Advertisment

ଗାଁ ଭିତରକୁ ପଶି ଆସିଲା ଦନ୍ତା, ଲୋକେ ଆତଙ୍କିତ

ଭଦ୍ରକ: ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ବଗଦା କାଶୀପୁର ଗାଁର ବଗଦା ଶାସନରେ ହାତୀ ଆତଙ୍କ। ଆଜି ଭୋରରୁ ଗାଁ ଭିତରକୁ ଏକ ଦନ୍ତା ହାତୀ ପଶି ଆସି ଦୀର୍ଘ ସମୟ ଧରି ଆତଙ୍କ ସୃଷ୍ଟି କରିଥିଲା। ଗାଁ ଲୋକ ସକାଳୁ…

ଅଦ୍ୟତନ ହୋଇଛି
ଗାଁ ଭିତରକୁ ପଶି ଆସିଲା ଦନ୍ତା, ଲୋକେ ଆତଙ୍କିତ

elephant

Advertisment

ଭଦ୍ରକ: ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ବଗଦା କାଶୀପୁର ଗାଁର ବଗଦା ଶାସନରେ ହାତୀ ଆତଙ୍କ। ଆଜି ଭୋରରୁ ଗାଁ ଭିତରକୁ ଏକ ଦନ୍ତା ହାତୀ ପଶି ଆସି ଦୀର୍ଘ ସମୟ ଧରି ଆତଙ୍କ ସୃଷ୍ଟି କରିଥିଲା। ଗାଁ ଲୋକ ସକାଳୁ ଉଠିଲା ବେଳକୁ ଏକ ଦନ୍ତାହାତୀ ଗାଁ ଭିତରକୁ ପଶି ଆସିଥିବା ଦେଖିବାକୁ ପାଇଥିଲେ। ସ୍ଥାନୀୟ ଲୋକମାନେ ଭୟଭୀତ ହୋଇ ଦନ୍ତାକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। ତେବେ ଗାଁରୁ
ନବାହାରି ଗାଁ ଭିତରେ ହାତୀଟି ଏଣେତେଣେ ବୁଲିବାକୁ ଲାଗିଥିଲା।

Advertisment

ଗାଁ ଭିତରେ ଥିବା ଏକ ଆମ୍ବ ବଗିଚାରେ ପଶି ରହିଥିଲା। ଉପାୟ ନପାଇ ଶେଷରେ ଗାଁ ଲୋକମାନେ ଆଗରପଡା ବନ ବିଭାଗକୁ ଖବର ଦେବା ପରେ ବନ କର୍ମଚାରୀ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ହାତୀ ଘଉଡେଇବାକୁ ଚେଷ୍ଟା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ