Tiger Skin Photograph: (OTV)
କଲରାପତରିଆ ବାଘ ଛାଲ ଜବତ। ବିକ୍ରି ପାଇଁ ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ରେଞ୍ଜ ନୁନୁପାଣି ଗାଁ ନିକଟରେ ଡିଲ୍ ବେଳେ ମାଡ଼ି ବସିଲା ବନ ବିଭାଗ ଟିମ। ୫ ଲକ୍ଷ ଟଙ୍କାରେ ହେଉଥିଲା ବାଘ ଛାଲ ଡିଲ।
ବିଶେଷସୂତ୍ରରୁ ଖବର ପାଇଥିଲା ବନ ବିଭାଗ । ଡିଲ ବେଳେ ମୋଟ ତିନି ଜଣକୁ ଧରିଛି ବନବିଭାଗ। ଝରିଗାଁ ବ୍ଳକର ଦୁଇ ଜଣ ବିକ୍ରେତା ଏବଂ ଜଣେ କ୍ରେତା ରହିଥିବା ବେଳେ ମୋଟ ତିନି ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି ବନ ବିଭାଗ ଟିମ। ଏହି ଅଞ୍ଚଳରେ ଅନେକ ଥର ବାଘ ଛାଲ ଜବତ ଘଟଣା ଦେଖିବାକୁ ମିଳିଛି ।
ତେଣୁ ଏହି ଘଟଣାକୁ ବନ ବିଭାଗ ଗୁରୁତର ସହ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରିଛି । ମୁଖ୍ୟ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିବାକୁ ତଦନ୍ତ କରୁଛି। ତେବେ ବାଘ ଛାଲ କେଉଁଠୁ ଆସିଲା ଏବଂ ବାଘର ବୟସ କେତେ କିଛି ସ୍ପଷ୍ଟ କରାଯାଇନି । ଏନେଇ ବନବିଭାଗ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି ।
ବାଘଛାଲ ଜବତ: ୩ ଗିରଫ
ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ରେଞ୍ଜରେ ବାଘଛାଲ ଜବତ
ବିକ୍ରି ସମୟରେ ମାଡିବସିଲା ବନବିଭାଗ ଟିମ୍, ୩ ଗିରଫ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/23/tiger-skin-2026-01-23-14-59-29.jpg)