Advertisment

ମିଶନ ଗଗନଯାନରେ ସାମିଲ ହେବ ଏହି ମହିଳା ରୋବୋଟ

ବେଙ୍ଗାଲୁରୁ: ଚଳିତ ବର୍ଷ ଶେଷ ଆଡ଼କୁ ମାନବବିହୀନ ମହାକାଶ ଯାନ (ଗଗନଯାନ) ଉଡ଼ାଣ ଭରିବ। ତେବେ ଏଥିରେ ଇସ୍ରୋ ମହାକାଶକୁ ପଠାଇବାକୁ ଥିବା ହ୍ୟୁମାନଏଡ୍‌ଙ୍କର ପ୍ରଥମ ଝଲକ ସାମ୍ନାକୁ ଆସିଛି। ୨୦୨୨ରେ ଭାରତ ମହାକାଶଚାରୀଙ୍କୁ ମହାକାଶକୁ ପଠାଇବାର ଅଛି। ଏହା ପୂର୍ବରୁ ମହାକାଶକୁ ଜଣେ ହ୍ୟୁମାନଏଡ୍‌ ବା ମଣିଷ ପରି ଦିଶୁଥିବା ରୋବୋଟ୍‌ ପଠାଯିବ। ଯଦିଓ ଗଗନଯାନ ମିଶନରେ କେହି ମହିଳା ମହାକାଶଯାତ୍ରୀ ସ୍ଥାନ ପାଇନାହାନ୍ତି, ଏହା ପୂର୍ବରୁ ମହାକାଶ ଯିବାକୁ ଥିବା ହ୍ୟୁମାନଏଡ୍‌ ଜଣେ ‘ମହିଳା’ […]

ମିଶନ ଗଗନଯାନରେ ସାମିଲ ହେବ ଏହି ମହିଳା ରୋବୋଟ

robot

Advertisment

ବେଙ୍ଗାଲୁରୁ: ଚଳିତ ବର୍ଷ ଶେଷ ଆଡ଼କୁ ମାନବବିହୀନ ମହାକାଶ ଯାନ (ଗଗନଯାନ) ଉଡ଼ାଣ ଭରିବ। ତେବେ ଏଥିରେ ଇସ୍ରୋ ମହାକାଶକୁ ପଠାଇବାକୁ ଥିବା ହ୍ୟୁମାନଏଡ୍‌ଙ୍କର ପ୍ରଥମ ଝଲକ ସାମ୍ନାକୁ ଆସିଛି। ୨୦୨୨ରେ ଭାରତ ମହାକାଶଚାରୀଙ୍କୁ ମହାକାଶକୁ ପଠାଇବାର ଅଛି। ଏହା ପୂର୍ବରୁ ମହାକାଶକୁ ଜଣେ ହ୍ୟୁମାନଏଡ୍‌ ବା ମଣିଷ ପରି ଦିଶୁଥିବା ରୋବୋଟ୍‌ ପଠାଯିବ। ଯଦିଓ ଗଗନଯାନ ମିଶନରେ କେହି ମହିଳା ମହାକାଶଯାତ୍ରୀ ସ୍ଥାନ ପାଇନାହାନ୍ତି, ଏହା ପୂର୍ବରୁ ମହାକାଶ ଯିବାକୁ ଥିବା ହ୍ୟୁମାନଏଡ୍‌ ଜଣେ ‘ମହିଳା’ ଏବଂ ତାଙ୍କ ନାମ ‘ବ୍ୟୋମମିତ୍ରା’ ରଖାଯାଇଛି।

Advertisment

୨୦୧୯ ମସିହା ଜାନୁଆରୀରେ ଇସ୍ରୋ ପକ୍ଷରୁ ‘ବ୍ୟୋମମିତ୍ରା’ ବାବଦରେ ସମ୍ୟକ ସୂଚନା ଦିଆଯାଇଥିଲା। ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ୍‌ ଇଣ୍ଡିଆରେ ଏନେଇ ଏକ ଖବର ପ୍ରକାଶ କରାଯାଇଥିଲା। ଗତବର୍ଷ ଇସ୍ରୋ ମୁଖ୍ୟ କେ ଶିବନ୍‌ କହିଥିଲେ, “ହ୍ୟୁମାନଏଡ୍‌ ପ୍ରାୟ ପ୍ରସ୍ତୁତ ହୋଇଯାଇଛି। ଏହି ମିଶନରେ ଆମେ ଚାହୁଁଛୁ ଆମେ ମହାକାଶକୁ ମଣିଷ ପଠାଇ ପୁଣି ଫେରାଇ ଆଣିବାର କ୍ଷମତା ରଖିଥିବା ନିଶ୍ଚିତ ହୋଇପାରିବୁ।”

ଇସ୍ରୋ ଏହି ହ୍ୟୂମାନଏଡ୍‌କୁ ପ୍ରକୃତ ମିଶନ୍‌ ବା ମହାକାଶଚାରୀ ଯିବାକୁ ଥିବା ମିଶନ୍‌ ପୂର୍ବରୁ ପଠାଇବ। ସେ କହିଛନ୍ତି, “ଆମ ରୋବୋଟ୍‌ ମଣିଷ ପରି ହେବ। ମଣିଷ ଯାହା କରିପାରେ ଏହି ରୋବୋଟ୍‌ ମଧ୍ୟ କରିବ, ଯଦିଓ ସମ୍ପୂର୍ଣ୍ଣ ଭାବେ ମଣିଷ ଭଳି ନୁହେଁ। ପ୍ରଥମ ଯାନଟି ଖାଲି ଯିବନି, ବରଂ ଏହି ସୁଯୋଗର ପୂର୍ଣ୍ଣ ଉପଯୋଗ କରାଯିବ।” ମିଳିଥିବା ସୂଚନା ଅନୁଯାୟୀ, ମହାକାଶକୁ ଯିବାକୁ ଥିବା ମହାକାଶଚାରୀଙ୍କର ଚଳିତ ବର୍ଷ ରୁଷ୍‌ଠାରେ ଟ୍ରେନିଂ ହେବ। ଗଗନଯାନର ଡିଜାଇନ୍‌ ପ୍ରାୟ ସରିଯାଇଥିବାବେଳେ ଚଳିତ ବର୍ଷ ଅନେକ ପରୀକ୍ଷଣ ହେବାର ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ