Advertisment

1.5 Lakh Aspirants Left Waiting: କେବେ ହେବ ପୋଲିସ୍ SI ପରୀକ୍ଷା ? ଭାଙ୍ଗୁଛି ପ୍ରାୟ ଦେଢ଼ ଲକ୍ଷ ଆଶାୟୀଙ୍କ ଧୈର୍ଯ୍ୟର ବନ୍ଧ

କେବେ ହେବ ପୋଲିସ SI ପରୀକ୍ଷା ? ପରୀକ୍ଷା କେଳେଙ୍କାରୀର ସିବିଆଇ ତଦନ୍ତ କରୁଥିବା ବେଳେ ଅନିଶ୍ଚିତତା ଭିତରେ ରହିଛନ୍ତି ପ୍ରାୟ ଦେଢ଼ ଲକ୍ଷ ଆଶାୟୀ। ପରୀକ୍ଷା କେବେ ହେବ, ସ୍ପଷ୍ଟତା ନାହିଁ। ଆଶା ଓ ଭରସା ତୁଟୁଥିବାରୁ ଆଜି ଭୁବନେଶ୍ବରରେ ରାଜରାସ୍ତାକୁ ଓହ୍ଲାଇ ସରକାରଙ୍କୁ ଜବାବ ମାଗିଛନ୍ତି ଶତାଧିକ ଆଶାୟୀ।

SI-EXAM

SI-EXAM Photograph: (OTV)

Advertisment

କେବେ ହେବ ପୋଲିସ SI ପରୀକ୍ଷା ?
କେତେ ବାଟ ଆଗେଇଛି CBI ତଦନ୍ତ ?
ନୂଆ ରିକ୍ରୁଟମେଣ୍ଟ ବୋର୍ଡ ଗଠନ କେବେ ?
ମଉଳି ଯିବ କି ଆଶାୟୀଙ୍କ ପୋଲିସ ଚାକିରି ସ୍ବପ୍ନ ?
ଅନ୍ଧାରରେ ରାଜ୍ୟର ଦେଢ଼ ଲକ୍ଷରୁ ଅଧିକ ଆଶାୟୀ ।

Advertisment

ଏସଆଇ ପରୀକ୍ଷା ସ୍କାମର ସିବିଆଇ ତଦନ୍ତ ଭିତରେ ନିଜ ଭବିଷ୍ୟତକୁ ନେଇ ଦୋଛକିରେ ଲକ୍ଷାଧିକ ଆଶାୟୀ। ଦୁଇ ଦୁଇ ଥର ବାତିଲ ପରେ ଏଯାଏଁ ଘୋଷଣା ହେଲାନି ନୂଆ ପରୀକ୍ଷା ତାରିଖ। ଦିନ ଗଡୁଥିବା ବେଳେ ଆଶା-ଭରସା ବି ତୁଟିଛି। ଏମିତି ସ୍ଥିତିରେ ଅନିଶ୍ଚିତ ଭାଗ୍ୟକୁ ନେଇ ତାତିଛନ୍ତି ଏସଆଇ ପରୀକ୍ଷା ଆଶାୟୀ। ଷ୍ଟୁଡେଣ୍ଟ ଏଗେନେଷ୍ଟ କରପସନ୍ ନେତୃତ୍ବରେ ଆଜି ଭୁବନେଶ୍ବର ଲୋୟର ପିଏମଜିରେ ଶତାଧିକ ଆଶାୟୀ ଧାରଣା ଦେଇଛନ୍ତି।

କେଉଁ ସ୍ଥିତିରେ ଅଛି CBI ତଦନ୍ତ ? କେବେ ପରୀକ୍ଷା ହେବ ବୋଲି ପ୍ରଶ୍ନ କରିଛନ୍ତି। ବୟସ ଗଡ଼ି ଯାଉଥିବାରୁ ପରୀକ୍ଷାରେ ବିଳମ୍ବ ସେମାନଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେବ। ଶୀଘ୍ର ତାରିଖ ଘୋଷଣା ସହ ସ୍ବଚ୍ଛତାର ସହ ପରୀକ୍ଷା କରିବାକୁ ଦାବି କରିଛନ୍ତି ଆଶାୟୀ। ...

Advertisment

ମିଳୁନି କୌଣସି ସ୍ପଷ୍ଟ ସୂଚନା

ଗୋଟିଏ ପଟେ ସିବିଆଇ ତଦନ୍ତ ଓ ଅନ୍ୟପଟେ ପରୀକ୍ଷା ପାଇଁ ନୂଆ ବୋର୍ଡ ଗଠନରେ ବିଳମ୍ବ, ଆଶାୟୀଙ୍କ ଆଶାକୁ ଅନିଶ୍ଚିତତାକୁ ଠେଲି ଦେଉଛି। ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିବା ଛାତ୍ରଛାତ୍ରୀଙ୍କୁ ବି ମିଳୁନି କୌଣସି ସ୍ପଷ୍ଟ ସୂଚନା। SI ପରୀକ୍ଷା ବିଜ୍ଞପ୍ତିକୁ ଦୁଇ ବର୍ଷ ବିତିଥିଲେ ବି ଏକଜାମ୍ ହୋଇପାରିନି। ୨୦୨୪ ଡିସେମ୍ବର ପରେ ଗତବର୍ଷ ମାର୍ଚ୍ଚରେ ବି  ବିଜ୍ଞପ୍ତି ବାହାରିଥିଲା। ସେତେବେଳେ ହୋଇ ପାରିନଥିଲା ପରୀକ୍ଷା।

ପରେ ୨୦୨୫ ଅକ୍ଟୋବରରେ ପରୀକ୍ଷା ନେଇ ଜାରି ହୋଇଥିଲା ବିଜ୍ଞପ୍ତି। ତାପୂର୍ବରୁ ବଡ଼ କିକ୍ ବ୍ୟାକର ସୂଚନା ପାଇ ପୋଲିସ ସେପ୍ଟେମ୍ବର ୨୯ରେ ୧୧୪ ପରୀକ୍ଷାର୍ଥୀଙ୍କ ସମେତ ୧୧୭ ଜଣଙ୍କୁ ଗିରଫ କରିଥିଲା। ପରେ ଚାକିରି କେଳେଙ୍କାରୀର ମୁଖ୍ୟ କାର୍ପଟଦାର ଶଙ୍କର ପୃଷ୍ଟି ଓ ସଂପୃକ୍ତ ଦଲାଲ ଗିରଫ ହୋଇଥିବା ବେଳେ ତଦନ୍ତ ଭାର ଏବେ ସିବିଆଇ ହାତରେ। ଲମ୍ବା ସମୟ ଧରି ତଦନ୍ତ ଚାଲିବା ସମ୍ଭାବନା ଥିବାରୁ ନିଯୁକ୍ତି ଉପରେ ଏହାର ପ୍ରଭାବ ପଡ଼ିବା ଆଶଙ୍କା କରାଯାଉଛି। ...

Advertisment

SI ପରୀକ୍ଷା ଘୋଟାଲା ପରେ ପରୀକ୍ଷା ପରିଚାଳନା ନେଇ OPRB ପରିବର୍ତ୍ତେ ଓଡ଼ିଶା ୟୁନିଫର୍ମ ସେବା ଆୟୋଗ-OUSSSC ଗଠନ କରିଛନ୍ତି ସରକାର। କିନ୍ତୁ ଆୟୋଗର ଏପର୍ଯ୍ୟନ୍ତ ଅଧକ୍ଷ କି ସଦସ୍ୟ ନିଯୁକ୍ତ ହୋଇନି। ପୂର୍ବତନ ମୁଖ୍ୟ ଶାସନ ସଚିବଙ୍କ କହିବା କଥା, ପିଲାଙ୍କ ସ୍ୱାର୍ଥକୁ ଦୃଷ୍ଟି ଦେଇ ତୁରନ୍ତ ପରୀକ୍ଷା କରାଯାଉ। ବିଜେପି ବିଧାୟକ ଅଶୋକ ମହାନ୍ତି କହିଛନ୍ତି, ସରକାର ପୂରା ସିଷ୍ଟମକୁ ସୁଧାରୁଥିବାରୁ ଟିକେ ବିଳମ୍ବ ହେଉଛି। ...

ଏବେ ରାଜ୍ୟ ପୋଲିସ ବିଭାଗରେ ୩୨ ହଜାର ପଦବୀ ଖାଲି ପଡିଛି। ନୂଆ ପରୀକ୍ଷା କେବେ ହେବ ତାକୁ ନେଇ ଅପେକ୍ଷା ଯେତିକି, ଅସନ୍ତୋଷ ସେତିକି କୁହୁଳୁଛି। ... 

Agitation Odisha Police SI Exam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ