Advertisment

ପୂର୍ବ ଶତ୍ରୁତାରୁ ମହିଳାଙ୍କୁ ଆକ୍ରମଣ ଅଭିଯୋଗ, ଭାଇରାଲ୍‌ ହେଉଛି ଭିଡିଓ

ପୁରୀ: ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ହରିରାଜପୁରରେ ଜମିବାଡ଼ି ବିବାଦ ଓ ପୂର୍ବ ଶତ୍ରୁତାରୁ ମହିଳାଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ପଡ଼ିଶା ଘର ଲୋକଙ୍କ ଆକ୍ରମଣରେ ଜଣେ ମହିଳା ଓ ତାଙ୍କ ପରିବାର ଲୋକ ଆହତ ହୋଇଛନ୍ତି। ଆହତମାନେ ହେଲେ କବିତା ପ୍ରଧାନ, ସ୍ୱାମୀ କାଳନ୍ଦୀ ପ୍ରଧାନ,  ତାଙ୍କ ପୁଅ ଓ ଝିଅ। ଏନେଇ ଡେଲାଙ୍ଗ ଥାନାରେ ଅଭିଯୋଗ ହୋଇଛି। ପୋଲିସର ସୂଚନା ଅନୁସାରେ, ଜମିବାଡ଼ିକୁ ନେଇ ପରିବାର ସହ ପଡ଼ିଶା ଘରର ବିବାଦ ଥିଲା। […]

ଅଦ୍ୟତନ ହୋଇଛି
ପୂର୍ବ ଶତ୍ରୁତାରୁ ମହିଳାଙ୍କୁ ଆକ୍ରମଣ ଅଭିଯୋଗ, ଭାଇରାଲ୍‌ ହେଉଛି ଭିଡିଓ

5

Advertisment

ପୁରୀ: ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ହରିରାଜପୁରରେ ଜମିବାଡ଼ି ବିବାଦ ଓ ପୂର୍ବ ଶତ୍ରୁତାରୁ ମହିଳାଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ପଡ଼ିଶା ଘର ଲୋକଙ୍କ ଆକ୍ରମଣରେ ଜଣେ ମହିଳା ଓ ତାଙ୍କ ପରିବାର ଲୋକ ଆହତ ହୋଇଛନ୍ତି।

Advertisment

ଆହତମାନେ ହେଲେ କବିତା ପ୍ରଧାନ, ସ୍ୱାମୀ କାଳନ୍ଦୀ ପ୍ରଧାନ,  ତାଙ୍କ ପୁଅ ଓ ଝିଅ। ଏନେଇ ଡେଲାଙ୍ଗ ଥାନାରେ ଅଭିଯୋଗ ହୋଇଛି। ପୋଲିସର ସୂଚନା ଅନୁସାରେ, ଜମିବାଡ଼ିକୁ ନେଇ ପରିବାର ସହ ପଡ଼ିଶା ଘରର ବିବାଦ ଥିଲା। ହଠାତ୍‌ ଗତକାଲି ପଡ଼ିଶା ଘର ଲୋକେ ପାଚେରୀ ଡେଇଁ କବିତାଙ୍କ ଘରକୁ ଆସି  ଆକ୍ରମଣ କରିଥିଲେ।

ଏସବୁ ଘଟଣାକୁ ମୋବାଇଲରେ ରେକର୍ଡିଂ କରୁଥିବାରୁ କବିତାଙ୍କ ଝିଅ। ପଡୋଶୀ ଘର ଲୋକେ ଏହା ଦେଖି ତାଙ୍କ ଝିଅକୁ ମଧ୍ୟ ସେମାନେ ଆକ୍ରମଣ କରିଥିଲେ। ଆକ୍ରମଣରେ କବିତା ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। କବିତାଙ୍କୁ ମାଡ଼ ମରାଯାଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରୁ ମହିଳା ସଂଗଠନଗୁଡ଼ିକ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଥାନା ଅଧିକାରୀ କହିଛନ୍ତି।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ