Advertisment

୩୦ ବର୍ଷ ପରେ ସ୍ୱଗୃହକୁ ଶନି ଚଳନ ପରେ ବଢୁଛି ସଂଶୟ

ଭୁବନେଶ୍ୱର : କାହାର ପୁଷମାସ ତ କାହାର ହୋଇପାରେ ସର୍ବନାଶ। କାହା ଉପରେ ପଡ଼ିବ ନ୍ୟାୟର ଦେବତା ଶନିଙ୍କ କୋପଦୃଷ୍ଟି ? ଏବେ ଏଭଳି ସଂଶୟ ଅବସ୍ଥାରେ ଅଛନ୍ତି ଭାଗ୍ୟ ଓ ଭବିଷ୍ୟତ ଉପରେ ଗଭୀର ବିଶ୍ୱାସ ରଖୁଥିବା ବ୍ୟକ୍ତି ବିଶେଷ । କାରଣ ଜ୍ୟୋତିର୍ବିଦ୍‌ଙ୍କ ମତରେ ଦୀର୍ଘ ୩୦ ବର୍ଷ ପରେ ପୁଣି ଥରେ ସ୍ୱଗୃହକୁ ଫେରିଛନ୍ତି ଦଣ୍ଡ ବିଧାନକାରୀ ଦେବତା ଅର୍ଥାତ୍ ଜାନୁଆରୀ ୨୪ ମାଘ ଅମାବାସ୍ୟା ତିଥି ସକାଳ ୯ଟା ୫୬ ମିନିଟ୍‌ରେ […]

୩୦ ବର୍ଷ ପରେ ସ୍ୱଗୃହକୁ ଶନି ଚଳନ ପରେ ବଢୁଛି ସଂଶୟ

shani2

Advertisment

ଭୁବନେଶ୍ୱର : କାହାର ପୁଷମାସ ତ କାହାର ହୋଇପାରେ ସର୍ବନାଶ। କାହା ଉପରେ ପଡ଼ିବ ନ୍ୟାୟର ଦେବତା ଶନିଙ୍କ କୋପଦୃଷ୍ଟି ? ଏବେ ଏଭଳି ସଂଶୟ ଅବସ୍ଥାରେ ଅଛନ୍ତି ଭାଗ୍ୟ ଓ ଭବିଷ୍ୟତ ଉପରେ ଗଭୀର ବିଶ୍ୱାସ ରଖୁଥିବା ବ୍ୟକ୍ତି ବିଶେଷ ।

Advertisment

କାରଣ ଜ୍ୟୋତିର୍ବିଦ୍‌ଙ୍କ ମତରେ ଦୀର୍ଘ ୩୦ ବର୍ଷ ପରେ ପୁଣି ଥରେ ସ୍ୱଗୃହକୁ ଫେରିଛନ୍ତି ଦଣ୍ଡ ବିଧାନକାରୀ ଦେବତା ଅର୍ଥାତ୍ ଜାନୁଆରୀ ୨୪ ମାଘ ଅମାବାସ୍ୟା ତିଥି ସକାଳ ୯ଟା ୫୬ ମିନିଟ୍‌ରେ ଧନୁ ରାଶିରୁ ବାହାରି ମକର ରାଶିରେ ପ୍ରବେଶ କରିଛନ୍ତି ଏହି ମହାଗ୍ରହ । ତେଣୁ ଶନିଙ୍କ ସଂଚାରରେ ୧୨ଟି ରାଶିର ବ୍ୟକ୍ତିମାନଙ୍କ ମଧ୍ୟରୁ ଯେଉଁମାନଙ୍କୁ ଅତି ଶୁଭ ଫଳ ମିଳିବ ସେଗୁଡ଼ିକ ହେଲା ମେଷ, ବୃଷ, କର୍କଟ, ସିଂହ, କନ୍ୟା, ବିଛା ଓ ମୀନ। ଏହି ସମୟରେ ଅଟକି ଥିବା କାମ ପୂର୍ଣ୍ଣ ହେବା ସହ ଅର୍ଥ ଆଗମନ ଓ ମାନସମ୍ମାନ ବୃଦ୍ଧି ଘଟିବ।

ସେହିପରି ଆସନ୍ତା ମେ ମାସ ୧୧ ତାରିଖରୁ ୨୯ ସେପ୍ଟେମ୍ବର ଯାଏଁ ଶନିଙ୍କର ରହିବ ବକ୍ର ଦୃଷ୍ଟି। ତେଣୁ ଏହି ସମୟରେ ବଳକା ରାଶି ମିଥୁନ, ତୁଳା, ଧନୁ, ମକର ଓ କୁମ୍ଭ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ କାହାକୁ ଅଶୁଭ ତ କାହାକୁ ମିଳିବ ମଧ୍ୟମ ଫଳ। ଏପରିକି ବର୍ଷ ଶେଷ ଯାଏଁ ଏମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ଦିଆଯାଇଛି ପ୍ରତିକାର ମୂଳକ ପରାମର୍ଶ।

Advertisment

ତେବେ ଜ୍ୟୋତିର୍ବିଦ୍‌ଙ୍କ ଏଭଳି ଆକଳନକୁ କିନ୍ତୁ ସଂପୂର୍ଣ୍ଣ ବିଭ୍ରାନ୍ତିକର ବୋଲି କହିଛନ୍ତି ହେତୁବାଦୀ। ପୃଥିବୀ ଭଳି ଶନି ମଧ୍ୟ ସୌରଜଗତର ଏକ ଚଳମାନ ଗ୍ରହ ହୋଇଥିବାରୁ ଏଭଳି କୌଣସି ପ୍ରଭାବ ମଣିଷଙ୍କ ଉପରେ ପଡିବାର ପ୍ରଶ୍ନ ଉଠୁନାହିଁ ବୋଲି କହିଛନ୍ତି।

ଏଠି ପ୍ରଶ୍ନ ଜ୍ୟୋତିର୍ବିଦ୍ ନା ହେତୁବାଦୀ, କାହା କଥା ଠିକ୍ ତାହା ଆଗାମୀ ସମୟରେ ହିଁ ଜଣାପଡ଼ିବ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ