Advertisment

Family Struggle Story: ହସଖୁସିର ପରିବାରରେ ଅଦିନିଆଁ ଝଡ; ଚାଲିଗଲା ଟଙ୍କା ରୋଜଗାରିଆ ଗୋଡ

ପନିପରିବା ବିକି ହସ ଖୁସିରେ ଚଳୁଥିଲା ତେଳ ଲୁଣର ସଂସାର। ଦି’ ଓଳି ଦି’ମୁଠା ଖାଇବାକୁ ମିଳୁଥିଲା ଆଉ ଆନନ୍ଦରେ କଟୁଥିଲା ଦିନ। ହେଲେ ଆଜି ସବୁକିଛି ବଦଳିଯାଇଛି। ଅଚାନକ ହସଖୁସି ପରିବାରରେ ଅଦିନିଆଁ ଝଡ ମାଡିଆସିଛି, ଆଉ ସବୁକିଛି ଉଜାଡି ଦେଇଛି।

Family Struggle Story

ହସଖୁସିର ପରିବାରରେ ଅଦିନିଆଁ ଝଡ Photograph: (OTV)

Advertisment

ପନିପରିବା ବିକି ହସ ଖୁସିରେ ଚଳୁଥିଲା ତେଳ ଲୁଣର ସଂସାର। ଦି’ ଓଳି ଦି’ମୁଠା ଖାଇବାକୁ ମିଳୁଥିଲା ଆଉ ଆନନ୍ଦରେ କଟୁଥିଲା ଦିନ। ହେଲେ ଆଜି ସବୁକିଛି ବଦଳିଯାଇଛି। ଅଚାନକ ହସଖୁସି ପରିବାରରେ ଅଦିନିଆଁ ଝଡ ମାଡିଆସିଛି, ଆଉ ସବୁକିଛି ଉଜାଡି ଦେଇଛି। ଗୋଡ ଇନ୍ଫେକ୍ସନ ହେବାରୁ କାଟିବାକୁ ପଡିଲା। ଆଉ ସବୁଦିନ ପାଇଁ ଗୋଟିଏ ଗୋଡକୁ ହରାଇ ଅକର୍ମଣ୍ୟ ହୋଇଗଲେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସାରଙ୍ଗପାଲି ଗାଁର ଯଦୁ ଖେତି। ପ୍ଲାଷ୍ଟିକ ଗୋଡ ପାଇଁ ଦାଦି କରିଛି ପରିବାର। 

Advertisment

ଆଜିକୁ ୩ ବର୍ଷ ହେଲା ଯଦୁଙ୍କ ଜୀବନ ଦୁର୍ବିସହ ହୋଇପଡିଛି। ଯଦୁଙ୍କ ପରିବାର କହିଲେ ସ୍ତ୍ରୀ ଦୁହିତା,ପୁଅ ରବି ଓ ଝିଅ ସରିତାକୁ ନେଇ ତାଙ୍କ ସଂସାର। ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଯଦୁ ପରିବାରକୁ ଭଲରେ ଚଳାଇବା ପାଇଁ ପନିପରିବା ବିକ୍ରି କରୁଥିଲେ। ହେଲେ ୩ ବର୍ଷ ତଳେ ତାଙ୍କ ଜୀବନରେ ମାଡିଆସିଲା କଳାବାଦଲ। ଗୋଡ ଇନ୍ଫେକ୍ସନ ହେବାରୁ ଘରେ ଯାହାକିଛି ଥିଲା ସବୁ ବିକିଭାଙ୍ଗି ଚିକିତ୍ସା କରାଇଲେ। ତଥାପି ଗୋଡକୁ ବଂଚାଇ ପାରିଲେ ନାହିଁ। ସବୁଦିନ ପାଇଁ ଗୋଡକୁ ହରାଇବାକୁ ପଡିଲା।

ଗୋଟିଏ ଗୋଡ ନଥିବାରୁ ତାଙ୍କ ପାଇଁ କୌଣସି କାମ କରିବା ଏବେ ଅସମ୍ଭବ। ଗୋଟିଏ ପଟେ ପରିବାର ଚଳାଇବା କଷ୍ଟ ହୋଇପଡୁଥିବା ବେଳେ ଅନ୍ୟପଟେ ନିଜ ପାଇଁ ଔଷଧ କିଣିବାକୁ ଟଙ୍କା ନାହିଁ। ଫଳରେ ପରିବାର ଚଳାଇବା ପାଇଁ ବାଧ୍ୟ ହୋଇ ନାବାଳକ ପୁଅ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇଛି। ଏମିତିରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚକରି ପ୍ଲାଷ୍ଟିକ ଗୋଡ ଲଗାଇବେ ବା କେମିତି? ଚିନ୍ତାରେ ପଡିଯାଇଛି ଏହି ଅଭାବି ପରିବାର। ଫଳରେ ଚଲାବୁଲା କରିବା ପାଇଁ ପ୍ଲାଷ୍ଟିକ ଗୋଡ ଲଗାଇବା ପାଇଁ ଯଦୁଙ୍କ ପରିବାର ଏବଂ ଗ୍ରାମବାସୀ ସରକାରଙ୍କୁ ଦାବି କରିଛନ୍ତି।

Advertisment

ସରକାର କେବଳ ଦିବ୍ୟାଙ୍ଗ ଯଦୁଙ୍କ ପରିବାରକୁ ପକ୍କା ଘର, ୫ କିଲୋ ଚାଉଳ ଓ ୧ ହଜାର ଟଙ୍କା ଦିବ୍ୟାଙ୍ଗ ଭତା ଦେଇ ନିଜ ଦାୟିତ୍ୱ ସାରିଦେଇଛି। କିନ୍ତୁ ଟ୍ରାଇ ସାଇକେଲ, ହୁଇଲ୍ ଚେୟ୍ୟାର, ୩୫ ଶହ ଦିବ୍ୟାଙ୍ଗ ଭତା, ୩୫ କିଲୋ ଚାଉଳ ଆଦି ସବୁକିଛି ଅପହଂଚ ହୋଇଛି। ତୁରନ୍ତ ସରକାରୀ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବା ପାଇଁ ଦାଦି ହୋଇଛି।

ଅପରପକ୍ଷରେ ଏନେଇ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁଙ୍କୁ ପଚାରିବାରୁ ସେଇଟା ନୋଟିସକୁ ଆସିଲା ପରେ ପରିସ୍ଥିତି କେମିତି ଅଛି ଯାଞ୍ଚ କରିବା ପରେ ସବୁ ଆବଶ୍ୟକ ପଦକ୍ଷେପ ନେବୁ ବୋଲି କହିଛନ୍ତି।

Advertisment
Odisha Government Odisha News Persons With Disability
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ