ROAD-BLOCK Photograph: (OTV)
ବାଲେଶ୍ବର ନୀଳଗିରି ବ୍ଲକ ଛତ୍ରପୁର ପଞ୍ଚାୟତରେ ପାଣି ସମସ୍ୟା ସମାଧାନ ପାଇଁ ଲୋକଙ୍କ ରାସ୍ତାରୋକ। ଛତ୍ରପୁର, ଭଗାବନ୍ଧ, ଚତୁରୀପଡା, ମାଙ୍କିଡିଆସାହି, ସରୁଚମ୍ପା ଆଦି ୫ଟି ଗ୍ରାମରେ ତିନି ଦିନ ହେବ ପାନୀୟ ଜଳ କନେକ୍ସନ ପାଇପ ଫାଟିଯାଇଛି ।
ଫଳରେ ପିଇବା ପାଣି ପାଉନାହାନ୍ତି ଲୋକେ। ଉତ୍ତ୍ୟକ୍ତ ହୋଇ ଲୋକେ ଆଜି ଶେରଗଡ଼ ଝରଣାଘାଟି 19 ନମ୍ବର ରାଜ୍ୟ ରାଜପଥ ରାସ୍ତା ଅବରୋଧ ସହ ଉତ୍ତେଜନା ଦେଖିବକୁ ମିଳିଛି। ଘଟଣାସ୍ଥଳରେ RWSS ଜେଇ ଓ ସରପଞ୍ଚ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ କରିଥିଲେ।
ତେବେ ଜେଇଙ୍କୁ ଲୋକେ ଅଟକ ରଖିଥିବା ସୂଚନା ମିଳିଛି। ଲୋକଙ୍କ ଗୋଟିଏ ଜିଦ୍ ପାଣି ନ ଆସିବା ଯାଏଁ ଜେଇ ଯାଇପାରିବେ ନାହିଁ। ଫଳରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି। ...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/22/road-block-2026-01-22-16-30-17.jpg)