Advertisment

ଡରାଉଛି ମୃତ୍ୟୁର କରାଳ ରୂପ, ତଥାପି ଥକି ପଡ଼ିନି ସହାୟତାର ହାତ

ଜୟପୁର: ପ୍ରତି ମୁହୂର୍ତ୍ତରେ ମୃତ୍ୟୁର କରାଳ ରୂପ ଡରାଉଛି। ସେ ଡରି ଯାଇଛନ୍ତି ସତ ହେଲେ ଥକି ଯାଇ ନାହାନ୍ତି। କରୋନା ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛନ୍ତି।  ଆଖି ଆଗରେ  ରାଜସ୍ଥାନର ଅଜମେର ଜିଲ୍ଲାରେ ‘ମାର୍ବଲ ସିଟି’ ଭାବରେ ନିଜର ପରିଚୟ ପ୍ରତିଷ୍ଠା କରିଥିବା କିଶାନଗଡର ଜଣେ ଶୀକ୍ଷୟତ୍ରି କ୍ୟାନସର ରୋଗରେ ପୀଡିତ । ହେଲେ କରୋନା ଭାଇରସ ବିରୋଧରେ ଲଢ଼େଇ କରୁଛନ୍ତି। କରୋନା ରୋଗୀଙ୍କ ପାଇଁ ମାସ୍କ ନିଜ ହାତରେ ତିଆରି କରୁଛନ୍ତି ଏବଂ ମାଗଣାରେ […]

ଡରାଉଛି ମୃତ୍ୟୁର କରାଳ ରୂପ, ତଥାପି ଥକି ପଡ଼ିନି ସହାୟତାର ହାତ

mask222

Advertisment

ଜୟପୁର: ପ୍ରତି ମୁହୂର୍ତ୍ତରେ ମୃତ୍ୟୁର କରାଳ ରୂପ ଡରାଉଛି। ସେ ଡରି ଯାଇଛନ୍ତି ସତ ହେଲେ ଥକି ଯାଇ ନାହାନ୍ତି। କରୋନା ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛନ୍ତି।  ଆଖି ଆଗରେ  ରାଜସ୍ଥାନର ଅଜମେର ଜିଲ୍ଲାରେ 'ମାର୍ବଲ ସିଟି' ଭାବରେ ନିଜର ପରିଚୟ ପ୍ରତିଷ୍ଠା କରିଥିବା କିଶାନଗଡର ଜଣେ ଶୀକ୍ଷୟତ୍ରି କ୍ୟାନସର ରୋଗରେ ପୀଡିତ । ହେଲେ କରୋନା ଭାଇରସ ବିରୋଧରେ ଲଢ଼େଇ କରୁଛନ୍ତି। କରୋନା ରୋଗୀଙ୍କ ପାଇଁ ମାସ୍କ ନିଜ ହାତରେ ତିଆରି କରୁଛନ୍ତି ଏବଂ ମାଗଣାରେ ବାଣ୍ଟୁଛନ୍ତି।  ସେ ଏପର୍ଯ୍ୟନ୍ତ ୪୦,୦୦୦ରୁ ଅଧିକ ମାସ୍କ ତିଆରି କରି ମାଗଣାରେ ବଣ୍ଟନ କରୁଛନ୍ତି। ଏହି ମହିୟସୀ କରୋନା ଯୋଦ୍ଧା ହେଉଛନ୍ତି ଅଜମେରସ୍ଥିତ ସରକାରୀ ବିଦ୍ୟାଳୟର ଶିକ୍ଷୟତ୍ରୀ ଶକୁନ୍ତଳା।

Advertisment

ଶକୁନ୍ତଳା ଗତ ୧୩ ବର୍ଷ ଧରି କର୍କଟ ରୋଗ ସହ ଲଢ଼େଇ କରୁଛନ୍ତି। ହେଲେ କରୋନା ପଞ୍ଝାରୁ ଅନ୍ୟକୁ ବଞ୍ଚାଇବା ପାଇଁ ସଂଗ୍ରାମ ଚଳାଇଛନ୍ତି।  ଶକୁନ୍ତଳା ଅସୁବିଧାରେ ପଡିଥିବା ଲୋକମାନଙ୍କ ପାଇଁ ମାସ୍କ ତିଆରି କରିବା ସହ ସେମାନଙ୍କୁ ମାଗଣାରେ ବଣ୍ଟନ କରୁଛନ୍ତି।

ଏ ନେଇ  ନିଜର ପ୍ରତିକ୍ରିୟା ରଖି ଶକୁନ୍ତଳା କହିଛନ୍ତି, ଏଭଳି ପବିତ୍ର କାର୍ଯ୍ୟ କରିବା ପାଇଁ ସେ ବିଦ୍ୟାଳୟରୁ ପ୍ରେରଣା ପାଇଥିଲେ। ସେ କହିଥିଲେ, କରୋନା ସଂକ୍ରମଣ ଯୋଗୁ ବଜାରରେ ମାସ୍କର କଳାବଜାରୀ ଆରମ୍ଭ ହୋଇଥିଲା। ମାସ୍କ କିଣିବା ପାଇଁ ଅନେକ ଲୋକଙ୍କୁ ୫୦ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା ।  ଏତେ ଟଙ୍କା ଦେଇ ମାସ୍କ କିଣିବା ଗରିବ ଓ  ଅଭାବୀ ଲୋକଙ୍କ ପକେଟକୁ ବାଧୁଥିଲା। ତେଣୁ ସେ ନିଜ ଘରେ ମାସ୍କ ତିଆରି କରିବା ଆରମ୍ଭ କରିଥିଲେ।

Advertisment

ସେ କହିଛନ୍ତି, ‘ଯଦିଓ ଡାକ୍ତର ମତେ ଅଧିକ କାମ କରିବାକୁ ମନା କରିଛନ୍ତି, ତଥାପି ଏଭଳି ବିପଦ ସମୟରେ ମାନବ ସେବା କରିବା ଅଧିକ ଗୁରୁତ୍ୱପୂର୍ଣ୍ଣ।’ ସେ ଏପର୍ଯ୍ୟନ୍ତ ୪୦ ହଜାରରୁ ଅଧିକ ମାସ୍କ ତିଆରି କରିଛନ୍ତି। ଗରିବ ଲୋକଙ୍କୁ ହିଁ ଏହି ମାସ୍କ ବଣ୍ଟନ କରାଯାଉଛି। ଏହା ବ୍ୟତୀତ କରୋନା ଡ୍ୟୁଟିରେ ନିୟୋଜିତ ସରକାରୀ ବିଭାଗର କର୍ମଚାରୀଙ୍କୁ ମଧ୍ୟ ଫେସ୍‌ ମାସ୍କ ବଣ୍ଟନ କରାଯାଇଛି।

ଶକୁନ୍ତଳାଙ୍କ ପରିବାର ସଦସ୍ୟମାନେ ମଧ୍ୟ ଏହି ପବିତ୍ର କାର୍ଯ୍ୟରେ ତାଙ୍କୁ ସାହାଯ୍ୟ କରୁଛନ୍ତି । ଶକୁନ୍ତଳାଙ୍କ ଏଭଳି କାର୍ଯ୍ୟକୁ ସମଗ୍ର ଅଞ୍ଚଳରେ ପ୍ରଶଂସା କରାଯାଉଛି । ଅନେକ ସାମାଜିକ ସଂଗଠନ ତାଙ୍କୁ ଏହି କାର୍ଯ୍ୟ ପାଇଁ ପ୍ରଂଶସା ପତ୍ର ଦେବା ସହ ସମ୍ମାନିତ ମଧ୍ୟ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ