Advertisment

ପିକ୍‌ନିକ୍ ଋତୁରେ କାହିଁକି ବଢୁଛି ଦୁର୍ଘଟଣା ? ପଢ଼ନ୍ତୁ ଏହି ରିପୋର୍ଟ

ମୋହନା /ଅନୁଗୋଳ /ଭୁବନେଶ୍ୱର : ପିକ୍‌ନିକ୍ ଋତୁରେ କାହିଁକି ବଢୁଛି ରାସ୍ତା ଦୁର୍ଘଟଣା ? ଜୋସ୍‌ରେ ହୋସ୍ ହରାଉଛନ୍ତି କି ଗାଡ଼ି ଚାଳକ ? ଯାହାର ପରିଣାମ ଭୋଗୁଛନ୍ତି ନିରୀହ ଯାତ୍ରୀ । ଗତକାଲି ବିଳମ୍ବିତ ରାତିରେ ଅନୁଗୋଳ ଜରପଡ଼ାରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ଯାଇଛି ଚାରି ଚାରିଟି ଜୀବନ । ରାୟପୁରରୁ ପୁରୀ ଯିବାବାଟରେ ଦୁର୍ଘଟଣାଗ୍ରସ୍ତ ଗାଡ଼ିରେ ଥିବା ୧୦ଜଣଙ୍କ ମଧ୍ୟରୁ ଆଉ ୬ଜଣ ଗୁରୁତର ଅଛନ୍ତି । ଗଞ୍ଜାମ ତପ୍ତପାଣି ଘାଟିରେ ଓଲଟି ପଡ଼ିଥିଲା […]

ପିକ୍‌ନିକ୍ ଋତୁରେ କାହିଁକି ବଢୁଛି ଦୁର୍ଘଟଣା ? ପଢ଼ନ୍ତୁ ଏହି ରିପୋର୍ଟ

accident

Advertisment

ମୋହନା /ଅନୁଗୋଳ /ଭୁବନେଶ୍ୱର : ପିକ୍‌ନିକ୍ ଋତୁରେ କାହିଁକି ବଢୁଛି ରାସ୍ତା ଦୁର୍ଘଟଣା ? ଜୋସ୍‌ରେ ହୋସ୍ ହରାଉଛନ୍ତି କି ଗାଡ଼ି ଚାଳକ ? ଯାହାର ପରିଣାମ ଭୋଗୁଛନ୍ତି ନିରୀହ ଯାତ୍ରୀ ।

Advertisment

ଗତକାଲି ବିଳମ୍ବିତ ରାତିରେ ଅନୁଗୋଳ ଜରପଡ଼ାରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ଯାଇଛି ଚାରି ଚାରିଟି ଜୀବନ । ରାୟପୁରରୁ ପୁରୀ ଯିବାବାଟରେ ଦୁର୍ଘଟଣାଗ୍ରସ୍ତ ଗାଡ଼ିରେ ଥିବା ୧୦ଜଣଙ୍କ ମଧ୍ୟରୁ ଆଉ ୬ଜଣ ଗୁରୁତର ଅଛନ୍ତି ।

publive-imageଗଞ୍ଜାମ ତପ୍ତପାଣି ଘାଟିରେ ଓଲଟି ପଡ଼ିଥିଲା ରେଭେନ୍ସା ଛାତ୍ରଛାତ୍ରୀଙ୍କ ପିକ୍‌ନିକ୍ ବସ୍। ଦୟନୀୟ ଅବସ୍ଥାରେ ଆହତଙ୍କୁ ଡାକ୍ତରଖାନା ପଠାଯାଉଛି । ଆଉ ଆଜି ଆଠଗଡ଼ କଲରାଗଡ଼ ଛକରେ ଘଟିଛି ମଧ୍ୟ ଦୁର୍ଘଟଣା । ଭୁବନେଶ୍ୱର ପ୍ରଶାନ୍ତିବିହାର ଅଞ୍ଚଳର ମୃତ ଯୁବତୀ ଆନନ୍ଦିନୀ ବିଶୋଇ ନିଜ ବନ୍ଧୁଙ୍କ ସହ ମୋଟର ସାଇକେଲରେ ଅନୁଗୁଳ ଯିବା ବାଟରେ ଦୁର୍ଘଟଣାର ଶିକାର ହୋଇଥିଲେ ।

Advertisment

publive-imageଏସବୁ ଘଟଣାରେ କେଉଁଠି କ୍ଷମତା ଠାରୁ ଅଧିକ ଯାତ୍ରୀ ପରିବହନ ଓ ଅନ୍ୟଟି ଅନ୍ୟମନସ୍କ ଗାଡ଼ି ଚାଳନାର ପରିଣତି ବୋଲି ଆଲୋଚନା ହେଉଛି।

ତଥ୍ୟ କହୁଛି ରାଜ୍ୟର ମଙ୍ଗୁଳି ଠାରୁ ସମ୍ବଲପୁର, ସମ୍ବଲପୁରରୁ ରାଉରକେଲା, ସମ୍ବଲପୁରରୁ ସୋହେଲା, ଭୁବନେଶ୍ୱରରୁ ପୁରୀ ଓ ଜଳେଶ୍ୱରରୁ ଇଚ୍ଛାପୁରମ୍ ଦେଇ ଯାଇଥିବା ଜାତୀୟ ରାଜପଥ ଅତ୍ୟଧିକ ଦୁର୍ଘଟଣାପ୍ରବଣ ମଙ୍ଗୁଳି-ସମ୍ବଲପୁର ରାସ୍ତାରେ ୨୦୧୮ରେ ୧୮୦ଜଣଙ୍କ ଜୀବନ ଯାଇଛି ।

Advertisment

ପରିସଂଖ୍ୟାନ ଅନୁସାରେ ଗତବର୍ଷର ସର୍ବାଧିକ ଦୁର୍ଘଟଣା ଜାନୁୟାରୀ ଓ ଡିସେମ୍ବର ମାସରେ ହିଁ ଘଟିଛିା ଅର୍ଥାତ୍ ପିକ୍‌ନିକ୍ ଋତୁରେ ସେହିଭଳି ସାରା ରାଜ୍ୟରେ ଜାନୁୟାରୀରେ ୧୦୫୩ଟି ଦୁର୍ଘଟଣାରେ ୪୬୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଡିସେମ୍ବରରେ ୧୦୭୨ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୪୭୯ଜଣ ।

କଣ ହୋଇପାରେ ପିକ୍‌ନିକ୍ ଋତୁରେ ଦୁର୍ଘଟଣା ବୃଦ୍ଧିର କାରଣ ? ମଦ୍ୟପାନ କରି ଗାଡ଼ି ଚାଳନା, କ୍ଷମତାଠାରୁ ଅଧିକ ଯାତ୍ରୀ ପରିବହନ ଓ ଖୁସିଗପରେ ମସଗୁଲ୍ ହୋଇ ଅସାବଧାନତା ଭାବେ ଗାଡ଼ି ଚଳାଇବା ହିଁ ଏହାର ପ୍ରମୁଖ କାରଣ ବୋଲି କହିଛନ୍ତି ସଡ଼କ ସୁରକ୍ଷା କର୍ମୀ। ତାସହ ଏହି ସମୟରେ ରାସ୍ତାରେ ଗାଡ଼ି ଯାଞ୍ଚକୁ ଅଧିକ କଡ଼ାକଡ଼ି କରିବାକୁ ପରାମର୍ଶ ଦେଇଛନ୍ତି ପରିବହନ ମନ୍ତ୍ରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ