nabaratna
ଭୁବନେଶ୍ୱର : ଓଡ଼ିଶା ବିଧାନସଭାରେ ଅସଲି ବିରୋଧୀ ଦଳ କିଏ ? ବିଜେପି ନା କଂଗ୍ରେସ? ଆପଣ ଭାବୁଥିବେ, ୨୦୧୯ ନିର୍ବାଚନ ସରି, ସରକାର ଗଠନ ହୋଇ ବିରୋଧୀ ଦଳ ବି ଘୋଷଣା ହୋଇସାରିଛି କେବେଠୁ। ବିଧାନସଭା ବି ଚାଲିଲାଣି, କିନ୍ତୁ ଏ ପ୍ରଶ୍ନର ଉତ୍ତର ଏବେବି ଆମ ପାଖରେ ନାହିଁ ।
ବାସ୍ତବରେ ୨୦୧୯ ନିର୍ବାଚନ ବେଳୁ ହିଁ ଏହି ପ୍ରଶ୍ନ ଓଡ଼ିଶାବାସୀଙ୍କ ଭିତରେ ଗୁଂଜରଣ ହୋଇଚାଲିଛି। ବିଧାନସଭାରେ ୨୩ ଜଣ ବିଧାୟକଙ୍କ ସହ ବିଜେପି ହେଉଛି ବିରୋଧୀ ଦଳ। ପ୍ରଦୀପ୍ତ ନାଏକ ହେଉଛନ୍ତି ବିରୋଧୀ ଦଳ ନେତା। ତେଣୁ ପ୍ରଶ୍ନ ଉଠୁଛି କେଉଁଠି?
ଆଜି ଭୁବନେଶ୍ୱରରେ କଂଗ୍ରେସର ହୋଇଥିବା ବିଶାଳ ଦଳୀୟ ସଭାରେ ଏକ ପୋଷ୍ଟର ଦେଖିବାକୁ ମିଳିଥିଲା। ଯେଉଁଥିରେ ଲେଖା ଥିଲା, ଅସଲି ବିରୋଧୀ ଦଳ- ନବରତ୍ନ। ଅର୍ଥାତ ଓଡ଼ିଶା ବିଧାନସଭାରେ ମାତ୍ର ୯ ଜଣ ବିଧାୟକ ଥିବା କଂଗ୍ରେସ ଦାବି କରୁଛି ଯେ, ଏହା ହେଉଛି ଅସଲି ବିରୋଧୀ ଦଳ।
ବାସ୍ତବ ଚିତ୍ର ଦେଖି ରାଜ୍ୟବାସୀ ମଧ୍ୟ ସେଇଆ ଆଲୋଚନା କରୁଛନ୍ତି। ବିରୋଧୀ ଦଳ ଭାବରେ ବିଜେପି ଟିକିଏ ନରମ ହୋଇଯାଉଛି। କଡା ଆଭିମୁଖ୍ୟ ଗ୍ରହଣ କରିବା ଦେଖାଯାଉ ନାହିଁ। କିନ୍ତୁ ଅପରପକ୍ଷରେ କଂଗ୍ରେସର ୯ ଜଣ ବିଧାୟକ ବିଧାନସଭା ଭିତରେ ହୋହଲ୍ଲା କରିବାରେ ମାହିର। ତେଣୁ ସେମାନେ ରାଜ୍ୟବାସୀଙ୍କ ଦୃଷ୍ଟି ଆକର୍ଷଣ କରିପାରୁଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/nabaratna_1626685685.jpg)