pak-ji
ଭଦ୍ରକ: ଦିନେ ବାପାଙ୍କ ଯିବା ବାଟକୁ ଅନେଇ ରହିଥିବା ଅବୋଧ ଶିଶୁ ବିଦ୍ୟାଧର ଏବେ ପରିଣତ ବୟସରେ ବି ସେମିତି ଅନେଇ ରହିଛନ୍ତି ତାଙ୍କ ଫେରିବା ବାଟକୁ। ଏଭିତରେ ବିତିଗଲାଣି ଦୀର୍ଘ ୫୫ ବର୍ଷ। ହେଲେ ନା ତାଙ୍କର ଆଉ ଦେଖା ମିଳିଛି, ନା ଖୋଜଖବର। ଭଦ୍ରକ ଜିଲ୍ଲା ଧାମନଗର କଲ୍ୟାଣୀ ବାସିନ୍ଦା ବିଦ୍ୟାଧରଙ୍କ ବାପା ଆନନ୍ଦ ପତ୍ରୀ ୩୧ ବେଙ୍ଗଲ ଡିଫେନ୍ସ ରେଜିମେଣ୍ଟ ଜି କଂପାନୀର ସିପାହୀ ଥିଲେ। ୧୯୬୨ ଭାରତ-ଚୀନ ଯୁଦ୍ଧ ପରେ ଘରକୁ ଆସି କିଛି ଦିନ ପରେ ପୁଣି କର୍ମକ୍ଷେତ୍ରକୁ ଫେରିଥିଲେ।
ହେଲେ ୧୯୬୫ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଚିଠି ଆସିଲା, ସେ ନିଖୋଜ ହୋଇଯାଇଛନ୍ତି। ଏହାର ବହୁ ବର୍ଷ ଯାଏଁ ତାଙ୍କର କୌଣସି ପତ୍ତା ମିଳିନଥିଲା। ହେଲେ ହଠାତ୍ ୨୦୦୩ ଫେବୃଆରୀ ୭ ତାରିଖର ଏଇ ଖବର କାଗଜ ବିଜ୍ଞାପନ, ପରିବାର ଲୋକଙ୍କ ମନରେ ପୁଣି ଆଶା ଆଣିଲା। ଲେଖାଥିଲା, ପାକିସ୍ତାନ ଜେଲ୍ରେ ଜଣେ ବନ୍ଦୀ ଓଡ଼ିଶାର ବୋଲି ଅନୁମାନ କରାଯାଉଛି। ସେ ମାନସିକ ବିକୃତି ଯୋଗୁଁ ସଠିକ୍ ନାଁ ଓ ଠିକଣା ଦେଇପାରୁନାହାନ୍ତି, କେହି ତାଙ୍କୁ ଜାଣିଥିଲେ ରାଜ୍ୟ ଗୃହ ବିଭାଗକୁ ଜଣାନ୍ତୁ।
ବିଜ୍ଞାପନରେ ନାଁ ନସିମ ଗୋପାଳ ଲେଖାଥିଲେ ବି, ଫଟୋଟି ଯେ ଆନନ୍ଦଙ୍କର ତାହା ପରିବାର ଲୋକେ ଜାଣିପାରିଥିଲେ। ଏହାପରେ ୨୦୦୬ରେ ବୈଦେଶିକ ମନ୍ତ୍ରାଳୟରୁ ଆସିଥିବା ନସିମ ଗୋପାଳଙ୍କ ଏଇ ଫଟୋଟି ମଧ୍ୟ ଆନନ୍ଦଙ୍କର ବୋଲି ପରିବାର ଲୋକେ ଚିହ୍ନଟ କରିଥିଲେ।
ପରେ ୨୦୦୯ ମେ ୨୯ରେ ପାକିସ୍ତାନ କିଛି ଭାରତୀୟ ବନ୍ଦୀଙ୍କୁ ଛାଡ଼ୁଥିବା ଚିଠି ଆସିଥିଲା। ବିଦ୍ୟାଧର କହନ୍ତି, ସେତେବେଳେ ସେ ଓ୍ୱାଘା ବର୍ଡରକୁ ଯାଇଥିଲେ। ହେଲେ ବିଡ଼ମ୍ବନା, ପାକିସ୍ତାନ ପକ୍ଷରୁ ଭାରତୀୟ ମତ୍ସ୍ୟଜୀବୀ ଓ ଅଜାଣତରେ ସୀମା ଡେଇଁଥିବା ଲୋକଙ୍କୁ ଛଡ଼ାଗଲା, କିନ୍ତୁ ଯୁଦ୍ଧବନ୍ଦୀଙ୍କୁ ମୁକ୍ତ କରାଗଲା ନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/pak-ji_1625089383.jpg)