Advertisment

ପୁଣି ଜଣେ ଓଡ଼ିଆ ସାମ୍ବାଦିକଙ୍କର କରୋନାରେ ମୃତ୍ୟୁ

କରୋନାରେ ପୁଣି ଜଣେ ଓଡ଼ିଆ ସାମ୍ବାଦିକଙ୍କ ମୃତ୍ୟୁ ହୋଇଯାଇଛି। ରାଜ୍ୟ ଓ ରାଜ୍ୟ ବାହାରର ବହୁ ପ୍ରତିଷ୍ଠିତ ଗଣମାଧ୍ୟମ ସଂସ୍ଥାରେ ନିଷ୍ଠା ଓ ଦକ୍ଷତାର ସହିତ କାର୍ଯ୍ୟ କରିଥିବା ପ୍ରବୁଦ୍ଧ ଜଗଦ୍ଦେବଙ୍କର ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଦେହାବସାନ ଘଟିଛି।

ପୁଣି ଜଣେ ଓଡ଼ିଆ ସାମ୍ବାଦିକଙ୍କର କରୋନାରେ ମୃତ୍ୟୁ

Journalist

Advertisment

ଭୁବନେଶ୍ୱର କରୋନାରେ ପୁଣି ଜଣେ ଓଡ଼ିଆ ସାମ୍ବାଦିକଙ୍କ ମୃତ୍ୟୁ ହୋଇଯାଇଛି। ରାଜ୍ୟ ଓ ରାଜ୍ୟ ବାହାରର ବହୁ ପ୍ରତିଷ୍ଠିତ ଗଣମାଧ୍ୟମ ସଂସ୍ଥାରେ ନିଷ୍ଠା ଓ ଦକ୍ଷତାର ସହିତ କାର୍ଯ୍ୟ କରିଥିବା ପ୍ରବୁଦ୍ଧ ଜଗଦ୍ଦେବଙ୍କର ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଦେହାବସାନ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୪ ବର୍ଷ ବୟସ ହୋଇଥିଲା। ତାଙ୍କର ପତ୍ନୀ ଓ ଗୋଟିଏ ୪ ବର୍ଷର ପୁଅ ଅଛନ୍ତି।

ବିଶିଷ୍ଟ କବି ତଥା ଶିକ୍ଷାବିତ ପ୍ରଫୁଲ୍ଲ ଜଗଦ୍ଦେବଙ୍କ ପୁଅ ପ୍ରବୃଦ୍ଧ ନୂଆଦିଲ୍ଲୀ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ଏମଫିଲ କରୁଥିଲେ। ସେହି ସମୟରେ ସେ ଆଇସିଆଇସିଆଇ ବ୍ୟାଙ୍କରେ ପିଓ ଭାବେ ମନୋନୀତ ହୋଇଥିଲେ। ସେହି ସମୟରେ ସ୍ୱାସ୍ଥ୍ୟ ପରୀକ୍ଷାରୁ ଜଣାପଡ଼ିଥିଲା ଯେ ତାଙ୍କର ଦୁଇଟି ଯାକ କିଡନୀ ଖରାପ ହୋଇଯାଇଛି। ତାଙ୍କ ମା’ ତାଙ୍କୁ କିଡନୀ ଦାନ କରିଥିଲେ। ସେଥିରୁ ସେ ସୁସ୍ଥ ହୋଇ ବିଭିନ୍ନ ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟ କରିଥିଲେ। ହିନ୍ଦୁସ୍ଥାନ ଟାଇମ୍ସ, ଦ ନିଉ ଇଣ୍ଡିଆନ ଏକ୍ସପ୍ରେସ, ଓଟିଭି, ଟେଲିଗ୍ରାଫ ଆଦି ପ୍ରତିଷ୍ଠିତ ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟ କରିବା ପରେ ସେ କଣ୍ଟେଣ୍ଟ ରାଇଟିଂ କ୍ଷେତ୍ରରେ ମଧ୍ୟ ପ୍ରତିଷ୍ଠା ଅର୍ଜନ କରିଥିଲେ। ଅରେଞ୍ଜ ଷ୍ଟୋକ୍ସ, ଟେଲିଟେକ୍ସଟ ହଲିଡେଜ୍‌, ବ୍ରିଜଆଇ୨ଆଇ ଓ ଆନାଲିଟିକ୍ସ ସଲ୍ୟୁସନ ଆଦି ସଂସ୍ଥା ପାଇଁ କାର୍ଯ୍ୟ କରି ସେ ନିଜ ଦକ୍ଷତାର ପରିଚୟ ଦେଇଥିଲେ।

କିଡନୀ ଚିକିତ୍ସା ସମୟରେ ତାଙ୍କୁ ବହୁ ଷ୍ଟେରଏଡ ଦିଆଯାଇଥିଲା। ପରେ ତାଙ୍କର ଲିଭର ଖରାପ ହୋଇଥିଲା। ସେଥିପାଇଁ ତାଙ୍କୁ ମଝିରେ ମଝିରେ ଚିକିତ୍ସିତ ହେବାକୁ ପଡ଼େ। ଏଇ କିଛି ଦିନ ତଳେ ସେ ଲିଭର ଚିକିତ୍ସା ପାଇଁ ସମ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ପରୀକ୍ଷାରୁ କୋଭିଡ ପଜିଟିଭ୍‌ ଜଣାପଡ଼ିବାରୁ ସେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ।

ତାଙ୍କ ମୃତ୍ୟୁରେ ଗଣମାଧ୍ୟମ ଜଗତର ବହୁ ବରିଷ୍ଠ ଓ କନିଷ୍ଠ ସଦସ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି। ଇତିମଧ୍ୟରେ ଓଡ଼ିଶାର ପ୍ରାୟ ୩୦ ଜଣ ସାମ୍ବାଦିକଙ୍କର କରୋନାରେ ମୃତ୍ୟୁ ହୋଇଗଲାଣି।

Advertisment
Corona Cases In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ