MINI MARATHON Photograph: (OTV)
କ୍ୟାନସର ଯୁଦ୍ଧରେ ଜିତିଛି ଜୀବନ, ଜିତିବ ବି ଜୀବନ। ବାସ୍ ସେଇ ବିଶ୍ବାସ ଓ ସେଇ ବାର୍ତ୍ତା ବାଣ୍ଟି ଦୌଡ଼ିଛି ଭୁବନେଶ୍ବର। ବିଶ୍ବ କର୍କଟ ଦିବସରେ ଓଟିଭିର ମିନି ମାରାଥନ୍ ରେ ଏକାଠି ହେଇଥିଲେ ଡାକ୍ତରଙ୍କଠୁ ରାଜନେତା, ପୋଲିସ୍ ରୁ କର୍ପୋରେଟ୍, ସାମ୍ବାଦିକଙ୍କଠୁ ସେଲିବ୍ରିଟି। ସମସ୍ତଙ୍କ ଗୋଟିଏ ବାର୍ତ୍ତା, ଗୋଟିଏ ଲକ୍ଷ...ହାରିବ କ୍ୟାନ୍ସର ଜିତିବ ଜୀବନ।
ଚଳିତ ବର୍ଷର ଥିମ୍ ‘ୟୁନାଇଟେଡ୍ ବାଏ ୟୁନିକ୍’ ଅର୍ଥାତ ‘ଭିନ୍ନତା ସତ୍ତ୍ୱେ ଏକତା’...ସେଥିପାଇଁ ତ ଭୋର ହେଉ ହେଉ ଭୁବନେଶ୍ବର ସରକାରୀ ପଲିଟେକନିକ୍ କଲେଜ୍ ରେ ଏକାଠି ହୋଇଥିଲେ ଦୂର ଦୂରାନ୍ତରରୁ ଅନେକ।...ସମସ୍ତେ ଏକାକାର ହୋଇଥିଲେ ଦୁଃସାଧ କର୍କଟକୁ ଉପାଡ଼ି ଫିଙ୍ଗିବା ପାଇଁ। ଏଥିରେ କାନ୍ଧରେ କାନ୍ଧ ଯୋଡ଼ିଥିଲେ କିଛି ଫାଇଟର୍ ...ଯିଏ ଲଢ଼ିଛନ୍ତି, ଯିଏ କ୍ୟାନ୍ସର ରୂପୀ ରାକ୍ଷସକୁ ଅତି ପାଖରୁ ଦେଖିଛନ୍ତି। କିନ୍ତୁ ହାରି ନାହାନ୍ତି କି ନଇଁ ନାହାନ୍ତି ବରଂ କ୍ୟାନସରକୁ ହରାଇ ସମାଜ ପାଇଁ ପାଲଟିଛନ୍ତି ଉଦାହରଣ।
ହାତ ପାହାନ୍ତରେ ଚିକିତ୍ସା, ସରକାରୀ ବ୍ୟବସ୍ଥା ଆଉ ସଚେତନତା...ଏସବୁ ହିଁ କ୍ୟାନସର ସହ ଲଢ଼ିବାର ଗୋଟିଏ ଗୋଟିଏ ଅସ୍ତ୍ର। ଏସବୁକୁ ଅବଗତ କରିବାକୁ ଓଟିଭିର ଏଇ ପ୍ରୟାସରେ ସାମିଲ ହୋଇଥିଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ପୋଲିସ୍ କମିଶନର ଏସ୍ ଦେବଦତ୍ତ ସିଂ, AIIMS ଭୁବନେଶ୍ବର ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ବାସ, ଆପୋଲୋ ହସପିଟାଲର ସିଇଓ ଡାକ୍ତର ଆଲୋକ ଶ୍ରୀବାସ୍ତବ, ଓଡ଼ିଶା ଟେଲିଭିଜନ୍ ନେଟୱର୍କର ଏମଡି ଜଗି ମଙ୍ଗତ ପଣ୍ଡା, ଭୁବନେଶ୍ବର ଏକାମ୍ର ବିଧାୟକ ବାବୁ ସିଂ, ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ ରାଉତଙ୍କ ସହ ହଜାର ହଜାର ସ୍କୁଲ, କଲେଜ୍ ଛାତ୍ରଛାତ୍ରୀ ଏବଂ ବିଭିନ୍ନ ସଂଗଠନ କର୍ମକର୍ତ୍ତା। ଖାଲି ଯେ ସାମିଲ ନୁହେଁ, ମିନି ମାରାଥନ୍ ରେ ଲୋକଙ୍କ ସହ ଦୌଡ଼ିଥିଲେ ଖୋଦ୍ ସ୍ବାସ୍ଥ୍ୟମନ୍ତ୍ରୀ, ପୋଲିସ୍ କମିଶନର୍।
କ୍ୟାନସର ଯୋଦ୍ଧା ବାଣ୍ଟିଲେ ଅନୁଭୂତି
ଛୁଇଁଲେ କ୍ୟାନ୍ସର ହୁଏନି କି ପୀଡ଼ିତ ପାଖରେ ରହିଲେ ଏହା ବ୍ୟାପେନି। ଜୀବନଚର୍ଯ୍ୟାରେ ପରିବର୍ତ୍ତନ, ମଦ୍ୟପାନ, ଗୁଟଖା ସେବନ କ୍ୟାନ୍ସର ପ୍ରମୁଖ କାରଣ। ସଭିଁଏ ଜାଣନ୍ତି କିନ୍ତୁ ବୁଝନ୍ତିନି। ଆମେ ଚାହିଁଲେ କ୍ୟାନ୍ସରକୁ ଦୂରେଇ ପାରିବା, ଆମେ ଚାହିଁଲେ ଆଗୁଆ କ୍ୟାନ୍ସରକୁ ଚିହ୍ନଟ କରିପାରିବା। ବରିଷ୍ଠ ଡାକ୍ତର ଯେଉଁମାନେ ପ୍ରତିଦିନ କ୍ୟାନ୍ସର ରୋଗୀଙ୍କୁ ଭେଟନ୍ତି ସେମାନେ ଓଟିଭିର ଏହି ପ୍ରୟାସରେ ଯୋଡ଼ି ହୋଇ ଲୋକଙ୍କୁ ସଚେତନ କରିଥିଲେ।... ସେଲିବ୍ରିଟି ଆଉ କେମିତି ବାଦ୍ ପଡ଼ିଥାନ୍ତେ, ପ୍ରତିବର୍ଷ ଭଳି ଏଥର ବି ସିନେମାରୁ ସିରିଏଲ୍ ସବୁ ଆଡ଼ୁ ଆଗ ଧାଡ଼ିର କଳାକାର ଓଟିଭିର ମିନି ମାରାଥନ୍ ରେ ସାମିଲ ହୋଇ ସଚେତନର ବାର୍ତ୍ତା ଦେଇଛନ୍ତି।
ICMR ତଥ୍ୟ ଅନୁସାରେ ପ୍ରତିବର୍ଷ ଦେଶରେ ୧୪ ଲକ୍ଷ ନୂଆ କ୍ୟାନ୍ସର ପୀଡ଼ିତ ଚିହ୍ନଟ ହେଉଛନ୍ତି। ସେଥିରୁ ସାଢ଼େ ୫ ଲକ୍ଷଙ୍କ ମୃତ୍ୟୁ ଘଟୁଛି। ଏହାର ସିଂହଭାଗ ସଚେତନତାର ଅଭାବ ଓ ଚିକିତ୍ସା ମିଳୁନଥିବାରୁ ଜୀବନ ଯାଉଛି। ଯାହା ଅଧିକ ଚିନ୍ତା ବଢ଼ାଇଛି। ତେଣୁ କ୍ୟାନ୍ସର ପୀଡ଼ିତଙ୍କ ମନରେ ଦୃଢ଼ ଆତ୍ମବିଶ୍ବାସ, ପରିବାରର ସାହସ ଆଉ ଅଦମ୍ୟ ଇଚ୍ଛା ଶକ୍ତି ପହଞ୍ଚାଇବାକୁ ଓଟିଭିର ଏଇ ପ୍ରୟାସ।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/04/mini-marathon-2026-02-04-20-15-12.jpg)