Advertisment

ଆଜି ଠାରୁ କୋଭିଡ୍ କଟକଣା କଡ଼ାକଡ଼ି : ଛତିଶଗଡ ସୀମାନ୍ତ ୧୦ ଜିଲ୍ଲାର ସହରାଞ୍ଚଳରେ ସପ୍ତାହାନ୍ତ ସଟଡାଉନ

ସନ୍ଧ୍ୟା ୬ରୁ ସକାଳ ୫ ନାଇଟ୍ କର୍ଫ୍ୟୁ ଅନ୍ୟ ୨୦ ଜିଲ୍ଲାର ସହରାଞ୍ଚଳରେ ରାତି ୯ରୁ ସକାଳ ୫ ନାଇଟ୍ କର୍ଫ୍ୟୁ ଭୁବନେଶ୍ୱର : ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ ଚେନକୁ ଭାଙ୍ଗିବା ଲାଗି କଟକଣାକୁ କଡାକଡି କରିଛନ୍ତି ସରକାର । ପଡ଼ୋଶୀ ଛତିଶଗଡ଼ରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ୁଥିବାରୁ ଏହା ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏହାକୁ ଦୃଷ୍ଟିରେ ରଖି  ଛତିଶଗଡ ସୀମାନ୍ତ ୧୦ ଜିଲ୍ଲାରେ ଆଜିିଠାରୁ ସଂଧ୍ୟା ୬ରୁ […]

ଆଜି ଠାରୁ କୋଭିଡ୍ କଟକଣା କଡ଼ାକଡ଼ି : ଛତିଶଗଡ ସୀମାନ୍ତ ୧୦ ଜିଲ୍ଲାର ସହରାଞ୍ଚଳରେ ସପ୍ତାହାନ୍ତ ସଟଡାଉନ

saptahanta-shutdown

Advertisment
  • ସନ୍ଧ୍ୟା ୬ରୁ ସକାଳ ୫ ନାଇଟ୍ କର୍ଫ୍ୟୁ
  • ଅନ୍ୟ ୨୦ ଜିଲ୍ଲାର ସହରାଞ୍ଚଳରେ ରାତି ୯ରୁ ସକାଳ ୫ ନାଇଟ୍ କର୍ଫ୍ୟୁ
Advertisment

ଭୁବନେଶ୍ୱର : ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ ଚେନକୁ ଭାଙ୍ଗିବା ଲାଗି କଟକଣାକୁ କଡାକଡି କରିଛନ୍ତି ସରକାର । ପଡ଼ୋଶୀ ଛତିଶଗଡ଼ରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ୁଥିବାରୁ ଏହା ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏହାକୁ ଦୃଷ୍ଟିରେ ରଖି  ଛତିଶଗଡ ସୀମାନ୍ତ ୧୦ ଜିଲ୍ଲାରେ ଆଜିିଠାରୁ ସଂଧ୍ୟା ୬ରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ଲାଗୁ ହେବ । ସେହିପରି ଏସବୁ ଜିଲ୍ଲାର ସହରାଞ୍ଚଳରେ ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନ୍ ବି ଲାଗୁ ହେବ ।

Advertisment

ଆଜିଠାରୁ ପ୍ରତି ଶନିବାର ଓ ରବିବାର ହେବ ସଟଡାଉନ୍ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଛି ।  ଅଧିକ ପ୍ରଭାବିତ ନୂଆପଡା ଜିଲ୍ଲାର ଖଡିଆଳ ଏନ୍ଏସିରେ ଆଜିଠାରୁ ୨୨ ତାରିଖ ଯାଏଁ ଦୋକାନ, ବଜାର ବନ୍ଦ ରହିବ । ତେବେ ସୁନ୍ଦରଗଡ ହେଉ କି ନବରଙ୍ଗପୁର ସବୁଠି ମାସ୍କ ଚ୍ୟାକିଂ ସହ ନିୟମ ପାଳନକୁ କଡାକଡି କରାଯାଇଛି । ସେହିପରି କଟକ ଓ ଭୁବନେଶ୍ୱର ସମେତ ଅନ୍ୟ ୨୦ ଜିଲ୍ଲାର ସମସ୍ତ ପୌରାଂଚଳରେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗିବ ।  ଦୋକାନ ବଜାରରେ ଭିଡ ନକରିବାକୁ ଅପିଲ୍ କରିଛନ୍ତି ବିଏମସି କମିଶନର । ଅନ୍ୟପକ୍ଷରେ ଭୁବନେଶ୍ୱରରେ ନାଇଟ କର୍ଫ୍ୟୁ କଡ଼ାକଡ଼ି ପାଳନ ଲାଗି କମିଶନରେଟ୍ ପୋଲିସ ବ୍ୟାପକ ବନ୍ଦୋବସ୍ତ କରିଛି ।

Advertisment

ଏହି କର୍ଫ୍ୟୁ ସମୟରେ ଅତ୍ୟାବଶ୍ୟକ ସେବା ଯଥା, ବିଦ୍ୟୁତ, ଜଳ, ଗ୍ୟାସ୍‌, ଖାଦ୍ୟ ସାମଗ୍ରୀ ଓ ରନ୍ଧା ଖାଦ୍ୟ ଯୋଗାଉଥିବା କର୍ମଚାରୀମାନେ କାର୍ଯ୍ୟ କରିପାରିବେ। ସେଥିପାଇଁ ସେମାନେ ନିଜ ନିଜ ସଂସ୍ଥା ଦ୍ୱାରା ଦିଆଯାଇଥିବା ପରିଚୟ ପତ୍ର ପୁଲିସ କିମ୍ବା ଯାଞ୍ଚ କରୁଥିବା ଅଧିକାରୀଙ୍କୁ ଦେଖାଇବେ। ଏଥିପାଇଁ ସରକାରଙ୍କ ପକ୍ଷରୁ କୌଣସି ସ୍ୱତନ୍ତ୍ର ପାସ୍‌ ଦିଆଯିବ ନାହିଁ।

ତେବେ ସଟଡାଉନ୍ ପାଇଁ ଚିନ୍ତାରେ ବ୍ୟବସାୟୀ। ପ୍ରଭାବିତ ହେବନି ତ ଜୀବନଜୀବିକା? କେମିତି ଚାଲିବ ଚୁଲା ଚକି ? ଶନିବାରଠାରୁ ଆରମ୍ଭ ହେବାକୁ ଥିବା ସପ୍ତାହନ୍ତ ସଟଡାଉନ ଓ ନାଇଟ୍ କର୍ଫ୍ୟୁକୁ ନେଇ ଏମିତି ଆଶଙ୍କା ଭିତରେ ରାଜ୍ୟର ବ୍ୟବସାୟୀମାନେ ଅଛନ୍ତି। ସମୁଦାୟ ବର୍ଷେ ଧରି ବ୍ୟବସାୟ ଠପ୍ ରହିବା ପରେ ଅଣ୍ଟା ସଳଖି ଠିଆ ହୋଇଛନ୍ତି ନା ନାହିଁ ପୁଣି ସାଂଘାତିକ ମାଡ଼ ମାରିଛି କରୋନାର ଦ୍ୱିତୀୟ ଲହର। ମାତ୍ର ଦିନ କେଇଟାରେ ସ୍ଥିତି ଏତେ ସାଂଘାତିକ ଓ ଭୟାନକ ହୋଇଛି ଯେ କଟକଣାକୁ କଡ଼ାକଡ଼ି କରିବା ବ୍ୟତିତ ଅନ୍ୟ ବିକଳ୍ପ ବି ସରକାରଙ୍କ ପାଖରେ ନାହିଁ। ତେବେ ଏହାଦ୍ୱାରା ସେମାନଙ୍କ କାରବାର ପୁଣି ପ୍ରଭାବିତ ହେବ ବୋଲି କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀ ଆଶଙ୍କା କରିଛନ୍ତି।

ସେହପରି ସପ୍ତାହାନ୍ତ ସଟଡାଉନରେ ବନ୍ଦ ରହିବ ଟିକା କରଣ। ୧୦ ଜିଲ୍ଲାର ସମସ୍ତ ସହରାଞ୍ଚଳରେ ସପ୍ତାହରେ ୨ ଦିନ ଟିକାକରଣ ବନ୍ଦ ରହିବ।  ଏହାସହ ଅନ୍ୟ ସମସ୍ତ ଅଞ୍ଚଳରେ ନିରବଚ୍ଛିନ୍ନ ଟିକାକରଣ ଚାଲୁ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସମସ୍ତ ଜିଲ୍ଲାପାଳ ଓ କମିଶନରଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ACS।

Corona Breaking News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ