OAS Photograph: (OTV)
ଏ ବର୍ଷ ମଉଳିଯିବ OAS ଆଶାୟୀଙ୍କ ସ୍ବପ୍ନ। ରାଜ୍ୟରେ ପ୍ରଥମ ଥର ବିନା OAS, OFS ଓ ORS ପଦବୀରେ ହେବ OCS ପରୀକ୍ଷା। ସରକାରଙ୍କ କ୍ୟାଡର ରୁଲକୁ ଅବମାନନାର ପରିଣତି ଭୋଗିବେ ଲକ୍ଷ ଲକ୍ଷ ମେଧାବୀ। ଗତ ୩୧ ତାରିଖରେ ତାରିଖରେ ଓଡିଶା ଲୋକସେବା ଆୟୋଗ ବା OPSC ଦ୍ବାରା ପ୍ରକାଶିତ ବିଜ୍ଞପ୍ତି ପରେ ହତାଶ ରାଜ୍ୟ ପ୍ରଶାସନିକ ସେବାରେ ଯୋଗ ଦେବାକୁ ଲକ୍ଷ ରଖିଥିବା ଲକ୍ଷାଧିକ ଆଶାୟୀ। ନିକଟରେ ଓଡିଶା ସିଭିଲ ସର୍ଭିସ ପରିକ୍ଷାରେ ୭ଟି ସେବା ପାଇଁ ୩୧୪ ପୋଷ୍ଟ ବିଜ୍ଞପ୍ତି ପ୍ରକାଶ ପାଇଛି। ହେଲେ OAS, OFS ଏବଂ ORS ପଦବୀ ପାଇଁ ଗୋଟିଏ ବି ପୋଷ୍ଟ ନାହିଁ। ଏ ବିଜ୍ଞପ୍ତିିରେ OPS ପାଇଁ ମାତ୍ର ୧୨ଟି ପୋଷ୍ଟ ଥିବା ବେଳେ ବାକି ସବୁ କ୍ଲାସ ଟୁ ଅଫିସର ରାଙ୍କରେ ହେବ ନିଯୁକ୍ତି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଜଣାପଡିଛି ଯେ, OPS ବା ଓଡିଶା ପୋଲିସ ସର୍ଭିସ ପାଇଁ ୯୫ଟି ପଦବୀ ସ୍ଥାନରେ ମାତ୍ର ୧୨ଟି ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଯାହାକୁ ନେଇ ଅସନ୍ତୋଷ ଝାଡ଼ିଛନ୍ତି ବର୍ଷ ବର୍ଷ ଧରି ନିଜକୁ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଆଶାୟୀ।...
କୁହାଯାଉଛି, ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ଏବଂ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଚରମ ଅବହେଳା ପାଇଁ ଆଶାୟୀଙ୍କ ସ୍ବାର୍ଥ ବଳିପଡ଼ିଛି। ସୂଚନା ଅନୁଯାୟୀ ଗତବର୍ଷ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ସିଭିଲ ସର୍ଭିସେସ୍ କ୍ୟାଡର ରୁଲକୁ ଅର୍ଥ ଓ ରାଜସ୍ବ ବିଭାଗ ଉଲ୍ଲଂଘନ କରି ମନଇଚ୍ଛା ପଦୋନ୍ନତି ଦେଇଥିବାରୁ ମୂଳ ପଦବୀ ଖାଲି ହେଉନି। ଯେଉଁଥିପାଇଁ ଏଥର ଏହି ତିନି ପ୍ରମୁଖ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇପାରିନି। ତେବେ ଏନେଇ OPSC ଅଧ୍ୟକ୍ଷ କହିଛନ୍ତି GA ବିଭାଗ ପକ୍ଷରୁ ଆମ ପାଖକୁ ଏହି ତିନି ପଦବୀ ପୂରଣ ନେଇ କିଛି ନିର୍ଦ୍ଦେଶ ଆସିନି। ସେପଟେ ପୂର୍ବତନ ମୁଖ୍ୟ ଶାସନ ସଚିବ କହିଛନ୍ତି, ନିୟମ ଦୃଷ୍ଟିରୁ ପ୍ରତିବର୍ଷ ଏକ ତୃତୀୟାଂଶ ପୋଷ୍ଟ ଖାଲି ହେବା କଥା ଏବଂ ସେହି ଅନୁଯାୟୀ ବିଭାଗ ଗୁଡ଼ିକ ଆଗୁଆ GA ବିଭାଗକୁ ଜଣାଇବା ପରେ ଜିଏ ବିଭାଗ OPSCକୁ ଅବଗତ କରିବା କଥା। କିନ୍ତୁ ସେପରି ହୋଇନଥିବାରୁ ଏଥିପାଇଁ ଉଭୟ ପ୍ରଶାସନିକ କଳ ସହ ସରକାରଙ୍କୁ ଦାୟୀ କରିଛନ୍ତି ପୂର୍ବତନ ଶାସନ ମୁଖ୍ୟ ଶାସନ ସଚିବ।...
୨୦୨୩ରେ ମୋଟ ୩ଶହ ୯୯ ପଦବୀ ପାଇଁ ନିଯୁକ୍ତି ବିଜ୍ଞାପନ ବାହାରିଥିବା ବେଳେ 2024ରେ ମୋଟ ୨ଶହ ପୋଷ୍ଟ ବାହାରିଥିଲା।... କଟକରୁ ଦେବାଶିଷ ମହାନ୍ତିଙ୍କ ସହ ଭୁବନେଶ୍ବରରୁ କ୍ୟାମେରା ପର୍ସନ ସରୋଜଙ୍କ ସହ ରଶ୍ମୀରଞ୍ଜନ ଦାସଙ୍କ ରିପୋର୍ଟ, ଓଟିଭି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/02/oas-2026-01-02-21-02-21.jpg)