Hole Photograph: (OTV)
ତାଳଚେର ହାଣ୍ଡିଧୂଆ କୋଲିଆରୀ ପଡ଼ିଆ ନିକଟରେ ହଠାତ୍ ଦବିଗଲା ମାଟି। ୨୦ ଫୁଟରୁ ଅଧିକ ଗଭୀର ଗର୍ତ୍ତ ସୃଷ୍ଟିକୁ ନେଇ ଲୋକେ ଆତଙ୍କିତ ହୋଇ ରହିଛନ୍ତି। ମାଟି ଅତଡ଼ା ଖସୁଥିବାରୁ ଲୋକଙ୍କ ମଧ୍ୟରେ ଛନକା ରହିଛି। ଭୟଭୀତ ହୋଇ ରହିଛନ୍ତି ଲୋକେ।
ଖଣି ଖନନ ପରେ ଏମସିଏଲ କର୍ତ୍ତୃପକ୍ଷ ବାଲି ଭର୍ତ୍ତି କରୁନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବିଧାୟକ। ସେପଟେ ବିଧାୟକଙ୍କ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ଏମସିଏଲ କର୍ତ୍ତୃପକ୍ଷ। ସ୍ଥାନୀୟ ପ୍ରଶାସନିକ ଅଧିକାରୀ ପହଞ୍ଚି କ୍ଷୟକ୍ଷତି ଆକଳନ କରୁଛନ୍ତି।...
ଭୁଶୁଡ଼ି ଯିବ କି କଳା ହୀରାର ସହର? ହଠାତ୍ ଦବିଗଲା ମାଟି, ସୃଷ୍ଟି ହେଲା ଗଭୀର ଗର୍ତ୍ତ । ଖସୁଛି ମାଟି ଅତଡ଼ା, ଅଞ୍ଚଳବାସୀଙ୍କ ମନରେ ଭୟ ।
ଫୁଟେ କି ଦୁଇ ଫୁଟ ନୁହେଁ, ପାଖାପାଖି ୨୦ଫୁଟରୁ ଅଧିକ ଗଭୀର ଓ ୧୫ଫୁଟ ଓସାରର ଗର୍ତ୍ତ। ହଠାତ୍ ବିକଟାଳ ଶବ୍ଦ ଶୁଭିଲା ଆଉ ଦେଖୁ ଦେଖୁ ଦେଖୁ ଦବିଗଲା ମାଟି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା ସେହି ଜାଗାରୁ ମାତ୍ର ୫ ଫୁଟ୍ ଦୂରରେ ଛିଡା ହୋଇଥିଲେ। କଣ ଯେ ଅଘଟଣ ଘଟି ଯାଇଥାନ୍ତା ଭାବିଲେ ଛାତି ଥରିଯାଉଛି। ତାଳଚେର ସହରର ହାଣ୍ଡିଧୂଆ ଗାଁ କୋଲିଆରୀ ପଡିଆ ନିକଟ ଏକ ପବ୍ଲିକ ସ୍କୁଲର ପଛ ପାଖରେ । ଯାହାକୁ ନେଇ ଭୟଭୀତ ଅଞ୍ଚଳବାସୀ। ପ୍ରଶାସନ ପକ୍ଷରୁ ଘଟଣାସ୍ଥଳରେ ଏକ ବାରିକେଡର ବ୍ୟବସ୍ଥା କରାଯାଇଛି।
ହେଉନି କି ବାଲି ଫିଲିଙ୍ଗ ?
କିନ୍ତୁ ବ୍ୟାରିକେଡଟି ପୂରା ଗର୍ତ୍ତକୁ ଲାଗି ରହିଥିବାରୁ ଗର୍ତ୍ତ ଦେଖିବାକୁ ଆସୁଥିବା ଲୋକମାନଙ୍କ ପ୍ରତି ବିପଦ ରହିଥିବା ଅନୁମାନ କରାଯାଉଛି। ସୁରକ୍ଷା ଦୃଷ୍ଟିରୁ କେବଳ ଦୁଇଟି ସିକୁରିଟି ଗାର୍ଡ ଛଡ଼ା ଅନ୍ୟ କିଛି ବ୍ୟବସ୍ଥା କରାଯାଇନାହିଁ। ସୂଚନା ଅନୁସାରେ ଏହି ଅଞ୍ଚଳ ଗୁଡ଼ିକରେ ପୂର୍ବରୁ ଅଣ୍ଡର ଗ୍ରାଉଣ୍ଡ କୋଇଲା ଖଣି ଚାଲୁଥିଲା। ଯାହାକୁ କି କୋଇଲା ଉତ୍ତୋଳନ ପରେ ଖଣି କର୍ତ୍ତୃପକ୍ଷଙ୍କ ପକ୍ଷରୁ ବାଲି ଫିଲିଙ୍ଗ କରାଯିବା କଥା। କିନ୍ତୁ ସଠିକ୍ ଭାବରେ ବାଲି ପୂରଣ ହେଉ ନଥିବା ରୁ ମାଟି ଦାବି ଯାଇ ଏମିତି ଅବସ୍ଥା ହୋଇଥିବା ଜମି ମାଲିକ ଅଭିଯୋଗ କରିଛନ୍ତି।
ଅନ୍ୟପଟେ ଖଣିରେ ବାଲି ଭର୍ତ୍ତି ନକରି ଲୋକଙ୍କୁ ଜାଣି ଶୁଣି ମୃତ୍ୟୁ ମୁଖକୁ ଠେଳି ଦେବା ଭଳି କାମ ଏମସିଏଲ କରୁଛି ବୋଲି ସ୍ଥାନୀୟ ବିଧାୟକ କହିଛନ୍ତି।
ସ୍ଥାନୀୟ ଲୋକେ କୋଇଲା ଖଣି ପାଇଁ ଏମିତି ଗର୍ତ୍ତ ସୃଷ୍ଟି ହୋଇଥିବା ଅଭିଯୋଗ କରୁଥିବା ବେଳେ ଏମ ସି ଏଲ କର୍ତ୍ତୃପକ୍ଷ କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି । କିନ୍ତୁ ଗର୍ତ୍ତରେ ବାଲି ଫିଲିଂ କରିବା ସହିତ ଯାହା ଖଣି କର୍ତୃପକ୍ଷ ପକ୍ଷରୁ ବ୍ୟବସ୍ଥା କରିହେବ କରାଯିବ ବୋଲି କହିଛନ୍ତି।
ତେବେ ଏହି ଘଟଣାରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ସହିତ କୌଣସି ପ୍ରଶାସନିକ ଅଧିକାରୀ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ନଥିବା ଦେଖିବାକୁ ମିଳିଛି। ତେବେ ତହସିଲ ପକ୍ଷରୁ କେବଳ ରାଜସ୍ବ ନିରୀକ୍ଷକ ପହଞ୍ଚିଥିବା ବେଳେ କାହାର ଜମି ଓ କେତେ ମାତ୍ରାରେ କ୍ଷୟକ୍ଷତି ହୋଇଛି ତାକୁ ଆକଳନ କରିବାକୁ ଆସିଥିବା ପ୍ରକାଶ କରିଛନ୍ତି।
ସଠିକ୍ ଭାବରେ ବାଲି ପୂରଣ ହେଉନଥିବାରୁ ବିଭିନ୍ନ ସମୟରେ ସୃଷ୍ଟି ହେଉଥିବା ବଡ଼ ବଡ଼ ଗର୍ତ୍ତ ଦିନେ ତାଳଚେରକୁ ବିପଦଗାମୀ କରିବା ଆଶଙ୍କା ପ୍ରକାଶ ପାଉଛି। ଲୋକେ କେବେ ନିଜକୁ ନିରାପଦ ମନେ କରିବେ ଓ ଏଥିପ୍ରତି କେବେ ପ୍ରଶାସନ ସଜାଗ ହେବ ତାକୁ ହିଁ ଅପେକ୍ଷା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/29/hole-2026-01-29-22-01-41.jpg)