MAHILA-ALIVE Photograph: (OTV)
ହଠାତ ଉଠି ବସିଲା ଶବ । ଚାରିଆଡେ ଖେଳିଗଲା ଚାଞ୍ଚଲ୍ୟ । ମୃତ ଭାବି ଯାହାକୁ ପୋଲିସ ରାତି ସାରା ଜଗି ରହିଥିଲା ହଠାତ୍ ସେ ଉଠି ବସିଲା । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ବିଲକୁଲ୍ ସତ ଘଟଣା। ବୌଦ୍ଧ ଗିରାସିଙ୍ଗାର ଗାଁର ଲକ୍ଷ୍ମୀପ୍ରୀୟା ନାଏକ ନିଖୋଜ ହୋଇଥିବା ନେଇ ଦୁଇ ଦିନ ତଳେ ଅଭିଯୋଗ କରିଥିଲେ ସ୍ବାମୀ।
ପୋଲିସ୍ ଖୋଜାଖୋଜି କରି ଘର ପାଖରୁ ମହିଳାଙ୍କୁ ଉଦ୍ଧାର କରିଥିଲେ । ସେଠୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ମୃତ ଭାବି ରାତି ସାରା ଜଗି ରହିଥିଲେ ପୋଲିସ। ହେଲେ ହଠାତ୍ ସେ ସେଠୁ ଉଠି କଡ଼ ଲେଉଟାଇଲେ। ଏହାକୁ ଦେଖି ଅକଳରେ ପଡ଼ି ଯାଇଥିଲେ ଡ୍ୟୁଟିରେ ଥିବା ପୋଲିସ୍ ଅଧିକାରୀ। ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଡାକ୍ତର କହିଥିଲା । ଏବେ ପୁରା ଘଟଣାର ତଦନ୍ତ କରୁଛି ପୋଲିସ୍।
ମୃତ ଭାବି ରାତି ସାରା ଜଗିଲା ପୋଲିସ୍
ହଠାତ୍ ମେଡିକାଲ୍ ବେଡରୁ ଉଠିପଡ଼ିଲେ ମହିଳା
ବେହୋସ୍ ଅବସ୍ଥାରେ ଉଦ୍ଧାର କରିଥିଲା ପୋଲିସ୍
ମହିଳାଙ୍କ ମୃତ୍ୟୁ ହୋଇଥିବା ଭାବି ରାତିସାରା ଜଗିଥିଲା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/31/mahila-alive-2025-10-31-15-48-14.jpg)