X-Ray Photograph: (OTV)
ସରକାରୀ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର। ଡାକ୍ତରଖାନାରେ କାମ କରୁନି ଏକ୍ସ-ରେ ମେସିନ। ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେବା ସହ ହନ୍ତସନ୍ତ ହେଉଛନ୍ତି ରୋଗୀ। ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଭଳି ଚିତ୍ର ଦେଖିବାକୁ ମିଳିଛି।
ମାସେରୁ ଅଧିକ ସମୟ ହେଲାଣି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାମ କରୁନି ଏକ୍ସରେ ମେସିନ। ଏକ୍ସରେ କରିବାକୁ ମେଡିକାଲରୁ ଭଦ୍ରକ ସହରକୁ ଦୀର୍ଘ ୪ରୁ ୫ କିଲୋମିଟର ଯିବାକୁ ପଡୁଥିବା ବେଳେ ହଜାର ହଜାର ଟଙ୍କା ଖର୍ଚ୍ଚାନ୍ତ ହେଉଛନ୍ତି ରୋଗୀ।
ଯାହାକୁ ନେଇ ରୋଗୀଙ୍କ ସମେତ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଅନ୍ୟପଟେ ଖୁବଶୀଘ୍ର ଏକ୍ସରେ ମେସିନ କାର୍ଯ୍ୟକାରୀ ହେବ ବୋଲି କହିଛନ୍ତି ଭାରପ୍ରାପ୍ତ ମେଡିକାଲ ଚିକିତ୍ସା ଅଧିକାରୀ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/21/x-ray-2026-01-21-13-55-32.jpg)