CTC Photograph: (OTV)
ବାଲିଯାତ୍ରାରେ ଦୋଳି ଅଘଟଣର ହେବ ତଦନ୍ତ । କଟକ ଜିଲ୍ଲାପାଳ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି । ଏହା ସହ ସମସ୍ତ ଦୋଳିର ସୁରକ୍ଷା ଯାଂଚ କରାଯାଇଥିବା ସେ ସୂଚନା ଦେଇଛନ୍ତି ।
ସବୁ ଦୋଳିର ସେଫଟି ସାର୍ଟିଫିକେଟ ଅଛି । ତେବେ ମୋଟର ଖରାପ ଯୋଗୁ ଏଭଳି ଅଘଟଣ ହୋଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ। ଏହାଛଡ଼ା ଦୋଳି ପାଖରେ ମଦ ବୋତଲ ମିଳିବା ଘଟଣାର ବି ତଦନ୍ତ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଗତକାଲି ବାଲିଯାତ୍ରାରେ ହାମର୍ ଦୋଳି ୬୦ ଫୁଟ୍ ଉପରେ ଅଟକି ଯାଇଥିଲା । ଫଳରେ ୬୦ ଫୁଟ୍ ଉପରେ ଝୁଲି ରହିଥିଲେ ୮ ଜଣ। ବିପଦପୂର୍ଣ୍ଣ ଅବସ୍ଥାରେ ଝୁଲି ରହିଥିବା ଲୋକଙ୍କୁ ଉଦ୍ଧାର କରିଥିଲା ଅଗ୍ନିଶମ ବାହିନୀ । ତେବେ ଦୋଳି ପାଖରେ ମଦ ବୋତଲ ମିଳିବା ପରେ ଏହାକୁ ନେଇ ବି ପ୍ରଶ୍ନ ଉଠିଥିଲା ।
ଦୋଳି ଅଘଟଣର ହେବ ତଦନ୍ତ
ବାଲିଯାତ୍ରାରେ ଦୋଳି ଅଘଟଣର ତଦନ୍ତ ହେବ କହିଲେ ଜିଲ୍ଲାପାଳ
ସମସ୍ତ ଦୋଳିର ସୁରକ୍ଷା ଯାଂଚ କରାଯାଇଥିବା ସୂଚନା
ସବୁ ଦୋଳିର ସେଫଟି ସାର୍ଟିଫିକେଟ ଅଛି: ଜିଲ୍ଲାପାଳ
ମୋଟର ଖରାପ ଯୋଗୁ ଏଭଳି ଅଘଟଣ ହୋଇଥିବା ସୂଚନା
ଦୋଳି ପାଖରେ ମଦ ବୋତଲ ମିଳିବା ଘଟଣାର ତଦନ୍ତ ହେବ
ଗତକାଲି ବାଲିଯାତ୍ରାରେ ହାମର୍ ଦୋଳି ଅଟକି ଯାଇଥିଲା
୬୦ ଫୁଟ୍ ଉପରେ ଅଟକି ଯାଇଥିଲେ ୮ ଜଣ
ସମସ୍ତଙ୍କୁ ଉଦ୍ଧାର କରିଥିଲା ଅଗ୍ନିଶମ ବାହିନୀ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/13/ctc-2025-11-13-12-54-19.jpg)