Advertisment

ଗାମୁଛା କହିବ ହତ୍ୟାକାଣ୍ଡର କଳା କାହାଣୀ?

ସରୋଜ ଘରୁ ମିଳିଥିବା ଗାମୁଛା ଘଟଣା ସମ୍ପର୍କରେ ପୂରା ତଥ୍ୟ ଦେବ ବୋଲି କହିଲେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା। ପରୀକୁ ବୋହିବା ପରେ ତା' ଦେହରୁ ବାହାରିଥିବା ରକ୍ତକୁ ସେ ଗାମୁଛାରେ ପୋଛିଥିଲା ସରୋଜ। ତେବେ ସେହି ଗାମୁଛା ସରୋଜ ଘରୁ ଜବତ କରାଯାଇଛି।

ଗାମୁଛା କହିବ ହତ୍ୟାକାଣ୍ଡର କଳା କାହାଣୀ?

bothra on gamucha

Advertisment

ନୟାଗଡ: ସରୋଜ ଘରୁ ମିଳିଥିବା ଗାମୁଛା  ଘଟଣା ସମ୍ପର୍କରେ ପୂରା ତଥ୍ୟ ଦେବ ବୋଲି କହିଲେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା। ପରୀକୁ ବୋହିବା ପରେ ତା' ଦେହରୁ ବାହାରିଥିବା ରକ୍ତକୁ ସେ ଗାମୁଛାରେ ପୋଛିଥିଲା ସରୋଜ। ତେବେ ସେହି ଗାମୁଛା ସରୋଜ ଘରୁ ଜବତ କରାଯାଇଛି। ଘଟଣା ଘଟିବା ପରେ ଗାମୁଛାକୁ ଅନେକ ଥର ସାବୁନରେ ଧୁଆ ଯାଇଥିବା କହିଲେ ବୋଥ୍ରା। କିନ୍ତୁ ବାରମ୍ବାର ଧୋଇଲେ ବି ରକ୍ତ ଦାଗ କିଛି ରହିଯାଇଥାଏ ବୋଲି କହିଲେ ବୋଥ୍ରା।

Advertisment

ଆମେ ସେହି ଗାମୁଛାକୁ ଲାବକୁ ପଠାଇଛୁ।  କେବଳ ଏତିକି ନୁହେଁ ବରଂ ପୋଖରୀରୁ ମିଳିଥିବା ଲେଙ୍ଗିନସ ମଧ୍ୟ ଲାବକୁ ପଠାଯିବ। ଲେଙ୍ଗିନସରେ ମଧ୍ୟ କିଛି ଦାଗ ଅଛି କି ନାହିଁ ସେନେଇ ମଧ୍ୟ ଆଲୋଚନା କରାଯିବ। ଉଭୟ ଜିନିଷ ଆମକୁ ବଡ ସାହାଯ୍ୟ କରିବ ବୋଲି କହିଲେ ବୋଥ୍ରା।

ସରୋଜର କାରାନାମା ସମ୍ପର୍କରେ ଜାଣିଥିଲେ ପରିବାର ଲୋକେ। କିଛି ଏମିତି କଥା କହିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା। ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଘଟଣା ସମ୍ପର୍କରେ ପରିବାରର କେହି ଜଣେ ସଦସ୍ୟ ଜାଣିଥିଲେ। ପରିବାରର କେହି ନା କେହି ଏହା ସମ୍ପର୍କରେ ଜାଣିଛନ୍ତି ବୋଲି କହିଲେ ବୋଥ୍ରା। ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ତଦନ୍ତ କରୁଛୁ , ସବୁ କଥା ଜଣାପଡିବ। ପରିବାର ସଦସ୍ୟ ଏ ସମ୍ପର୍କରେ କେବେ ଜାଣିଥିଲେ ତାହାର ତଦନ୍ତ ଚାଲିଛି।

Advertisment

ସରୋଜ ପୋଲିସର ତଦନ୍ତକୁ ପୂରା ଟ୍ରାକିଂ କରୁଥିଲା । ଏମିତି କି ମୋ ସମ୍ପର୍କରେ ଗୁଗୁଲରେ ସେ ବହୁତ ଅନୁସନ୍ଧାନ କରିଥିବା କହିଛନ୍ତି ଅରୁଣ। ଏହାସହ ମୁଁ ତାହା ବିଷୟରେ ଯେତିକି ଜାଣିନାହିଁ ତାହାଠୁ ଅଧିକ ସେ ମୋ ବିଷୟରେ ଜାଣିଛି ବୋଲି କହିଛନ୍ତି ବୋଥ୍ରା। ଏମିତିକି ଏସଆଇଟି କେମିତି ତଦନ୍ତ କରୁଛି ତାହାକୁ ମଧ୍ୟ ନ୍ୟୁଜରେ ପ୍ରତିଦିନ ସରୋଜ ଦେଖୁଥିବା କଥା କହିଛନ୍ତି ଅରୁଣ। କେବଳ ଏତିକି ନୁହେଁ ବରଂ ରିମାଣ୍ଡ ବେଳେ କେମିତି ସରୋଜର ବ୍ୟବହାର ଥିଲା ସେନେଇ ବି ପ୍ରତିକ୍ରିୟା ରଖିଛନ୍ତି ବୋଥ୍ରା। ସେ କହିଛନ୍ତି ଯେ, କେତେବେଳେ ରାଗୁଛି ତ ପୁଣି କେତେବେଳେ ସ୍ୱାଭାବିକ ଭାବରେ କଥା ହେଉଛି ସରୋଜ ବୋଲି ସେ କହିଛନ୍ତି।

ନୟାଗଡ ପରୀ ହତ୍ୟା ମାମଲାରେ ଘଣ୍ଟାକୁ ଘଣ୍ଟା କିଛି ନା କିଛି ନୂଆ ତଥ୍ୟ ଆସିବାରେ ଲାଗିଛି । ତେବେ ବର୍ତ୍ତମାନ ସମୟରେ ମିଳିଥିବା ସୂଚନା ଅନୁସାରେ, ଘଟଣା ସ୍ଥଳକୁ ଯାଇ ଡେମୋ ଦେଖାଇଛି ସରୋଜ। ହତ୍ୟା ଘଟିଥିବା ସ୍ଥାନ ଅର୍ଥାତ ଯଦୁପୁରକୁ ନେଇ ସରୋଜକୁ ଡେମୋ କରାଇଲା ଏସଆଇଟି। ପୋଖରୀ କୂଳରେ ଘଟଣା ସମ୍ପର୍କରେ ପୂରା କଥା ବର୍ଣ୍ଣନା କଲା ସରୋଜ। ତେବେ ଘଟଣା ସ୍ଥଳରେ ଟିକିନିଖି ପଚାରୁଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା। ଏବଂ ଏସଆଇଟି ସାମ୍ନାରେ ଗୋଟି ଗୋଟି ଘଟଣା ଦେଖାଉଛି ସରୋଜ।

Advertisment

ପଢନ୍ତୁ :

କେମିତି କରିଥିଲା ହତ୍ୟା? ଡେମୋ ଦେଖାଉଛି ସରୋଜ

ପରୀ ମାମଲାରେ ପୁଣି ଏକ ମହାଖୁଲାସା କରିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା। ବୋଥ୍ରା କହିଛନ୍ତି ଯେ, ପରୀର କୌଣସି ହାଡ ନିଖୋଜ ହୋଇନାହିଁ। ପୋଷ୍ଟମର୍ଟମ ରିପୋର୍ଟରେ କୌଣସି ହାଡ ନଥିବା କଥା କୁହାଯାଇନାହିଁ। ହାଡ ମିଳିନଥିବା ସମ୍ପର୍କରେ ବିଶେଷଜ୍ଞ ଡାକ୍ତରମାନେ କିଛି କହିନାହାନ୍ତି ବୋଲି ବୋଥ୍ରା କହିଛନ୍ତି। ଦେହାବଶେଷ ମିଳିବା ପରେ ଶବ ଚିହ୍ନଟ ପାଇଁ ଡିଏନଏ କରାଯାଇଥିଲା। ଡିଏନଏ ଟେଷ୍ଟ କରିବା ଲାଗି ଡାକ୍ତରମାନେ କିଛି ହାଡ ପଠାଇଥିଲେ ବୋଲି ଅରୁଣ କହିଛନ୍ତି ।

Pari Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ