Advertisment

Young Man Climbs: ଟାୱାରକୁ ଚଢ଼ି ପ୍ରେମିକ ଦେଲା ଧମକ, କହିଲା ମୋ ପ୍ରେମିକାକୁ ଡାକ ନହେଲେ

ଟାୱାରକୁ ଚଢ଼ି ପ୍ରେମିକର କାରନାମା । ମୋ ପ୍ରେମିକାକୁ ଡାକ, ନହେଲେ ଡେଇଁବି । ମୋ ପ୍ରେମିକା ସହ ମତେ କଥା କରାଅ । ୮୦ ଦଶକର ଧର୍ମେନ୍ଦ୍ର ଓ ଅମିତାଭଙ୍କ ସେହି ଶୋଲେ ସିନେମାର କଥା ଏ ପ୍ରେମିକର ମନେପଡ଼ିଛି ।

Keonjhar-Lover-Drama

Keonjhar-Lover-Drama Photograph: (OTV)

Advertisment

ଟାୱାରକୁ ଚଢ଼ି ପ୍ରେମିକର କାରନାମା । ମୋ ପ୍ରେମିକାକୁ ଡାକ, ନହେଲେ ଡେଇଁବି । ମୋ ପ୍ରେମିକା ସହ ମତେ କଥା କରାଅ । ୮୦ ଦଶକର ଧର୍ମେନ୍ଦ୍ର ଓ ଅମିତାଭଙ୍କ ସେହି ଶୋଲେ ସିନେମାର କଥା ଏ ପ୍ରେମିକର ମନେପଡ଼ିଛି । ଆଉ ସକାଳୁ ସକାଳୁ ଟାୱାର ଉପରକୁ ଚଢ଼ି ପ୍ରେମିକା ସହ ଦୁଇ ପଦ କଥା କରାଇଦେବାକୁ ସମସ୍ତଙ୍କୁ କହୁଛି । ପ୍ଲିଜ୍‌ ମୋ ପ୍ରେମିକାକୁ ଏଠିକି ଆଣ ନହେଲେ ମୁଁ  ମରିଯିବି । ଶେଷରେ ଯୁବତୀଙ୍କ ସହ ପୋଲିସ ଏ ପ୍ରେମିକଙ୍କୁ କଥା କରାଇବା ପରେ ପ୍ରେମିକ ତଳକୁ ଓହ୍ଲାଇଛି । ୮୦ ଦଶକ ସିନେମାର କାହାଣୀ ଏଠି ସତ ହୋଇଛି । ଆଉ ପ୍ରେମିକା ପାଇଁ ଏଠି ନାଟ ଲଗାଇଛି ପ୍ରେମିକ । 

Advertisment



କେନ୍ଦୁଝର ଟାଉନ ଥାନା ଜୁଡ଼ିଆ ଘାଟିର ଏହି ଘଟଣା ।  ନିର୍ମାଣାଧିନ ବିଦ୍ୟୁତ ଟାୱାର ଉପରେ ଚଢି ଆତ୍ମହତ୍ୟା ଧମକ ଦେଇଛି ପ୍ରେମିକ । ପ୍ରେମିକ ଜଣକ ସାହାରପଡ଼ା ଅଞ୍ଚଳର ହୋଇଥିବା ବେଳେ, ପ୍ରେମିକା ବାଂଶପାଳ ବ୍ଳକର ଯାତ୍ରା ଅଞ୍ଚଳର ବୋଲି କୁହାଯାଇଛି । ପ୍ରେମିକା କଥା ହୋଇନଥିବାରୁ ଏମିତି କାଣ୍ଡ କରିଥିଲା ପ୍ରେମିକ । ଏନେଇ ଖବର ପାଇ ପୋଲିସ ଓ ଆଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଯୁବତୀ ଓ ଘର ଲୋକଙ୍କ ସହ ଯୁବକ ଜଣଙ୍କୁ ମୋବାଇଲରେ କଥା କରାଇବା ପରେ ଏଇ ହାଇଡ୍ରାମା ଶେଷ ହୋଇଛି I 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ