଣ ରୋକିବା ପାଇଁ ସାରା ଦେଶ ଲକ୍ଡାଉନ୍। ତୃତୀୟ ପର୍ଯ୍ୟାୟ ଲକ୍ଡାଉନ ଅବଧି ମେ’ ୧୭ରେ ଶେଷ ହେବାକୁ ଯାଉଛି। କରୋନା ସଂକ୍ରମଣ ଯୋଗୁ ଜୀବିକା ହରାଇ ବାହାରେ ଫସି ରହିଥିବା ଶ୍ରମିକମାନେ ଏବେ ଗ୍ରାମାଭିମୁଖୀ।
ହେଲେ ଘରକୁ ଫେରିବା ପାଇଁ କୌଣସି ସାଧନ ନାହିଁ। ନ ଗାଡ଼ିମୋଟର ଅଛି ନା ପାଖରେ ଅଛି ଅର୍ଥ। ଏପରି ପରିସ୍ଥିତିରେ ଶ୍ରମିକମାନେ ଶହ ଶହ କିମି ବାଟ ଚାଲି ଚାଲି ଆସୁଛନ୍ତି । ଆଉ କିଏ ସାଇକେଲରେ ଫେରୁଛନ୍ତି । ଏହି ସମୟରେ ହରିୟାଣାରେ ଶ୍ରମିକ ଯନ୍ତ୍ରଣାର ଆଉ ଏକ ହୃଦୟଭିଜା ଦୃଶ୍ୟ ଦେଖିବାକୁ ମିଳିଛି। ଶ୍ରମିକମାନେ ଖାଲି ପାଦରେ ପଞ୍ଜାବରୁ ଅମ୍ୱାଲାରେ ପହଞ୍ଚିଥିଲେ। ଏତେ ବାଟ ଚାଲିବା ପରେ ସେମାନଙ୍କ ମଧ୍ୟରୁ କେତେକଙ୍କ ଚପଲ ଛିଣ୍ଡି ଯାଇଥିଲା। ଖରାରେ ପାଦ ସିଝି ଯାଉଛି। ଏପରି ଅବସ୍ଥାରେ ଅସହାୟ ଶ୍ରମିକମାନେ କିପରି ପିଇବା ପାଣି ବୋତଲକୁ ଚପଲ ଭାବେ ପାଦରେ ବାନ୍ଧି ଚାଲୁଛନ୍ତି ତାହାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି।
ଖବର ଅନୁଯାୟୀ, ଲକ୍ଡାଉନ୍ ସମୟରେ କାମ ବନ୍ଦ ଯୋଗୁ କେତେକ ଶ୍ରମିକ ପଞ୍ଜାବରୁ ହରିୟାଣାକୁ ଯାଉଥିଲେ। ସେହି ଶ୍ରମିକମାନଙ୍କ ପାଖରେ ଲକ୍ଡାଉନ୍ର ପାସ୍ ମଧ୍ୟ ନଥିଲା। ଏହି କାରଣରୁ ଅମ୍ୱାଲ ପୋଲିସ ସେମାନଙ୍କୁ ଜାତୀୟ ରାଜପଥରେ ଅଟକାଇ ପାସ୍ ମାଗୁଥିଲା। କିନ୍ତୁ ସେମାନେ ପାସ୍ ନଦେବାରୁ ତାଙ୍କୁ ରାଜ୍ୟରେ ପଶିବାକୁ ଦେଉନଥିଲେ। ଫଳରେ ପୋଲିସର ମାଡକୁ ଡରି କେତେକ ଶ୍ରମିକ ଦୌଡା ଦୌଡି କରିଥିଲେ, ଯାହାଫଳରେ ସେମାନଙ୍କର ଚପଲ ଛିଣ୍ଡି ଯାଇଥିଲା। ଅନ୍ୟମାନେ ଚାଲିଚାଲି ଫେରୁଥିବାରୁ ସେମାନଙ୍କର ଚପଲ ମଧ୍ୟ ଘୋରିହୋଇ ଛିଣ୍ଡି ଯାଉଥିଲା। ତଥାପି ଶ୍ରମିକମାନେ ହାର ମାନିନଥିଲେ। ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାକୁ ଚେଷ୍ଟା କରୁଥିଲେ।
କିନ୍ତୁ ଖରାଦିନେ ସେମାନେ କେମିତି ଚାଲିବେ? ତାଙ୍କ ପାଦ ଖରାରେ ଜଳିବା ଆରମ୍ଭ କରିଥିଲା। ସେମାନେ ବିନା ଚପଲରେ ଘରକୁ ଯିବା ଅସମ୍ଭବ ମନେ ହେଉଥିଲା । ଏପରି ପରିସ୍ଥିତିରେ ତାଙ୍କ ମନକୁ ଏକ ଧାରଣା ଆସିଲା ଏବଂ ସେ ପାଣି ବୋତଲକୁ ତାଙ୍କ ପାଦରେ ବାନ୍ଧି ଚପଲ ତିଆରି କରି ନିଜ ଗନ୍ତବ୍ୟ ସ୍ଥଳକୁ ଯିବାକୁ ସ୍ଥିର କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/bottel_1626693698.jpg)