Advertisment

ବିନା ଟେଷ୍ଟ ପରୀକ୍ଷାରେ ଛାତ୍ରଛାତ୍ରୀ ଦେବେ କି ଦଶମ ଓ ଦ୍ୱାଦଶ ପରୀକ୍ଷା ?

ଭୁବନେଶ୍ୱର: ୨୦୨୦ରେ ଖୋଲିବନି ସ୍କୁଲ୍। ଶିକ୍ଷା ବର୍ଷ ସରିବାକୁ ଆଉ ମାତ୍ର ଦୁଇ ମାସ ହେଲେ ଏଯାଏ ମିଳୁନି ସମାଧାନର ବାଟ। ଚିନ୍ତାରେ ମାଟ୍ରିକ ଓ ଯୁକ୍ତ ଦୁଇ ଶେଷ ବର୍ଷ ଛାତ୍ରଛାତ୍ରୀ। ମାଟ୍ରିକ୍ ବୋର୍ଡ ପରୀକ୍ଷା ପୂର୍ବରୁ ଟେଷ୍ଟ ପରୀକ୍ଷା ହେବ ନା ନାହିଁ? କେଉଁ ମାସରେ ହେବ ପରୀକ୍ଷା? ଏଭଳି ଅନେକ ପ୍ରଶ୍ନ ଏବେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମନରେ ଉଙ୍କି ମାରୁଛି। ଅନ୍ ଲାଇନ୍ ଶିକ୍ଷା କେବେଳ କିଛି ବର୍ଗକୁ […]

ଅଦ୍ୟତନ ହୋଇଛି
ବିନା ଟେଷ୍ଟ ପରୀକ୍ଷାରେ ଛାତ୍ରଛାତ୍ରୀ ଦେବେ କି ଦଶମ ଓ ଦ୍ୱାଦଶ ପରୀକ୍ଷା ?

examination

Advertisment

ଭୁବନେଶ୍ୱର: ୨୦୨୦ରେ ଖୋଲିବନି ସ୍କୁଲ୍। ଶିକ୍ଷା ବର୍ଷ ସରିବାକୁ ଆଉ ମାତ୍ର ଦୁଇ ମାସ ହେଲେ ଏଯାଏ ମିଳୁନି ସମାଧାନର ବାଟ। ଚିନ୍ତାରେ ମାଟ୍ରିକ ଓ ଯୁକ୍ତ ଦୁଇ ଶେଷ ବର୍ଷ ଛାତ୍ରଛାତ୍ରୀ। ମାଟ୍ରିକ୍ ବୋର୍ଡ ପରୀକ୍ଷା ପୂର୍ବରୁ ଟେଷ୍ଟ ପରୀକ୍ଷା ହେବ ନା ନାହିଁ? କେଉଁ ମାସରେ ହେବ ପରୀକ୍ଷା? ଏଭଳି ଅନେକ ପ୍ରଶ୍ନ ଏବେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମନରେ ଉଙ୍କି ମାରୁଛି।

Advertisment

ଅନ୍ ଲାଇନ୍ ଶିକ୍ଷା କେବେଳ କିଛି ବର୍ଗକୁ ଛୁଇଁ ପାରିଥିବାବେଳେ ଅପହଞ୍ଚ ଇଲାକାରେ କରୋନା ଲାଗି ସ୍କୁଲ୍ ବନ୍ଦ ଥିବାରୁ ଏବେ ବି ପିଲା ବହି ଓଲଟାଇନାହାଁନ୍ତି। କୋର୍ସ ସରିନଥିବାରୁ ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା କିପରି ପ୍ରତିବର୍ଷ ଭଳି ଫେବ୍ରୁଆରୀ ଏବଂ ମାର୍ଚ୍ଚରେ ହେବ ତାକୁ ନେଇ ପ୍ରଶ୍ନ।

ସେପଟେ ବିନା ଟେଷ୍ଟ ପରୀକ୍ଷାରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସବୁ ଛାତ୍ରଛାତ୍ରୀ ଦେବେ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିଛନ୍ତି ମାତ୍ର ଓଡ଼ିଶା ସରକାର ଏବାବଦରେ କୌଣସି ନିଷ୍ପତ୍ତି ଏଯାଏ ନେଇନାହାଁନ୍ତି। ଶିକ୍ଷକ ସଂଘର ଦାବି ହେଲା ପରୀକ୍ଷା ନେଇ ସରକାର ଯଥାଶୀଘ୍ର ନିଷ୍ପତ୍ତି ନିଅନ୍ତୁ। ଯାହାଦ୍ୱାରା ପିଲାଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିବ।

Advertisment

ସେପଟେ ଶିକ୍ଷାବିତଙ୍କ ମତରେ ଅନ୍‌ଲାଇନ୍ ଶିକ୍ଷା ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚି ପାରୁନଥିବାରୁ ପରୀକ୍ଷା କିପରି ହେବ ସେନେଇ ମାଧ୍ୟମିକ ଶିକ୍ଷା ପରିଷଦ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସ୍ପଷ୍ଟତା ଆଣିବା ଦରକାର। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଯୁକ୍ତି ହେଲା, କରୋନା କାଳରେ ପରୀକ୍ଷା ନେଇ ସର୍ବଭାରତୀୟ ସ୍ତରରେ ଏକକ ନିଷ୍ପତ୍ତି ନିଆଯିବ ଉଚିତ, ନଚେତ ପିଲାଙ୍କ ଭବିଷ୍ୟତ ପ୍ରଭାବିତ ହେବ।

ଏବେ ସରକାରଙ୍କ ପାଖରେ ବିକଳ୍ପ ବ୍ୟବସ୍ଥା ଭାବେ ଦୁଇଟି ରାସ୍ତା ରହିଛି। ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ କିଛି ମାସ ପାଇଁ ଘୁଞ୍ଚାଇବେ ନହେଲେ ନୂଆ ଶିକ୍ଷା ବର୍ଷ ଆରମ୍ଭ କରିବେ। ତେବେ ସିବିଏସ୍ଇକୁ ଅନୁସରଣ କରୁଥିବା ରାଜ୍ୟ ସରକାର ସିବିଏସ୍ଇ ଗାଇଡ ଲାଇନ୍ କୁ ଅପେକ୍ଷା କଲେ ଛାତ୍ରଛାତ୍ରୀଙ୍କ ଉପରେ ଚାପ ବଢିପାରେ ବୋଲି ଚର୍ଚ୍ଚା ହେଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ