Advertisment

From Confidence to Crisis: କାଲି ଥିଲେ ଲୋକଙ୍କ ସାହା ଭରସା, ଆଜି ଅସହାୟ

ସଙ୍କଟରେ ପୂର୍ବତନ ସରପଞ୍ଚଙ୍କ ପରିବାର। ଦିନେ ଗ୍ରାମବାସୀଙ୍କ ପାଇଁ ଥିଲେ ସାହା ଭରସା। ଏବେ ତାଙ୍କ ପତ୍ନୀ କ୍ୟାନସର୍ ସହ କରୁଛନ୍ତି ସଂଘର୍ଷ। ଆୟୁଷ୍ମାନ କାର୍ଡରୁ ସରିଗଲାଣି ଟଙ୍କା। ୨ ଲକ୍ଷ ଟଙ୍କା ଧାର କରଜ ମଧ୍ୟ କରିସାରିଲେଣି। ଅଧିକ ଅର୍ଥର ଆବଶ୍ୟକତା ଥିବାରୁ ପରିବାର ଆଜି ସହଯୋଗର ଅପେକ୍ଷାରେ।

Crisis

Crisis Photograph: (OTV)

Advertisment

ସଙ୍କଟରେ ପୂର୍ବତନ ସରପଞ୍ଚଙ୍କ ପରିବାର। ଦିନେ ଗ୍ରାମବାସୀଙ୍କ ପାଇଁ ଥିଲେ ସାହା ଭରସା। ଏବେ ତାଙ୍କ ପତ୍ନୀ କ୍ୟାନସର୍ ସହ କରୁଛନ୍ତି ସଂଘର୍ଷ। ଆୟୁଷ୍ମାନ କାର୍ଡରୁ ସରିଗଲାଣି ଟଙ୍କା। ୨ ଲକ୍ଷ ଟଙ୍କା ଧାର-କରଜ ମଧ୍ୟ କରିସାରିଲେଣି। ଅଧିକ ଅର୍ଥର ଆବଶ୍ୟକତା ଥିବାରୁ ପରିବାର ଆଜି ସହଯୋଗର ଅପେକ୍ଷାରେ।

Advertisment

କେନ୍ଦ୍ରାପଡା ଜିଲ୍ଲା ନିକିରାଇର ପୂର୍ବତନ ସରପଞ୍ଚ ସରୋଜକାନ୍ତ ପଣ୍ଡା। ପଦ ପଦବୀରେ ରହି ଅନେକ ଗାଁଲୋକଙ୍କ ପାଇଁ ସହାୟ ହୋଇଥିବା ସରୋଜ ପଣ୍ଡାଙ୍କ ପରିବାର ଆଜି ଅସହାୟ ଅବସ୍ଥାରେ। ତାଙ୍କ ପତ୍ନୀ ସରୋଜିନୀ ତ୍ରିପାଠୀ ୬ ମାସ ତଳେ ଅସୁସ୍ଥ ହୋଇପଡିଥିଲେ। ବ୍ଲଡ୍ ଟେଷ୍ଟ୍ ପରେ ରକ୍ତ କର୍କଟ ଚିହ୍ନଟ ହୋଇଛି। ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ କ୍ୟାନସର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଏହି ରୋଗର ଚିକିତ୍ସା ପାଇଁ ଲକ୍ଷ ଲକ୍ଷ ଟଙ୍କାର ଆବଶ୍ୟକତା ଥିବାରୁ ପରିବାର ଦିନକୁ ଦିନ ଆର୍ଥିକ ସଙ୍କଟ ଦେଇ ଗତି କରୁଛି।

ସରିଗଲାଣି ଆୟୁଷ୍ମାନ କାର୍ଡ ଟଙ୍କା

ପରିବାରର ଆୟୁଷ୍ମାନ କାର୍ଡରେ ଥିବା ଟଙ୍କା ସରିଯାଇଥିବାରୁ ସମଗ୍ର ଖର୍ଚ୍ଚ ବ୍ୟକ୍ତିଗତ ଭାବରେ ବହନ କରିବାକୁ ପଡ଼ୁଛି। ବର୍ତ୍ତମାନ ଧାରକରଜରେ ଚାଲିଛି ଚିକିତ୍ସା ଚାଲିଛି। 

Advertisment

ସରୋଜକାନ୍ତ ଏହି ସଙ୍କଟ ସମୟରେ କୋ-ଅପରେଟିଭ ବ୍ୟାଙ୍କ ସଭାପତି ପ୍ରମୋଦ ସାହୁ ଆଗକୁ ଆସିଛନ୍ତି ଆଉ ୧୦ ହଜାର ଟଙ୍କା ଆର୍ଥିକ ସହାୟତା କରି ପରିବାର ପାଖରେ ସହଯୋଗର ହାତ ବଢ଼ାଇଛନ୍ତି। ସମାଜର ଅନ୍ୟାନ୍ୟ ଲୋକେ ମଧ୍ୟ ଆଗକୁ ଆସି ଏପରି ସାହାଯ୍ୟ କରିବା ପାଇଁ ସେ ଆହ୍ୱାନ ଦେଇଛନ୍ତି।

ଯେଉଁ ବ୍ୟକ୍ତି ଜୀବନର ବହୁ ସମୟ ସାଧାରଣ ଲୋକଙ୍କ ସହାୟତା କରି କାଟିଛନ୍ତି, ସେହି ସରୋଜକାନ୍ତ ପଣ୍ଡାଙ୍କ ପରିବାର ଆଜି ସହଯୋଗର ଅପେକ୍ଷାରେ। ସମାଜର ସହଭାଗିତା ତାଙ୍କର ଏହି ସମସ୍ୟାକୁ ଦୂର କରିପାରିବ ବୋଲି ଆଶା କରାଯାଏ।

Advertisment

Cancer Family
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ