Advertisment

ବନ୍ଦ ପଡ଼ିଛି ଇଚ୍ଛାପୁର ଗାଁରେ ମତ୍ସ୍ୟ ଯାଆଁଳ କେନ୍ଦ୍ର

ନୂଆପଡ଼ା (ମାୟାଧର ସରଫ) : ମାଛ ଚାଷୀଙ୍କୁ ଉତ୍କୃଷ୍ଟ ଯାଆଁଳ ଯୋଗାଇ ଦେବା ଲକ୍ଷ୍ୟରେ ନୂଆପଡ଼ାରେ ହୋଇଥିଲା ସୁନ୍ଦର ମତ୍ସ୍ୟ ଯାଆଁଳ କେନ୍ଦ୍ର। ହେଲେ ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ତାହା ବନ୍ଦ ହୋଇପଡ଼ିଛି। ରକ୍ଷଣାବେକ୍ଷଣା ଅଭାବରୁ ଖତ ଖାଉଛି ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି। ଏମିତି ଦେଖିବାକୁ ମିଳିଛି ନୂଆପଡ଼ା ଇଚ୍ଛାପୁର ଗାଁରେ ଥିବା ମତ୍ସ୍ୟ ଯାଆଁଳ କେନ୍ଦ୍ରରେ। ଏଠାକାର ଅଧିକାଂଶ ଯନ୍ତ୍ରାଂଶରେ କଳଙ୍କ ଲାଗିଗଲାଣି। ସେପଟେ ଯାଆଁଳ ଉତ୍ପାଦନ ପାଇଁ ହୋଇଥିବା ୬ଟି […]

ବନ୍ଦ ପଡ଼ିଛି ଇଚ୍ଛାପୁର ଗାଁରେ ମତ୍ସ୍ୟ ଯାଆଁଳ କେନ୍ଦ୍ର

fish

Advertisment

ନୂଆପଡ଼ା (ମାୟାଧର ସରଫ) : ମାଛ ଚାଷୀଙ୍କୁ ଉତ୍କୃଷ୍ଟ ଯାଆଁଳ ଯୋଗାଇ ଦେବା ଲକ୍ଷ୍ୟରେ ନୂଆପଡ଼ାରେ ହୋଇଥିଲା ସୁନ୍ଦର ମତ୍ସ୍ୟ ଯାଆଁଳ କେନ୍ଦ୍ର। ହେଲେ ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ତାହା ବନ୍ଦ ହୋଇପଡ଼ିଛି। ରକ୍ଷଣାବେକ୍ଷଣା ଅଭାବରୁ ଖତ ଖାଉଛି ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି।

Advertisment

publive-imageଏମିତି ଦେଖିବାକୁ ମିଳିଛି ନୂଆପଡ଼ା ଇଚ୍ଛାପୁର ଗାଁରେ ଥିବା ମତ୍ସ୍ୟ ଯାଆଁଳ କେନ୍ଦ୍ରରେ। ଏଠାକାର ଅଧିକାଂଶ ଯନ୍ତ୍ରାଂଶରେ କଳଙ୍କ ଲାଗିଗଲାଣି। ସେପଟେ ଯାଆଁଳ ଉତ୍ପାଦନ ପାଇଁ ହୋଇଥିବା ୬ଟି ଯାକ ପୋଖରୀ ପୋତି ହୋଇଗଲାଣି। ଉତ୍ପାଦନ ବନ୍ଦ ହେବା ପରେ ଯାଆଁଳ ପାଇଁ ପଡ଼ୋଶୀ ଜିଲ୍ଲା ଓ ରାଜ୍ୟ ଉପରେ ମତ୍ସ୍ୟ ଚାଷୀ ନିର୍ଭର କରୁଛନ୍ତି। ଅଧିକ ଟଙ୍କା ଦେଉଥିଲେ ବି ଭଲ ଯାଆଁଳ ମିଳୁନଥିବାରୁ କ୍ଷତି ସହୁଥିବା ଅଭିଯୋଗ ହୋଇଛି।

ଦିନ ଥିଲା, ଏଠାରେ ବାର୍ଷିକ ଏକ କୋଟିରୁ ଅଧିକ ଟଙ୍କାର ଯାଆଁଳ ଉତ୍ପାଦନ ହେଉଥିଲା। ଜିଲ୍ଲାର ଶହ ଶହ ମତ୍ସ୍ୟ ଚାଷୀ ସୁବିଧାରେ କମ୍ ମୂଲ୍ୟରେ ଯାଆଁଳ ନେଇ ଚାଷ କରି ଉପକୃତ ହେଉଥିଲେ। ହେଲେ କେନ୍ଦ୍ର ଅଚଳ ହେବା ପରେ ଲାଭ ଦୂର କଥା ବ୍ୟୟ ଅର୍ଥ ବି ଉଠୁନି। ସେପଟେ କର୍ମଚାରୀ ଓ ଜଳ ଅଭାବରୁ ଉତ୍ପାଦନ ବାଧାପ୍ରାପ୍ତ ହୋଇଥିବା କହିଛନ୍ତି ବିଭାଗୀୟ ଅଧିକାରୀ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ