Advertisment

ଡେଟିଂ ଆପ୍‌ରେ ୮ ଲକ୍ଷ ବିବାହିତ ! ପରକୀୟା ପ୍ରୀତି ପାଇଁ ସାଥି ଖୋଜା

ନୂଆଦିଲ୍ଲୀ : ଡେଟିଂ ଆପ୍ଲିକେସନ୍‌ର ଡାର୍ଟି କାହାଣୀ ବାବଦରେ ଚମକାଇ ଦେବାଭଳି ଏକ ରିପୋର୍ଟ ଆସି ପହଞ୍ଚିଛି। ୮ ଲକ୍ଷ ଭାରତୀୟ ପୁରୁଷ ଓ ମହିଳା ପରକୀୟା ପ୍ରୀତି ପାଇଁ ସାଥୀ ଖୋଜା ଉଦ୍ଦେଶ୍ୟରେ ବିଭିନ୍ନ ଡେଟିଂ ଆପ୍‌ର ସହାୟତା ନେଉଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ଟେକ୍‌ ସିଟି ବେଙ୍ଗାଲୁରୁରେ ସର୍ବାଧିକ ଏପରି ବ୍ୟବହାରକାରୀ ଅଛନ୍ତି। ନୂଆବର୍ଷର ରିଜୋଲ୍ୟୁସନ୍‌ ସ୍ୱରୂପ ବେଶ କିଛି ଲୋକ ପରକୀୟା ପ୍ରୀତି ବାଛି ପାର୍ଟନରଙ୍କୁ ଧୋକା ଦେବାକୁ ପଛାଇ ନଥିବା ଏହି […]

ଡେଟିଂ ଆପ୍‌ରେ ୮ ଲକ୍ଷ ବିବାହିତ ! ପରକୀୟା ପ୍ରୀତି ପାଇଁ ସାଥି ଖୋଜା

dating app

Advertisment

ନୂଆଦିଲ୍ଲୀ : ଡେଟିଂ ଆପ୍ଲିକେସନ୍‌ର ଡାର୍ଟି କାହାଣୀ ବାବଦରେ ଚମକାଇ ଦେବାଭଳି ଏକ ରିପୋର୍ଟ ଆସି ପହଞ୍ଚିଛି। ୮ ଲକ୍ଷ ଭାରତୀୟ ପୁରୁଷ ଓ ମହିଳା ପରକୀୟା ପ୍ରୀତି ପାଇଁ ସାଥୀ ଖୋଜା ଉଦ୍ଦେଶ୍ୟରେ ବିଭିନ୍ନ ଡେଟିଂ ଆପ୍‌ର ସହାୟତା ନେଉଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ଟେକ୍‌ ସିଟି ବେଙ୍ଗାଲୁରୁରେ ସର୍ବାଧିକ ଏପରି ବ୍ୟବହାରକାରୀ ଅଛନ୍ତି।

Advertisment

ନୂଆବର୍ଷର ରିଜୋଲ୍ୟୁସନ୍‌ ସ୍ୱରୂପ ବେଶ କିଛି ଲୋକ ପରକୀୟା ପ୍ରୀତି ବାଛି ପାର୍ଟନରଙ୍କୁ ଧୋକା ଦେବାକୁ ପଛାଇ ନଥିବା ଏହି ରିପୋର୍ଟ କହିଛି। ଲକ୍ଷ୍ୟ କରାଯାଇଛି, ନୂଆବର୍ଷ ପରେ କାମକୁ ଫେରିବା ଆରମ୍ଭ ହୋଇଯିବାପରେ ଏବଂ ପିଲାଙ୍କ ଛୁଟି ସରିଯିବା ପରେ ଏହାର ମାତ୍ରା ଡେର ବଢ଼ିଯାଇଛି।

ଏଭଳି ତାଲିକାରେ ପୁରୁଷ ଆପ୍‌ ବ୍ୟବହାରକାରୀ ଅଧିକ ଥିବା ବିଭିନ୍ନ ସହର ମଧ୍ୟରେ ବେଙ୍ଗାଲୁରୁ, ମୁମ୍ବାଇ, କୋଲକାତା, ପୁଣେ, ନୂଆଦିଲ୍ଲୀ, ହାଇଦ୍ରାବାଦ, ଚେନ୍ନାଇ, ଗୁରୁଗ୍ରାମ, ଅହମ୍ମଦାବାଦ, ଜୟପୁର, ଚଣ୍ତୀଗଡ଼, ଲକ୍ଷ୍ନୌ, କୋଚି, ବିଶାଖାପଟନମ୍‌, ସୁରତ୍‌, ଇନ୍ଦୋର ଏବଂ ଭୁବନେଶ୍ୱର ରହିଛି।

Advertisment

ସେହିଭଳି ମହିଳା ସକ୍ରିୟ ଥିବା ସହର ସବୁ ହେଲେ ବେଙ୍ଗାଲୁରୁ, ମୁମ୍ବାଇ, ଦିଲ୍ଲୀ, କୋଲକାତା, ନୂଆଦିଲ୍ଲୀ, ପୁଣେ, ହାଇଦ୍ରାବାଦ, ଚେନ୍ନାଇ, ଗୁରୁଗ୍ରାମ, ଚଣ୍ଡୀଗଡ଼, ଅହମ୍ମଦାବାଦ, କୋଚି, ନୋଏଡା, ଲକ୍ଷ୍ନୌ, ଇନ୍ଦୋର, ସୁରତ, ଗୁଆହାଟୀ, ନାଗପୁର ଏବଂ ଭୋପାଳ ଆଦି ସହର।

ନୂଆବର୍ଷରେ ହିଁ ନୂଆ ପାର୍ଟନରର ସନ୍ଧାନ ବିଶେଷ ମାତ୍ରାରେ ବୃଦ୍ଧି ପାଇଥିବା ଜଣାପଡ଼ିଛି। ଜାନୁଆରୀ ପ୍ରଥମ ସପ୍ତାହରେ ଗତ ୨ ସପ୍ତାହ ତୁଳନାରେ ଆପ୍‌ର ସବସ୍କ୍ରିପସନ୍‌ରେ ୩୦୦% ବୃଦ୍ଧି ପାଇଛି। ଗତ ବର୍ଷ ମଧ୍ୟ ନୂଆ ବର୍ଷରେ ଏହି ସଂଖ୍ୟା ବେଶ ବୃଦ୍ଧି ପାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ