Advertisment

ହେଭି ଇଲେକ୍ଟ୍ରି ଟାଓ୍ୱାର୍ ଉପରେ ଚଢିଗଲେ ମହିଳା

ଢେଙ୍କାନାଳ: ୬୦ ଫୁଟ ଉଚ୍ଚତାରୁ ଅଧିକ ଉଚ୍ଚକ୍ଷମତା ସମ୍ପନ୍ନ ବିଦ୍ୟୁତ୍ ଟାଓ୍ୱାରରୁ ଉଦ୍ଧାର ହେଲେ ମହିଳା। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଲିଗୋରଡ ଗାଁରେ ଘଟିଛି ଏହି ଘଟଣା। ଆଜି ସକାଳେ ଗାଁ ନିକଟରେ ଥିବା ୬୦ ଫୁଟରୁ ଅଧିକ ଉଚ୍ଚର…

ଅଦ୍ୟତନ ହୋଇଛି
ହେଭି ଇଲେକ୍ଟ୍ରି ଟାଓ୍ୱାର୍ ଉପରେ ଚଢିଗଲେ ମହିଳା

women-risj

Advertisment

ଢେଙ୍କାନାଳ: ୬୦ ଫୁଟ ଉଚ୍ଚତାରୁ ଅଧିକ ଉଚ୍ଚକ୍ଷମତା ସମ୍ପନ୍ନ ବିଦ୍ୟୁତ୍ ଟାଓ୍ୱାରରୁ ଉଦ୍ଧାର ହେଲେ ମହିଳା। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଲିଗୋରଡ ଗାଁରେ ଘଟିଛି ଏହି ଘଟଣା। ଆଜି ସକାଳେ ଗାଁ ନିକଟରେ ଥିବା ୬୦ ଫୁଟରୁ ଅଧିକ ଉଚ୍ଚର ଏକ ହେଭି ଇଲେକ୍ଟ୍ରି ଟାଓ୍ୱାର୍ ଉପରେ ଜଣେ ମହିଳା ଚଢିଯାଇଥିଲେ। ଏହା ଦେଖି ଗାଁ ଲୋକେ ଅଗ୍ନିଶମବାହିନୀ ଏବଂ ପୋଲିସକୁ ଖବର ଦେଇଥିଲେ।

Advertisment

ପୋଲିସ ଏବଂ ଅଗ୍ନିଶମବାହିନୀ ପହଞ୍ଚିବା ପରେ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନାକେଦମ ହୋଇଥିଲେ। ପାଖାପାଖି ୩ ଘଣ୍ଟାର ପରିଶ୍ରମ ପରେ ମହିଳା ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ମହିଳା ଜଣକ କଙ୍କଡାହାଡ ଥାନା କଣ୍ଟାପାଳ ଗାଁର ବୋଲି ଜଣାପଡିଛି। ତାଙ୍କୁ ପଚରାଉଚୁରା ପାଇଁ ପୋଲିସ ଥାନାକୁ ନେଇଛି। କଣ ପାଇଁ ସେ ବିଦ୍ୟୁତ୍ ଟାଓ୍ୱାରକୁ ଚଢିଲେ ତାହା ସ୍ପଷ୍ଟ ହୋଇ ନାହିଁ, ତେବେ ମାନସିକ ସ୍ତରରେ ସେ ଅସୁସ୍ଥ ଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ