Advertisment

ଚା’ ବିକାଳୀଙ୍କ ଝିଅ ହେଲେ ଫ୍ଲାଇଙ୍ଗ୍‌ ଅଫିସର

ଭୋପାଳ: ମଧ୍ୟପ୍ରଦେଶର ନିମଚରେ ଜଣେ ଚା’ ବିକାଳୀଙ୍କ ଝିଅ ଆଞ୍ଚଲ ଗାଙ୍ଗୱାଲ(୨୪) ଭାରତୀୟ ବାୟୁସେନାରେ ଫ୍ଲାଇଙ୍ଗ୍ ଅଫିସର ଭାବେ ନିଯୁକ୍ତି ପାଇଛନ୍ତି। ଆଞ୍ଚଲଙ୍କ ବାପାଙ୍କ ନାଁ ସୁରେଶ ଗାଙ୍ଗୱାଲ। ସୁରେଶ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳଠାରୁ ପ୍ରାୟ ୪୦୦ କିମି ଦୂରରେ ଥିବା ନିମଚରେ ଥିବା ବସ୍‌ଷ୍ଟାଣ୍ଡରେ ଏକ ଛୋଟ ଚା’ ଦେକାନ କରି ଘରର ଗୁଜୁରାଣ ମେଣ୍ଟାଇଥାନ୍ତି। ସୁରେଶଙ୍କ କହିବା ଅନୁଯାୟୀ, ୨୦୧୩ ମସିହାରେ ଉତ୍ତରାଖଣ୍ଡର କେଦାରନାଥରେ ଘଟିଥିବା ଭୟଙ୍କର ଦୁର୍ଘଟଣାରେ ବାୟୁସେନାର କର୍ମଚାରୀମାନେ ସାହସର ସହିତ […]

ଚା’ ବିକାଳୀଙ୍କ ଝିଅ ହେଲେ ଫ୍ଲାଇଙ୍ଗ୍‌ ଅଫିସର

1234

Advertisment

ଭୋପାଳ: ମଧ୍ୟପ୍ରଦେଶର ନିମଚରେ ଜଣେ ଚା’ ବିକାଳୀଙ୍କ ଝିଅ ଆଞ୍ଚଲ ଗାଙ୍ଗୱାଲ(୨୪) ଭାରତୀୟ ବାୟୁସେନାରେ ଫ୍ଲାଇଙ୍ଗ୍ ଅଫିସର ଭାବେ ନିଯୁକ୍ତି ପାଇଛନ୍ତି। ଆଞ୍ଚଲଙ୍କ ବାପାଙ୍କ ନାଁ ସୁରେଶ ଗାଙ୍ଗୱାଲ। ସୁରେଶ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳଠାରୁ ପ୍ରାୟ ୪୦୦ କିମି ଦୂରରେ ଥିବା ନିମଚରେ ଥିବା ବସ୍‌ଷ୍ଟାଣ୍ଡରେ ଏକ ଛୋଟ ଚା’ ଦେକାନ କରି ଘରର ଗୁଜୁରାଣ ମେଣ୍ଟାଇଥାନ୍ତି।publive-image

Advertisment

ସୁରେଶଙ୍କ କହିବା ଅନୁଯାୟୀ, ୨୦୧୩ ମସିହାରେ ଉତ୍ତରାଖଣ୍ଡର କେଦାରନାଥରେ ଘଟିଥିବା ଭୟଙ୍କର ଦୁର୍ଘଟଣାରେ ବାୟୁସେନାର କର୍ମଚାରୀମାନେ ସାହସର ସହିତ ସେଠାକାର ଲୋକଙ୍କୁ ସାହାଯ୍ୟ କରିଥିଲେ। ଏହି ଘଟଣାକୁ ଆଞ୍ଚଲ ଅତି ନିକଟରୁ ଦେଖିଥିଲା। ଆଉ ସେବେଠାରୁ ସେ ଫ୍ଲାଇଙ୍ଗ୍‌ ଅଫିସର ହେବା ନେଇ ସ୍ୱପ୍ନ ଦେଖିଆସୁଥିଲା। ଏବେ ଆଞ୍ଚଲର ସ୍ୱପ୍ନ ସତ ହୋଇଛି।

ଆଞ୍ଚଲଙ୍କ ବାପା ଆହୁରି ମଧ୍ୟ କହିଛନ୍ତି, ଆଞ୍ଚଲ ପାଖରେ ପଢ଼ିବା ପାଇଁ ବହି ନଥିଲା। ସେ ଅନ୍ୟମାନଙ୍କ ଠାରୁ ପୁସ୍ତକ ସଂଗ୍ରହ କରି ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲା। ଛଅ ଥର ପରୀକ୍ଷା ଦେବା ପରେ ଆଞ୍ଚଲ ସଫଳ ହୋଇଥିଲା। ମୁଁ ଦୀର୍ଘ ୨୫ ବର୍ଷ ଧରି ଏହି ଚା’ ଦୋକାନ କରି ନିଜର ଗୁଜୁରାଣ ମେଣ୍ଟାଉଛି।Aanchal Gangwal; becomes IAF's top Flying Officer - NewsBharati

Advertisment

ସୁରେଶ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଛନ୍ତି। ସେ କହିଛନ୍ତି ଯେ ବେଳେବେଳେ ଆଞ୍ଚଲର ସ୍କୁଲ ଓ କଲେଜ ଫି’ ଦେବାକୁ ମୋ ପାଖରେ ଟଙ୍କା ନଥାଏ, ମୁଁ ଅନ୍ୟ ଲୋକଙ୍କଠୁ ଟଙ୍କା ଧାର ଆଣି ଆଞ୍ଚଲର ଫି’ ଦେଇଥାଏ। ଏଭଳି ପରିସ୍ଥିତିରେ ଆଞ୍ଚଲ ଫ୍ଲାଇଙ୍ଗ୍‌ ଅଫିସର ହେବା ଆମ ପାଇଁ ଗର୍ବର କଥା ବୋଲି ସୁରେଶ କହିଛନ୍ତି।

Aanchal Gangwal, daughter of a tea stall owner from MP, bags ...

ଏନେଇ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଟ୍ୱିଟ୍‌ କରି ଆଞ୍ଚଲକୁ ଅଭିନନ୍ଦନ ଜଣାଇଛନ୍ତି। ଚୌହାନ କହିଛନ୍ତି ଯେ ନିମଚରେ ଥିବା ଏକ ଚା’ ବିକ୍ରେତା ସୁରେଶଙ୍କ ଝିଅ ଆଞ୍ଚଲ ଏବେ ବାୟୁସେନାର ଯୁଦ୍ଧ ବିମାନ ଉଡ଼ାଇବେ। ଆଞ୍ଚଲ ପାଇଁ ମଧ୍ୟପ୍ରଦେଶ ଏବେ ଗର୍ବିତ। ଆଞ୍ଚଲ ଏବେ ଦେଶର ଗୌରବ ଓ ସମ୍ମାନର ରକ୍ଷା ପାଇଁ ଅନନ୍ତ ଆକାଶର ଉଚ୍ଚରେ ଉଡ଼ିବେ। ଝିଅକୁ ଅଭିନନ୍ଦନ, ଆଶୀର୍ବାଦ ଓ ଶୁଭେଚ୍ଛା ଦେଲେ ଶିବରାଜ ସିଂ ଚୌହାନ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ