Advertisment

୧୩ ବର୍ଷର ଲମ୍ବା ସମୟ ବିତିଛି ହେଲେ ଏବେ ବି ବିକାଶ ପହଞ୍ଚିନାହିଁ ଗସମାହାରେ

ନକ୍ସଲଙ୍କ ନାଲି ଆଖି ହଟିଛି, ୧୩ ବର୍ଷର ଲମ୍ବା ସମୟ ବି ବିତି ଯାଇଛି। ହେଲେ ଏବେ ବି ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ଗଞ୍ଜାମ-କନ୍ଧମାଳ ସୀମାରେ ଥିବା ଗାଁ ଗସମାହା। ୨୦୦୮ରେ ନୟାଗଡ଼ ଅସ୍ତ୍ରାଗାରରୁ ଲୁଟ୍ ହେବା ପରେ ପୋଲିସ୍ ସହ ମାଓବାଦୀଙ୍କ ଏଠି ହୋଇଥିଲା ଗୁଳି ବିନିମୟ। ୩ ପୋଲିସ୍ ସହିଦ ବି ହୋଇଥିଲେ

୧୩ ବର୍ଷର ଲମ୍ବା ସମୟ ବିତିଛି ହେଲେ ଏବେ ବି ବିକାଶ ପହଞ୍ଚିନାହିଁ ଗସମାହାରେ

padini-sarkari-up

Advertisment

ଭଞ୍ଜନଗର(ରଞ୍ଜନ ପଣ୍ଡା): ନକ୍ସଲଙ୍କ ନାଲି ଆଖି ହଟିଛି, ୧୩ ବର୍ଷର ଲମ୍ବା ସମୟ ବି ବିତି ଯାଇଛି। ହେଲେ ଏବେ ବି ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ଗଞ୍ଜାମ-କନ୍ଧମାଳ ସୀମାରେ ଥିବା ଗାଁ ଗସମାହା। ୨୦୦୮ରେ ନୟାଗଡ଼ ଅସ୍ତ୍ରାଗାରରୁ ଲୁଟ୍ ହେବା ପରେ ପୋଲିସ୍ ସହ ମାଓବାଦୀଙ୍କ ଏଠି ହୋଇଥିଲା ଗୁଳି ବିନିମୟ। ୩ ପୋଲିସ୍ ସହିଦ ବି ହୋଇଥିଲେ। ସେଦିନଠୁ ଏବେ ଯାଏ, ନା ପଡ଼ିଛି ସରକାରୀ ଅଧିକାରୀଙ୍କ ପାଦ ନାଁ କୃପାଦୃଷ୍ଟି ?

Advertisment

ଝାଟିମାଟିର ଘର, ନଡ଼ା ଛପରରେ ଯାହା ଯେମିତି ହେଲା ସେତିକିରେ ତିଆରି ହୋଇଛି ଘର। ରାସ୍ତା କହିଲେ ମାଟିରେ ତିଆରି ହୋଇଥିବା ଚଲା ଭୂଇଁ। ଗଞ୍ଜାମ-କନ୍ଧମାଳ ସୀମାନ୍ତ ହେଉଛି ଗସମାହା। ଏକଦା ମାଓବାଦୀଙ୍କ ଚଲା ଭୂମି ପାଲଟିଥିବା ଗାଁରେ ଲାଲବାହିନୀର ପ୍ରଦୃଭାବ କମିଛି। ହେଲେ ନା ଏଠି ପହଞ୍ଚିଛି ମୌଳିକ ସୁବିଧା, ଶିକ୍ଷା ନା ସ୍ୱାସ୍ଥ୍ୟ ସେବା? ବିଦ୍ୟୁତ୍‌ ଖୁଣ୍ଟି ପୋତା ଯାଇଛି, ତାର ବି ଘର ଯାଏଁ ପହଞ୍ଚିଛି। ହେଲେ, ବିଜୁଳି କେବେ ଆସିବ ତାହା କାହାକୁ ମାଲୁମ୍ ନାହିଁ। କିନ୍ତୁ ହାତ ଗଣତି କିଛି ଘରୋଇ ସୋଲାର ପ୍ୟାନେଲ୍ ବସିଛି। କାହିଁ କେତେ ବର୍ଷରୁ ଏପରି ଅବସ୍ଥାରେ ରହୁଛନ୍ତି ଲୋକେ ଏଠାକାର ଲୋକ।

କିଛି ବର୍ଷ ପୂର୍ବେ ସ୍କୁଲଟିଏ ଗାଁରେ ରହିଥିଲା। ହେଲେ ପିଲାଙ୍କ ସଂଖ୍ୟା କମିବାରୁ ଏବେ ବନ୍ଦ ହୋଇପଡ଼ିଛି।  ଗାଁ ଛାଡ଼ି ପାଠ ପଢ଼ିବାକୁ ଲୋକଙ୍କ ପାଖରେ ସମ୍ବଳ ବି ନାହିଁ। ଚାଷ ଏବଂ କୌଳିକ ବୃତ୍ତିରୁ ଯାହା ଯେମିତି ମିଳିଲା ସେତିକିରେ ଚଳୁଛନ୍ତି ଲୋକ। ସ୍ୱାସ୍ଥ୍ୟ ସେବା ଏଠି ଯେପରି ସାତ ସପନ ପାଲଟିଛି। କିଛି ଦୁଃସାଧ୍ୟ ରୋଗ ହେଲେ ହସ୍ପିଟାଲ୍ ଯାଏଁ ଲୋକେ କିପରି ପହଞ୍ଚିବେ ତାହା ବି କାଠିକର ପାଠ। ହେଲେ ଏସବୁର ସମାଧାନ ଧିରେ ଧିରେ ହେଉଛି ଏବଂ ଖୁବ୍ ଶୀଘ୍ର ଲୋକଙ୍କୁ ବିଦ୍ୟୁତ୍‌, ଉଜ୍ଜ୍ୱଳା ଓ ଭତ୍ତା ଭଳି ଯୋଜନା ସୁବିଧାରେ ମିଳିବା ବ୍ୟବସ୍ଥା ହେବ ବୋଲି କହିଛନ୍ତି ସ୍ଥାନୀୟ ଚାହାଳି ପଞ୍ଚାୟତର ସରପଞ୍ଚ।

Advertisment

୧୬ ଫେବ୍ରୁଆରୀ, ୨୦୦୮ରେ ନୟାଗଡ଼ ଅସ୍ତ୍ରାଗାରରୁ ଲୁଟ୍ ପରେ ଗସମାହାରେ ପୋଲିସ୍ ସହ ନକ୍ସଲଙ୍କ ହୋଇଥିଲା ଗୁଳି ବିନିମୟ। ଏଥିରେ ୩ ଯବାନ ସହିଦ ହୋଇଥିଲେ। ଆଉ ଆଜି ବି ସେଦିନର ମୁକସାକ୍ଷୀ ଭାବେ ଛିଡ଼ା ହୋଇଛି ଲୁଟ୍ ହୋଇଥିବା ଦୁଇଟି ଗାଡ଼ିର ଭଗ୍ନାବଶେଷ। ନକ୍ସଲଙ୍କ ଲାଲ୍ ଆଖି ସିନା ହଟିଛି, ହେଲେ ଏବେ ବି ବିକାଶଠୁ ଢେର ପାଦ ପଛରେ ରହିଛି ଗସମାହା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ