Advertisment

World’s First Black Tiger Safari: ମୟୂରଭଞ୍ଜରେ ହେବ ବିଶ୍ବର ପ୍ରଥମ କଳାବାଘ ସଫାରୀ , ୧୦୦ ହେକ୍ଟରରେ ହେବ ବାଘଙ୍କ ରହଣି ସ୍ଥଳ

ମୟୂରଭଞ୍ଜରେ ହେବ ବିଶ୍ବର ପ୍ରଥମ କଳାବାଘ ସଫାରୀ। ବାରିପଦାଠାରୁ ୧୦ କିଲୋମିଟର ଦୂର ମଞ୍ଚାବନ୍ଧାରେ ଏହି ସଫାରୀ ଖୋଲିବା ପାଇଁ କିଛି ମାସଧରି ଲାଗିରହିଥିବା ପ୍ରତିବନ୍ଧକ ଦୂର ହୋଇଛି।

TIGER_SAFARI

TIGER_SAFARI Photograph: (OTV)

Advertisment

ମୟୂରଭଞ୍ଜରେ ହେବ ବିଶ୍ବର ପ୍ରଥମ କଳାବାଘ ସଫାରୀ। ବାରିପଦାଠାରୁ ୧୦ କିଲୋମିଟର ଦୂର ମଞ୍ଚାବନ୍ଧାରେ ଏହି ସଫାରୀ ଖୋଲିବା ପାଇଁ କିଛି ମାସଧରି ଲାଗିରହିଥିବା ପ୍ରତିବନ୍ଧକ ଦୂର ହୋଇଛି। କଳାବାଘ ସଫାରୀ ଖୋଲିବା ପାଇଁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ ବା CZAର ସବୁଜ ସଂକେତ ମିଳିସାରିଥିବା ବେଳେ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ବା ଏନ୍ଟିସିଏଙ୍କ ଅନୁମତି ମଧ୍ୟ ମିଳିସାରିଛି।। ହେଲେ ସୁପ୍ରିମକୋର୍ଟରେ ହୋଇଥିବା ପିଟିସନ୍ ଦୀର୍ଘ ଦିନ ଧରି ସଫାରୀ ଖୋଲିବାରେ କଣ୍ଟା ସାଜିଥିଲା। ଗତ ୧୮ ତାରିଖରେ ସୁପ୍ରିମକୋର୍ଟଙ୍କ ଗ୍ରୀନ୍ ସିଗନାଲ୍ ପରେ କଳାବାଘ ସଫାରୀ ପାଇଁ ବାଟ ପରିଷ୍କାର ହୋଇଛି। ପୂର୍ବରୁ NTCAର ପ୍ରତିନିଧିଙ୍କ ସହ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ ଏବଂ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ମଞ୍ଚାବନ୍ଧାକୁ ଅନୁଧ୍ୟାନ କରିବାପରେ ଚୟନ କରିଥିଲେ। 

Advertisment



 ମଞ୍ଚାବନ୍ଧା ଜଙ୍ଗଲରେ କଳାବାଘ ସଫାରି ପାଇଁ ସୁପ୍ରିମକୋର୍ଟ ଅନୁମତି ଦେଇଥିଲେବି କେତକ ସର୍ତ୍ତ ରଖିଛନ୍ତି। ଅଣଜଙ୍ଗଲ ଜମି କିମ୍ବା ବଫର ଏରିଆର ଅବନତି ହେଉଥିବା ଜଙ୍ଗଲ ଜମିରେ ବାଘ ସଫାରି କରାଯାଇ ପାରିବ। କିନ୍ତୁ ସଫାରି ଯୋଗୁଁ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉପରେ କୌଣସି ପ୍ରଭାବ ନ ପଡିବା ଦରକାର। କୌଣସି ଅଭୟାରଣ୍ୟର ବଫର ଜୋନରେ ପର୍ଯ୍ୟଟନ ଭିତ୍ତିଭୂମି ବିକାଶ କରାଗଲେ, ପରିବେଶ ସଂରକ୍ଷଣ ଆଇନ ୧୯୮୬ର ଇସିଜେଡ୍ ବିଜ୍ଞପ୍ତିକୁ ମାନିବାକୁ ପଡ଼ିବ। ମଞ୍ଚାବନ୍ଧାରେ ୨୦୦ ହେକ୍ଟର ଜମି ଚିହ୍ନଟ ହୋଇଥିବା ବେଳେ ୧୦୦ ହେକ୍ଟରରେ ହେବ ବାଘଙ୍କ ରହଣି ସ୍ଥଳ। ବାକି ୧୦୦ ହେକ୍ଟରରେ ଉଦ୍ଧାର କେନ୍ଦ୍ର, କର୍ମଚାରୀ ଭିତ୍ତିଭୂମି, ପାର୍କିଂ ଓ ପ୍ରାଣୀ ଚିକିତ୍ସାଳୟ କରାଯିବ।

ପ୍ରାଥମିକ ଭାବେ ନନ୍ଦନକାନନର ୩ଟି କଳା ବାଘ ଓ ରାଞ୍ଚି ଚିଡ଼ିଆଖାନାରୁ ୨ଟି କଳା ବାଘଙ୍କୁ ଆଣି ଏଠାରେ ଛାଡ଼ିବାକୁ ଯୋଜନା ରହିଛି। ଏହାକୁ ଉଭୟ ସ୍ଥାନୀୟ ଲୋକ ଏବଂ ବନ୍ୟାପ୍ରାଣୀ ବିଶେଷଜ୍ଞ ସ୍ବାଗତ କରିଛନ୍ତି ।  ମଞ୍ଚାବନ୍ଧାରେ କଳାବାଘ ସଫାରି ହେଲେ ଓଡ଼ିଶାର ବନ୍ୟପ୍ରାଣୀ ପର୍ଯ୍ୟଟନ କ୍ଷେତ୍ରକୁ ନୂଆ ଉଚ୍ଚତାରେ ପହଞ୍ଚାଇବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ