video
ନୂଆଦିଲ୍ଲୀ : ଅନେକ ଉପାୟରେ ପଶୁମାନେ ମଣିଷ ପ୍ରତି ନିଜର ଭାବନାକୁ ବ୍ୟକ୍ତ କରିଥାନ୍ତି । ଆପଣ କୌଣସି ପୋଷା ବିଲେଇ କି କୁକୁରକୁ ଦେଖିଥିବେ , ଯିଏକି ନିଜର ମାଲିକକୁ ସ୍ନେହ କରି ପାଖରେ ରହିଥାଏ । ହେଲେ କୌଣସି ଓଟ ଏମିତି ଆଦର କରିବା ଦେଖିନଥିବେ । ଯାହାକି ଆପଣଙ୍କୁ ପ୍ରଥମ ଅନୁଭବ ପରି ହୋଇପାରେ।
ଏବେ ସୋଶାଲ୍ ମିଡ଼ିଆରେ ଭାଇରାଲ୍ ହୋଇଥିବା ଏକ ଓଟର ଭିଡ଼ିଓକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ଯାହାକି ଏବେ ଭାଇରାଲ୍ ହୋଇଛି। ଏହି ଭିଡ଼ିଓରେ ଓଟଟି ବହୁତ ଖୁସିରେ ନିଜ ମାଲିକକୁ କୋଳେଇ ଆଲିଙ୍ଗନ କରୁଛି ।
ମଣିଷ ମଣିଷ ଭିତରେ ଭାବର ଆଦାନ ପ୍ରଦାନ ପାଇଁ ଖୁସିରେ ପରସ୍ପରକୁ କୋଳାଗ୍ରତ ବା ଆଲିଙ୍ଗନ କରିଥାନ୍ତି । କିନ୍ତୁ ପଶୁଟିଏ ଏମିତି ବ୍ୟବହାର କରିବା ନିଶ୍ଚୟ ଆଶ୍ଚର୍ଯ୍ୟ ଓ ଖୁସିର କଥା ।
ହିନ୍ଦୁସ୍ତାନ ଟାଇମ୍ସ ଅନୁସାରେ , ଏହି ଭିଡ଼ିଓକୁ ଇଣ୍ଡିଆନ୍ ଫରେଷ୍ଟ ସର୍ଭିସ୍ ଅଫିସର ସୁଶାନ୍ତ ନନ୍ଦା ସୋଶାଲ୍ ମିଡିଆରେ ସେୟାର କରିଛନ୍ତି। ଉକ୍ତ ଭିଡ଼ିଓରେ ଏକ ସଫା ରଙ୍ଗର ଓଟ ନିଜ ମାଲିକକୁ ଜାବୁଡି ଧରିବାର ନଜର ଆସିଛି । ଏହି ଭିଡ଼ିଓକୁ ସେୟାର କରି ସୁଶାନ୍ତ ନନ୍ଦା ଲେଖିଛନ୍ତି , ‘ଆମକୁ ତାହା ମିଳିଥାଏ , ଆମେ ଯାହା ଦେଇଥାଉ...। ଓଟର ମାଲିକ ଗତ କିଛି ଦିନ ହେଲା କୁଆଡେ ଯାଇଥିଲେ ଏବଂ ଯେମିତି ସେ ଫେରିଲେ, ଓଟିଟି ମାଲିକକୁ ଦେଖି ବହୁତ ଖୁସି ହୋଇଗଲା , ଆଉ ମାଲିକ ପ୍ରତି ନିଜର ପ୍ରୀତିକୁ ଅଜାଡି ଦେଲା ”।
ଏହି ଭିଡ଼ିଓଟି ସମସ୍ତଙ୍କ ହୃଦୟକୁ ଛୁଇଁ ଯାଇଛି । ପଶୁଟିଏ ହେଲେ ବି ମାଲିକ ପ୍ରତି କେତେ ସ୍ନେହ ଓ ଆଦର, ଏହା ସେ ଦେଖାଇଛି । ଉକ୍ତ ଭିଡ଼ିଓଟିକୁ ୨୭ ଡିସେମ୍ବରରେ ସେୟାର କରାଯିଥିଲା । ଏବେସୁଦ୍ଧା ୨୨ହଜାରରୁ ଅଧିକ ଥର ଦେଖା ସରିଲାଣି । ଅନେକ ଲୋକ ନିଜର ମତାମତ ମଧ୍ୟ ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/video-1_1626688695.jpg)