Advertisment

Wooden Pole Collapse Threatens: ପାଦେ ପାଦେ ବିପଦ, ତଥାପି ଅଟକିନି ଜୀବନ...ପ‍ଢ଼ନ୍ତୁ ଗୋଟିଏ କ୍ଲିକରେ

କାଠ ପୋଲ ପାଲଟିଛି ଲୋକଙ୍କ ଜୀବନ ରେଖା। ନିତିଦିନିଆ କାମ ହେଉ ଅବା ଜରୁରୀକାଳୀନ ପରିସ୍ଥିତି, ଭରା ନଈ ଉପରେ ବିପଦପୂର୍ଣ୍ଣ ଢଙ୍ଗରେ ପାର୍ ହେଉଛନ୍ତି ୫ଶହ ପରିବାର। ଗଜପତି ଜିଲ୍ଲା ରାୟଗଡ ବ୍ଲକ ଜଲାଙ୍ଗ ପଞ୍ଚାୟତ ଡୁମ୍ବା ଗାଁରୁ ଏହି ରିପୋର୍ଟ।....

WOODEN BRIDGE DEPENDANT

WOODEN BRIDGE DEPENDANT Photograph: (OTV)

Advertisment

ପାଦେ ପାଦେ ବିପଦ.... ହେଲେବି ଚାରା ନାହିଁ। ପ୍ରଶାସନ ଆଖି ବୁଜିଦେବା ପରେ ଗାଁଲୋକଙ୍କ ନିଜସ୍ବ ଦେଶୀ ଯୁଗାଡ଼। ନଦୀର ଦୁଇ କୂଳରେ ଥିବା ଦୁଇଟି ଗଛ ଉପରେ କାଠ ଗଣ୍ଡି ପକାଇ ତାଉପରେ ଲୋକେ କରୁଛନ୍ତି ଯିବା ଆସିବା। ଗଜପତି ଜିଲ୍ଲା ରାୟଗଡ ବ୍ଲକ ଜଲାଙ୍ଗ ପଞ୍ଚାୟତର ଡୁମ୍ବା ଗାଁର।୫ଶ଼ହ ପରିବାର ରହୁଥିବା ଏହି ଗାଁରେ ଅନ୍ୟ ସୁବିଧା ପଛ କଥା, ଯିବାଆସିବା କରିବାକୁ ରାସ୍ତାଟିଏ ନାହିଁ। ଫଳରେ ଲୋକେ ନିଜସ୍ବ ଉଦ୍ୟମରେ ଜଲାଙ୍ଗ ନଦୀରୁ ଗାଁକୁ କରିଛନ୍ତି କିଛି ଏଭଳି ବାଟ। ତେଲଲୁଣ କିଣା ହେଉ ଅବା ରୋଗୀ ଏଇ କାଠ ପୋଲ ଭରସା। ....

Advertisment

ପ୍ରଶାସନ ଆଖିକାନ ବୁଜି ଦେଇଥିବା ଅଭିଯୋଗ

ଦୀର୍ଘଦିନ ହେଲାଣି ପୋଲଟିଏ ପାଇଁ ବାରମ୍ବାର ଦାବି କରୁଥିଲେବି ପ୍ରଶାସନ ଆଖିକାନ ବୁଜି ଦେଇଥିବା ଅଭିଯୋଗ ହୋଇଛି। ତେଣେ ଘଟଣା ନେଇ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ଉନ୍ନୟନ ଅଧିକାରୀ କହିଛନ୍ତି, ଶୀଘ୍ର ପୋଲ ନିର୍ମାଣ କରାଯିବ।ଏନେଇ ୪୦ ଲକ୍ଷର ବ୍ୟୟବରାଦ ବି ପ୍ରସ୍ତୁତ ହୋଇଛି।...

ପ୍ରଶାସନର ପ୍ରତିଶ୍ରୁତି କେତେ ଦୂର ଫଳପ୍ରଦ ହେଉଛି, ଦେଖିବା ବାକି ରହିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ