cow
କାଙ୍ଗ୍ରା: ସମଗ୍ର ଦେଶରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ଭାଇରସ। ଏନେଇ ଲକ୍ଡାଉନ୍ ଜାରି କରାଯାଇଛି। ଫଳରେ ପିଲାମାନେ ପାଠ ପଢ଼ିବା ପାଇଁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପିଲାମାନେ ଘରେ ରହି ଅନ୍ଲାନଇନ୍ରେ କ୍ଲାସ୍ କରୁଛନ୍ତି। କିନ୍ତୁ କେତେକ ପିଲାଙ୍କ ପାଖରେ ସ୍ମାର୍ଟ ଫୋନ୍ର ସୁବିଧା ନଥିବାରୁ ସେମାନେ ପାଠ ପଢ଼ିପାରୁନାହାନ୍ତି।
ଏଭଳି ପରିସ୍ଥିତିରେ ଗରିବ ଶ୍ରେଣୀର ଜଣେ ବାପା ନିଜ ଝିଅକୁ ପାଠ ପଢ଼ାଇବା ଓ ସ୍କୁଲର ଫି’ ଦେବା ପାଇଁ ଅନ୍ୟ ଲୋକଙ୍କ ଠାରୁ କରଜ ଆଣିଥିଲେ। ସେହି ଟଙ୍କାରେ ଝିଅ ପାଇଁ ସ୍ମାର୍ଟ ଫୋନ୍ କିଣିଥିଲେ। ପରେ ସେହି ଋଣ ସୁଝିବା ପାଇଁ ଗାଈକୁ ବିକ୍ରି କରିବାକୁ ବାଧ୍ୟ ହୋଇଥିଲେ। ଘଟଣାଟି ହିମାଚଳ ପ୍ରଦେଶର କାଙ୍ଗ୍ରା ଜିଲ୍ଲାରେ ଘଟିଛି।
ଖବର ଅନୁଯାୟୀ, ଲକ୍ଡାଉନ୍ ଯୋଗୁ ପିଲାମାନେ ପାଠ ପଢ଼ିବା ପାଇଁ ଏବେ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି। କୁଲଦୀପ କୁମାର ମଧ୍ୟ ତାଙ୍କ ଝିଅକୁ ଅନ୍ଲାଇନ୍ କ୍ଲାସ୍ରେ ପାଠ ପଢ଼ିବା ପାଇଁ ଏକ ସ୍ମାର୍ଟ ଫୋନ୍ କିଣିଛନ୍ତି। କୁଲଦୀପଙ୍କ ଆର୍ଥିକ ସ୍ଥିତି ଭଲ ନଥିଲା। ତେଣୁ ସେ ଋଣ ସୁଝିବା ପାଇଁ ବାଧ୍ୟ ହୋଇ ନିଜ ଗାଈକୁ ବିକ୍ରି କରିଥିଲେ।
ସୋସିଆଲ ମିଡିଆରୁ ଏହି ଘଟଣା ବିଷୟରେ ଜାଣିବା ପରେ ସ୍ଥାନୀୟ ପ୍ରଶାସନ କୁଲଦୀପଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଥିଲେ ଏବଂ ବିକ୍ରି କରିଥିବା ଗାଈକୁ ଆଣି ତାଙ୍କୁ ଫେରାଇଥିଲେ। କିନ୍ତୁ ସେ ଗାଈକୁ ନେବା ପାଇଁ ମନା କରି ଦେଇଥିଲେ। କୁଲଦୀପଙ୍କ କହିବା ଅନୁଯାୟୀ, ମୋ ପରିବାରକୁ ଦାରିଦ୍ର ସୀମାରେଖା ତଳେ ପଞ୍ଜୀକୃତ କରାଯାଉ ଏବଂ ସରକାରୀ ଯୋଜନା ଅନୁଯାୟୀ ଘରର ମରାମତି କରାଯାଉ ବୋଲି କହିଛନ୍ତି।
ସ୍ଥାନୀୟ ଅଧିକାରୀଙ୍କ କହିବା ଅନୁଯାୟୀ, ‘କୁଲଦୀପ କୁମାର ତାଙ୍କ ଝିଅର ଅନ୍ଲାଇନ୍ କ୍ଲାସ୍ ପାଇଁ ସ୍ମାର୍ଟଫୋନ୍ କିଣିବାକୁ ଚାହୁଁଥିଲେ, ଏନେଇ ସେ ଋଣ ନେଇଥିଲେ। ପରେ ଏହି ଋଣ ପରିଶୋଧ କରିବା ପାଇଁ ତାଙ୍କୁ ଗାଇକୁ ବିକ୍ରି କରିବାକୁ ପଡ଼ିଥିଲା। ଏନଇ ଜିଲ୍ଲା ପ୍ରଶାସନ କୁଲଦୀପଙ୍କୁ ସହାୟତା କରିଥିଲେ। ସେ ବିକ୍ରି କରିଥିବା ଗାଈକୁ ଫେରାଇଥିଲେ। କିନ୍ତୁ ସେ ଗାଈ ଦରକାର ନାହିଁ ବୋଲି କହିଥିଲେ। ସରକାରୀ ଯୋଜନାରେ ମୋ ଘରର ମରାମତି କରାଯିବା ସହିତ ବିପିଏଲ୍ ନିୟମ ଅନୁଯାୟୀ ପରିବାରକୁ ସାହାଯ୍ୟ କରିବା ପାଇଁ କୁଲଦୀପ କହିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/cow-1_1625524848.jpg)