Advertisment

ଦିବ୍ୟାଙ୍ଗ କାରିଗରଙ୍କ ଚମତ୍କାର ହାତ ସ୍ପର୍ଶ ; ଜୀବନ ପାଇଛି କଣ୍ଢେଇ

ଭଂଜନଗର  (ରାଜେଶ ପଣ୍ଡା) :  ଆପଣ ଏହି କଣ୍ଢେଇଟିକୁ ଦେଖିଲେ ବିଶ୍ୱାସ କରିପାରିବେନି ଯେ, ଏହା ଏହା ଏକ କାଠ କଣ୍ଢେଇ । କିନ୍ତୁ ଏହାର ଅଙ୍ଗଭଙ୍ଗୀ ପୁରା ରୋବର୍ଟ ପରି ପ୍ରତୀୟମାନ । ଚାଲିଲା ବେଳେ କଣ୍ଢେଇଟି କେତେବେଳେ ଆଖି ମିଟି ମିଟି କରୁଛି ତ କେତେବେଳେ ମୁଣ୍ଡରେ ଓଢଣା ଦେଇ ହଁ ନାଇଁ କରୁଛି। ଏଭଳି ଏକ କାଠ କଣ୍ଢେଇ ନିର୍ମାଣ କରି ଚର୍ଚ୍ଚାରେ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଛାମୁଣ୍ଡା ଗାଁର ରଘୁନାଥ […]

ଦିବ୍ୟାଙ୍ଗ କାରିଗରଙ୍କ ଚମତ୍କାର ହାତ ସ୍ପର୍ଶ ; ଜୀବନ ପାଇଛି କଣ୍ଢେଇ

doll-1

Advertisment

ଭଂଜନଗର  (ରାଜେଶ ପଣ୍ଡା) :  ଆପଣ ଏହି କଣ୍ଢେଇଟିକୁ ଦେଖିଲେ ବିଶ୍ୱାସ କରିପାରିବେନି ଯେ, ଏହା ଏହା ଏକ କାଠ କଣ୍ଢେଇ । କିନ୍ତୁ ଏହାର ଅଙ୍ଗଭଙ୍ଗୀ ପୁରା ରୋବର୍ଟ ପରି ପ୍ରତୀୟମାନ । ଚାଲିଲା ବେଳେ କଣ୍ଢେଇଟି କେତେବେଳେ ଆଖି ମିଟି ମିଟି କରୁଛି ତ କେତେବେଳେ ମୁଣ୍ଡରେ ଓଢଣା ଦେଇ ହଁ ନାଇଁ କରୁଛି। ଏଭଳି ଏକ କାଠ କଣ୍ଢେଇ ନିର୍ମାଣ କରି ଚର୍ଚ୍ଚାରେ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଛାମୁଣ୍ଡା ଗାଁର ରଘୁନାଥ ମହାରଣା ।

Advertisment

publive-image ଗାଁ ଦାଣ୍ଡରେ ରଘୁନାଥଙ୍କ ସହ ହାତକୁ ହାତ ମିଶାଇ ଚାଲିବାବେଳେ ସଂପୂର୍ଣ୍ଣ ଜୀବନ୍ତ ଲାଗୁଥିବା ଏହି କାଠ କଣ୍ଡେଇଟିକୁ ଚଳାଇବା ପାଇଁ କୌଣସି ବିଜୁଳି କି ବ୍ୟାଟେରୀର ଆବଶ୍ୟକତା ନଥିବାବେଳେ ଏହା ସ୍ପ୍ରିଂ ଦ୍ୱାରା ଅପରେଟ ହୋଇଥାଏ।

publive-image୭୦ବର୍ଷରେ ପାଦ ଥାପିଥିବା ରଘୁନାଥ ଜଣେ ଦିବ୍ୟାଙ୍ଗ। ପିଲାବେଳୁ ବାପାଙ୍କ ଠାରୁ କାଠ କାମ ଶିଖି ବିଭିନ୍ନ ଆସବାବପତ୍ର,ଛୋଟରୁ ବଡ କଣ୍ଢେଇ,ବିଭିନ୍ନ ଦେବାଦେବୀ ମୂର୍ତି ତିଆରି କରି ଆସୁଛନ୍ତି ରଘୁନାଥ। ଦିନକୁ ଦିନ ଏହି କାଠ କଣ୍ଢେଇର କଳା ହଜି ଯାଉଥିବାବେଳେ ଏହାକୁ ବଂଚାଇ ରଖିବା ପାଇଁ ରଘୁନାଥଙ୍କ ଏହି ପ୍ରୟାସକୁ ପ୍ରଂଶସା କରିଛନ୍ତି କଳାପ୍ରେମୀ ।

Advertisment

publive-imageତେବେ ରଘୁନାଥଙ୍କୁ ସରକାରୀ ସୁବିଧା ସହ ପ୍ରୋତ୍ସାହନ ଯୋଗାଇ ଦିଆଗଲେ ଆଗାମୀ ପିଢ଼ି ପାଇଁ ଏହି କଳା କାରିଗରୀ ବଞ୍ଚି ରହିପାରିବ ବୋଲି କହିଛନ୍ତି ରଘୁନାଥଙ୍କ ପରିବାର ଲୋକେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ