Advertisment

Viral Controversy: ଅଡ଼ୁଆରେ ୟୁଟ୍ୟୁବର ଶୁଭଙ୍କର ମିଶ୍ର, ମହଙ୍ଗା ପଡ଼ିପାରେ ଶ୍ରୀମନ୍ଦିର ସଂପର୍କରେ ବିବାଦୀୟ ବୟାନ

ପୁରୀ ଶ୍ରୀମନ୍ଦିର ସମ୍ପର୍କରେ ବିବାଦୀୟ ବୟାନ ରଖିଥିବାରୁ ଫସିବେ କି ୟୁଟ୍ୟୁବର ଶୁଭଙ୍କର ମିଶ୍ର ? ଶୁଭଙ୍କରଙ୍କ ମନ୍ତବ୍ୟକୁ ନେଇ ଭକ୍ତ, ଶ୍ରୀମନ୍ଦିର ସେବାୟତ, ଜଗନ୍ନାଥପ୍ରମୀଙ୍କ ପ୍ରବଳ ବିରୋଧ ପରେ ଏବେ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ।

SUBHANKAR

SUBHANKAR Photograph: (OTV)

Advertisment

ପୁରୀ ଶ୍ରୀମନ୍ଦିର ସମ୍ପର୍କରେ ବିବାଦୀୟ ବୟାନ ରଖିଥିବାରୁ ଫସିବେ କି ୟୁଟ୍ୟୁବର ଶୁଭଙ୍କର ମିଶ୍ର ? ତାଙ୍କ ପାଇଁ ମହଙ୍ଗା ପଡ଼ିବ କି ସୋସିଆଲ ମିଡିଆରେ ଅରୁଚିକର ମନ୍ତବ୍ୟ ? ଶୁଭଙ୍କରଙ୍କ ମନ୍ତବ୍ୟକୁ ନେଇ ଭକ୍ତ, ଶ୍ରୀମନ୍ଦିର ସେବାୟତ, ଜଗନ୍ନାଥପ୍ରମୀଙ୍କ ପ୍ରବଳ ବିରୋଧ ପରେ ଏବେ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ। ସେପଟେ ଶୁଭଙ୍କର ଯଦି ତୁରନ୍ତ ପୁରୀ ଆସି, କ୍ଷମା ନମାଗନ୍ତି, ତେବେ ତାଙ୍କ ବିରୋଧରେ ଏତଲା ଦେବାକୁ ପ୍ରସ୍ତୁତ ହୋଇଛନ୍ତି ବହୁ ବରିଷ୍ଠ ସେବାୟତ।...

Advertisment

ୟୁଟ୍ୟୁବର ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ବୟାନକୁ ନେଇ ବଢ଼ିଲା ଅଡୁଆ। ପୁରୀ ଶ୍ରୀମନ୍ଦିର ସଂପର୍କରେ ଅରୁଚିକର ମନ୍ତବ୍ୟ ପାଇଁ ଫସିପାରନ୍ତି ଶୁଭଙ୍କର। ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଥିବା ଶ୍ରୀମନ୍ଦିର ଉପରେ ଶୁଭଙ୍କରଙ୍କ ଏ ତଥ୍ୟ ପାଇଁ କାର୍ଯ୍ୟାନୁଷ୍ଠାନ ନେଇପାରେ ଶ୍ରୀମନ୍ଦିର ପ୍ରଶାସନ। ଶୁଭଙ୍କରଙ୍କ ଏ ଅଶୁଭ ବୟାନକୁ ରାଜ୍ୟବ୍ୟାପୀ ତମ୍ବି ତୋଫାନ ପରେ, ଏ ପ୍ରସଙ୍ଗରେ ସାମ୍ନାକୁ ଆସିଛି ପୁରୀ ଜିଲ୍ଲା ପ୍ରଶାସନ।

ଦୃଢ଼ କାର୍ଯ୍ୟାନୁଷ୍ଠାନର ନିଷ୍ପତ୍ତି

ଜିଲ୍ଲାପାଳ କହିଛନ୍ତି, ଶ୍ରୀମନ୍ଦିର ସମ୍ପର୍କରେ ଯିଏ ଭୁଲ ତଥ୍ୟ ଦେଉଛନ୍ତି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନର ନିଷ୍ପତ୍ତି ହୋଇଛି। ଆଉ ଶୁଭଙ୍କର ଯାହା କହିଛନ୍ତି, ତାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ ବାର୍ତ୍ତା ରଖିଛନ୍ତି ପୁରୀ ଜିଲ୍ଲାପାଳ।...

Advertisment

ଶ୍ରୀଜଗନ୍ନାଥଙ୍କୁ ନେଇ ଶୁଭଙ୍କର ମିଶ୍ରଙ୍କ ଏଭଳି ବିବାଦୀୟ ବୟାନକୁ ନେଇ ଏକଦମ୍ ଖପ୍ପା ସେବାୟତ ସମୁଦାୟ। ସେମାନଙ୍କ ମତରେ ମହାପ୍ରଭୁ ପ୍ରେମର ଠାକୁର। ତାଙ୍କ ସମ୍ପର୍କରେ ଏଭଳି ଭ୍ରମାତ୍ମକ ତଥ୍ୟ, ଶୁଭଙ୍କର ମିଶ୍ର ପାଇଲେ କେଉଁଠୁ ? କେଉଁ ଶାସ୍ତ୍ରୀୟ ମତ ଆଧାରରେ ସୋସିଆଲ ମିଡିଆରେ ସେ ଏଭଳି ମନ୍ତବ୍ୟ ରଖିବାକୁ ସାହସ କଲେ ? ଶୁଭଙ୍କର ମିଶ୍ର ପୁରୀ ଆସି, ଯଦି ମହାପ୍ରଭୁଙ୍କ ଆଗରେ ତୁରନ୍ତ କ୍ଷମା ନଗାନ୍ତି, ତେବେ ବିରୋଧରେ ଥାନାରେ ଏତଲା ଦିଆଯିବ ବୋଲି କହିଛନ୍ତି ବହୁ ବରିଷ୍ଠ ସେବାୟତ। ଏପଟେ ଖାଲି, ସେବାୟତ ନୁହଁନ୍ତି, ଶୁଭଙ୍କର ଏ କାହାଣୀ ଶୁଣି ଅଗଣିତ ଜଗନ୍ନାଥପ୍ରେମୀ ବି ଏହାକୁ ନାପସନ୍ଦ କରିଛନ୍ତି।...

ଏବେ ଦେଖିବାର କଥା, ଓଡ଼ିଆଙ୍କ ଆରାଧ୍ୟ ଦେବତାଙ୍କ ପ୍ରତି ନିହାତି ଅରୁଚିକର ମନ୍ତବ୍ୟ ରଖି, ସେମାନଙ୍କ ଧର୍ମୀୟ ଭାବନାକୁ ଆଘାତ ଦେଇଥିବା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଶୁଭଙ୍କର ମିଶ୍ର କ୍ଷମା ମାଗୁଛନ୍ତି ନା ନାହିଁ। ଆଉ ଯଦି ନମାଗନ୍ତି, ତେବେ ତାଙ୍କ ବିରୋଧରେ ଆଗକୁ କି ଆକ୍ସନ ହେଉଛି, ତାକୁ ସମସ୍ତଙ୍କ ଅପେକ୍ଷା। ସେପଟେ ଏ ପୂରା ଘଟଣା ନେଇ ଶୁଭଙ୍କର ମିଶ୍ରଙ୍କ ପ୍ରତିକ୍ରିୟା ମିଳିପାରିନି।... 

Advertisment

Srimandir Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ