Advertisment

ଏଇ କୋଠାରେ ଗଚ୍ଛିତ ରହିଛି ୨୮ ଟନ୍ ସୁନା !

ପ୍ୟାରିସ୍: ଏଇ କୋଠାକୁ ଦେଖୁଛନ୍ତି। କୋଠା ନୁହେଁ ତ ଧନର ଭଣ୍ଡାର। ହଁ, ଏଇ କୋଠାରେ ରହିଛି ୨୮ ଟନ୍‌ ସୁନା ଯାହା ମାଟି ତଳେ ପୋତି ଦିଆଯାଇଛି। କୁହାଯାଉଛି,  ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆଡଲଫ ହିଟଲରଙ୍କ ୨୮ ଟନ୍‌ ସୁନା ପୋଲାଣ୍ଡର ଏଇ ମହଲରେ ଲୁଚାଇ ରଖାଯାଇଛି। ହିଟଲରଙ୍କ ସେନାରେ ସାମିଲ ହୋଇଥିବା ଜଣେ ସୈନିକଙ୍କ ଡାଇରୀରୁ ଏହି ରହସ୍ୟର ପର୍ଦ୍ଦାଫାଶ ହୋଇଛି। ସୈନିକ ଜଣକ ତାଙ୍କ ଡାଇରୀରେ ଲେଖିଛନ୍ତି, ରୁଷ୍‌ ସେନାଠାରୁ ବଞ୍ଚାଇବା ପାଇଁ […]

ଏଇ କୋଠାରେ ଗଚ୍ଛିତ ରହିଛି ୨୮ ଟନ୍ ସୁନା !

hitlor

Advertisment

ପ୍ୟାରିସ୍: ଏଇ କୋଠାକୁ ଦେଖୁଛନ୍ତି। କୋଠା ନୁହେଁ ତ ଧନର ଭଣ୍ଡାର। ହଁ, ଏଇ କୋଠାରେ ରହିଛି ୨୮ ଟନ୍‌ ସୁନା ଯାହା ମାଟି ତଳେ ପୋତି ଦିଆଯାଇଛି। କୁହାଯାଉଛି,  ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆଡଲଫ ହିଟଲରଙ୍କ ୨୮ ଟନ୍‌ ସୁନା ପୋଲାଣ୍ଡର ଏଇ ମହଲରେ ଲୁଚାଇ ରଖାଯାଇଛି। ହିଟଲରଙ୍କ ସେନାରେ ସାମିଲ ହୋଇଥିବା ଜଣେ ସୈନିକଙ୍କ ଡାଇରୀରୁ ଏହି ରହସ୍ୟର ପର୍ଦ୍ଦାଫାଶ ହୋଇଛି।

Advertisment

ସୈନିକ ଜଣକ ତାଙ୍କ ଡାଇରୀରେ ଲେଖିଛନ୍ତି, ରୁଷ୍‌ ସେନାଠାରୁ ବଞ୍ଚାଇବା ପାଇଁ ହିଟଲର ତାଙ୍କ ଧନର ଭଣ୍ଡାର ଏହି ମହଲରେ ଲୁଚାଇ ରଖିଥିଲେ। କୁହାଯାଉଛି, ପୋଲାଣ୍ଡର Wroclaw ସହର ନିକଟ ହୋଚବର୍ଗ ପ୍ୟାଲେସ ପ୍ରାଙ୍ଗଣରେ ଥିବା ଏକ କୂଅର ୨୦୦ ଫୁଟ୍‌ ତଳେ ଏହି ସୁନାକୁ ପୋତି ଦିଆଯାଇଛି।  ଏହି ଭଣ୍ଡାର ଭିତରେ ରହିଛି ସୁନାର ବାଡି, କଏନ୍ ଏବଂ ଅନ୍ୟାନ୍ୟ ଗହଣା।

ପୋଲିସ-ଜର୍ମାନ ସିଲେସିୟନ ବ୍ରିଜ ଫାଉଣ୍ଡେସନର ଗବେଷକଙ୍କ କହିବା ଅନୁଯାୟୀ, ହିଟଲର୍‌ ସେନାର ଜଣେ ସିପାହୀଙ୍କ ଡାଇରୀ ତାଙ୍କୁ ମିଳିଛି। ଏହି ଡାଇରୀରେ ଏହି ଧନଭଣ୍ଡାର ସମ୍ପର୍କରେ କୁହାଯାଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜର୍ମାନୀ ହାରିଯିବା ଆଶଙ୍କା କରି ଭୟରେ ଏହି ଭଣ୍ଡାରକୁ ମାଟିତଳେ ପୋତି ଦିଆଯାଇଥିଲା। ଏହାକୁ ପ୍ରଥମେ ରୋକ୍ଲ (Wroclaw)ର ରିଚ୍ ବ୍ୟାଙ୍କରେ ଜମା କରିବାର ଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହାକୁ କାର୍ଯ୍ୟକାରୀ କରା ଯାଇ ପାରିନଥିଲା।

Advertisment

ଏକଥା ବି କୁହାଯାଉଛି, ୧୯୪୫ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ  ସମୟରେ ଧନୀ ଶ୍ରେଣୀର ଲୋକମାନେ ନିଜର ମୂଲ୍ୟବାନ ସମ୍ପତ୍ତିକୁ ସୁରକ୍ଷିତ ରଖିବା ପାଇଁ ଜର୍ମାନୀର ଏହି ସୈନିକଙ୍କୁ ଦେଇଥିଲେ। ଯଦି ଏହି କଥା ସତ ହୁଏ ତେବେ ଏହି ସମ୍ପତ୍ତିର ମୂଲ୍ୟ ୧.୨୫ ବିଲିୟନ ୟୁରୋରୁ ଅଧିକ ହେବ।

ଏହି ସ୍ଥାନ ଠାବ କରିଥିବା ପୋଲିସ-ଜର୍ମାନ ସିଲେସିୟନ ବ୍ରିଜ ଫାଉଣ୍ଡେସନର ପ୍ରମୁଖ ରୋମନ ଫୁରମାନୀ କହନ୍ତି,ଏ ଉପରେ ଅଧିକ ଗବେଷଣା କରିବା ଲାଗି ସରକାରଙ୍କ ଉପରେ ଚାପ ପ୍ରୟୋଗ ଉଦ୍ଦେଶ୍ୟରେ ଏ ତଥ୍ୟକୁ ସାର୍ବଜନୀନ କରାଯାଇଛି। ସେ ଦାବି କରିଛନ୍ତି, ଯେଉଁ ସୈନିକଙ୍କ ଡାଇରୀ ତାଙ୍କୁ ମିଳିଛି,  ଜର୍ମାନୀ ବି ତାଙ୍କୁ ସ୍ୱୀକୃତି ଦେଇଛି। ତେବେ ପୋଲାଣ୍ଡ ସଂସ୍କୃତି ମନ୍ତ୍ରାଳୟ ସହ ମଧ୍ୟ ଏହି ଡାଇରୀର ସତ୍ୟତା ସମ୍ପର୍କରେ ଜାଣିବା ପାଇଁ ଯୋଗାଯୋଗ କରିଥିଲେ। ହେଲେ ସେଠାରୁ କୌଣସି ଉତ୍ତର ମିଳିନାହିଁ।

Advertisment

ତେବେ ଫୁରମାନୀ କହିଛନ୍ତି, ସରକାରୀ ଅନୁମତି ତଥା ଆର୍ଥିକ ସହାୟତା ପାଇବା ପାଇଁ ଆମ ପାଇଁ ଏବେ ବଡ ସମସ୍ୟା ହେଉଛି। ବର୍ତ୍ତମାନ ଉକ୍ତ କୋଠାର ମାଲିକ ଏକ ନିର୍ଦ୍ଦିଷ୍ଟ ଇଲାକା ପର୍ଯ୍ୟନ୍ତ ଖୋଳିବା ପାଇଁ ଅନୁମତି ଦେଇଛନ୍ତି । ଏଥିପାଇଁ ସିସିଟିଭି କ୍ୟାମେରା ମଧ୍ୟ ଲଗାଯାଇ ସାରିଲାଣି।

OTV Khabar Poland Paris News Otv Offbeat News Khabar In Odia Hochberg Palace Gold Hidden Under Hochberg Palace Desh Bidesh Khabar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ