Advertisment

ହସ୍ପିଟାଲ ସମସ୍ୟାର ସମାଧାନ ପାଇଁ ଯୁବଗୋଷ୍ଠୀଙ୍କ ପଦଯାତ୍ରା

ତୁଷୁରା : ହସ୍ପିଟାଲ ସମସ୍ୟାର ସମାଧାନ ପାଇଁ ପଦଯାତ୍ରା । ଦାବି ହାସଲ ପାଇଁ ନିଜ ଗାଁରୁ ଜିଲ୍ଲାପାଳଙ୍କ ଅଫିସକୁ ପାଦରେ ଚାଲି ଚାଲି ଆସିଛନ୍ତି ଯୁବଗୋଷ୍ଠୀ । ବଲାଙ୍ଗିର ଜିଲ୍ଲା ତୁଷୁରା ଏନଏସିରେ ଥିବା ହସ୍ପିଟାଲକୁ ଶହେ ବର୍ଷ ପୂରିବ…

ଅଦ୍ୟତନ ହୋଇଛି
ହସ୍ପିଟାଲ ସମସ୍ୟାର ସମାଧାନ ପାଇଁ ଯୁବଗୋଷ୍ଠୀଙ୍କ ପଦଯାତ୍ରା

bolangir

Advertisment

ତୁଷୁରା : ହସ୍ପିଟାଲ ସମସ୍ୟାର ସମାଧାନ ପାଇଁ ପଦଯାତ୍ରା । ଦାବି ହାସଲ ପାଇଁ ନିଜ ଗାଁରୁ ଜିଲ୍ଲାପାଳଙ୍କ ଅଫିସକୁ ପାଦରେ ଚାଲି ଚାଲି ଆସିଛନ୍ତି ଯୁବଗୋଷ୍ଠୀ । ବଲାଙ୍ଗିର ଜିଲ୍ଲା ତୁଷୁରା ଏନଏସିରେ ଥିବା ହସ୍ପିଟାଲକୁ ଶହେ ବର୍ଷ ପୂରିବ ହେଲେ ଆଜି ପର୍ଯ୍ୟନ୍ତ ହସପିଟାଲର ବିଶେଷ କିଛି ଉନ୍ନତି ହୋଇନାହିଁ ।

Advertisment

ଶତବାର୍ଷିକୀ ପାଳନ କରୁଥିବା ହସ୍ପିଟାଲରେ ଜଣେ ବି ଡାକ୍ତର ନାହାନ୍ତି । ଫାର୍ମାସିଷ୍ଟଙ୍କ ଭରସାରେ ଚାଲିଛି ଡାକ୍ତରଖାନା । ସେହିପରି ପାଖରେ ଥିବା ହୋମିଓପାଥି ହସପିଟାଲ ମଧ୍ୟ ଡାକ୍ତର ଶୁନ୍ୟ ବାରମ୍ବାର ଦାବି ପରେ କେହି ନ ଶୁଣିବାରୁ ତୁଷୁରା ୟୁଥ ଆକ୍ସନ କମିଟି ପକ୍ଷରୁ ୩୦ କିଲୋମିଟର ପଦଯାତ୍ରା କରି ଯୁବକମାନେ ଜିଲ୍ଲାପାଳଙ୍କ ଅଫିସ ଅଭିମୁଖେ ବାହାରିଛନ୍ତି ।

ତେବେ ପଦଯାତ୍ରା ନ କରିବାକୁ ଉପଜିଲ୍ଲାପାଳ କାଲି ବୁଝାଇଥିଲେ ବି ଯୁବକମାନେ ଏଥିରେ ରାଜି ହୋଇନଥିଲେ । ତୁଷୁରାରୁ ବାହାରି ଯୁବକମାନେ ଦେଓଗାଁରେ ପହଞ୍ଚିଛନ୍ତି । ବଲାଙ୍ଗିରରେ ପହଞ୍ଚି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିବେ ତେବେ ଯୁବକଙ୍କ ଏ ଆନ୍ଦୋଳନକୁ ଅନେକ ସଂଗଠନ ସମର୍ଥନ ଜଣାଇଛନ୍ତି ।

Advertisment
Bolangir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ