Advertisment

ପେଟ ପାଇଁ ୪ମାସ ଶିଶୁକୁ ବିକି ଦେଲା ଅସହାୟ ବାପା

ଆସାମ: ଆସାମରେ ଏକ ସମ୍ୱେଦନଶୀଳ ଘଟଣାକୁ ଦେଖିବାକୁ ମିଳିଛି। ଲକ୍‌ଡାଉନ୍‌ ସମୟରେ କାମ ବନ୍ଦ ରହିଛି। ଫଳରେ ଗରିବ ଦିନ ମଜୁରିଆ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କ ରୋଜଗାର ବାଟ ମଧ୍ୟ ବନ୍ଦ ହୋଇଯାଇଛି। ଏହି ସମୟରେ ଟଙ୍କା ଅଭାବରୁ ଜଣେ ବାପା ୪ମାସର ତା’ର ଶିଶୁ କନ୍ୟାକୁ ୪୫ହଜାର ଟଙ୍କାରେ ବିକ୍ରି କରିଛନ୍ତି। ଏହି ଘଟଣା ଆସାମର କୋକ୍ରାଝର ଜିଲ୍ଲାରେ ଘଟିଛି। ଖବର ଅନୁଯାୟୀ, ଲକ୍‌ଡାଉନ୍‌ ସମୟରେ କାମ […]

ଅଦ୍ୟତନ ହୋଇଛି
ପେଟ ପାଇଁ ୪ମାସ ଶିଶୁକୁ ବିକି ଦେଲା ଅସହାୟ ବାପା

4month

Advertisment

ଆସାମ: ଆସାମରେ ଏକ ସମ୍ୱେଦନଶୀଳ ଘଟଣାକୁ ଦେଖିବାକୁ ମିଳିଛି। ଲକ୍‌ଡାଉନ୍‌ ସମୟରେ କାମ ବନ୍ଦ ରହିଛି। ଫଳରେ ଗରିବ ଦିନ ମଜୁରିଆ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କ ରୋଜଗାର ବାଟ ମଧ୍ୟ ବନ୍ଦ ହୋଇଯାଇଛି। ଏହି ସମୟରେ ଟଙ୍କା ଅଭାବରୁ ଜଣେ ବାପା ୪ମାସର ତା'ର ଶିଶୁ କନ୍ୟାକୁ ୪୫ହଜାର ଟଙ୍କାରେ ବିକ୍ରି କରିଛନ୍ତି। ଏହି ଘଟଣା ଆସାମର କୋକ୍ରାଝର ଜିଲ୍ଲାରେ ଘଟିଛି।

Advertisment

ଖବର ଅନୁଯାୟୀ, ଲକ୍‌ଡାଉନ୍‌ ସମୟରେ କାମ ବନ୍ଦ ହେବାରୁ ଜଣେ ଅସହାୟ ବାପା ତା’ର ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ତା’ର ୪ମାସର ଛୁଆକୁ ବିକ୍ରି କରିଦେଇଛି। ଏହି ବ୍ୟକ୍ତିଙ୍କ ନାଁ ଦୀପକ ବ୍ରହ୍ମା। ଦୀପକଙ୍କର ତିନି ଜଣ ପିଲା ଅଛନ୍ତି। ସେ ଗୁଜରାଟରେ କାମ କରୁଥିଲେ। ଲକ୍‌ଟାଉନ୍‌ ଯୋଗୁ କାମ ବନ୍ଦ ହୋଇଗଲା। ଯାହା ପରେ ସେ ଘରକୁ ଫେରି ଆସିଥିଲେ। ପାଖରେ ଯାହା ସଞ୍ଚିତ ଟଙ୍କା ଥିଲା, ତାହା ସବୁ ଖର୍ଚ୍ଚ ହୋଇଗଲା। ଯାହାଫଳରେ ଘରେ ଧୀରେ ଧୀରେ ଖାଦ୍ୟର ଅଭାବ ଦେଖାଦେଲା। ଏଭଳି ପରିସ୍ଥିତିରେ ତାଙ୍କ ପାଖରେ ଅନ୍ୟ କୌଣସି ଉପାୟ ନଥିଲା। ପରେ ଦୀପକ ବାଧ୍ୟ ହୋଇ ନିଜର ଛୁଆକୁ ବିକ୍ରି କରିଥିଲେ।

ଏନେଇ ସ୍ଥାନୀୟ ଏନ୍‌ଜିଓ ସଂସ୍ଥା କୌଣସି ସୂତ୍ରରୁ ଖବର ପାଇଥିଲା। ପରେ ଏନ୍‌ଜିଓ କୋକ୍ରାଝର ପୋଲିସ ସହ ଯୋଗାଯୋଗ କରି ୪ମାସର ଶିଶୁ କନ୍ୟାକୁ ଉଦ୍ଧାର କରିଥିଲା। ଏହି ଘଟଣାରେ ଦୀପକର ଗାଁ ଲୋକମାନେ ମଧ୍ୟ ସାହାଯ୍ୟ କରିଥିଲେ। ଶିଶୁ କନ୍ୟାକୁ କିଣିଥିବା ଲୋକ ଓ ତାଙ୍କୁ ସାହାଯ୍ୟ କରୁଥିବା ମୋଟ ତିନିଜଣ ଲୋକଙ୍କୁ ପୋଲିସ ଗିରଫ କରିଛି। ଏହା ବ୍ୟତୀତ ଏହି କାର୍ଯ୍ୟରେ ଲିପ୍ତ ଥିବା ଦଲାଲ ମଧ୍ୟ ଧରାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ