tara-up
ଭୁବନେଶ୍ୱର : ଓଟିଭି ବିରୁଦ୍ଧରେ ସ୍ୱାଧିକାର ଭଙ୍ଗ ନୋଟିସ୍କୁ ନେଇ କଂଗ୍ରେସ ଦି’ଫାଳ। ଖୋଦ୍ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଏହି ନୋଟିସ୍ ଅାଣିଥିଲେ ମଧ୍ୟ ଏହା ଦଳୀୟ ନିଷ୍ପତ୍ତି ନୁହେଁ ବୋଲି କହିଛନ୍ତି କଂଗ୍ରେସର ଅଧିକାଂଶ ନେତା। ଏହି ନିଷ୍ପତ୍ତି ପ୍ରେସ୍ ସ୍ୱାଧୀନତାର କଣ୍ଠରୋଧ ବୋଲି କହିଛନ୍ତି କଂଗ୍ରେସ ସାଂସଦ ରଂଜୀବ ବିଶ୍ୱାଳ। ବିଧାୟକ ନବ ଦାସ ମଧ୍ୟ ସ୍ୱାଧୀକାର ନୋଟିସ୍କୁ ନାପସନ୍ଦ କରିଛନ୍ତି। ଗୃହରେ ଯାହା ଘଟିଲା ତାହା ନିନ୍ଦନୀୟ ଓ ଅାଗକୁ ତାର ପୁନରାବୃତ୍ତି ନହେବା ଉଚିତ୍ ବୋଲି ସେ ମତ ଦେଇଛନ୍ତି।
ଦଳୀୟ ବିଧାୟକ ଦେବେନ୍ଦ୍ର ଶର୍ମା ମଧ୍ୟ ନିଷ୍ପତ୍ତିର ନିନ୍ଦା କରିଛନ୍ତି। ତେବେ ସ୍ୱାଧୀକାର ଭଙ୍ଗ ନୋଟିସ୍ ବାଚସ୍ପତିଙ୍କ ବିଚାରଧୀନ ରହିଛି, ତେଣୁ ବର୍ତ୍ତମାନ ମତାମତ ଦେବା ଠିକ୍ ହେବନି ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ତେବେ ଏହା ଦଳୀୟ ନିଷ୍ପତ୍ତି ନୁହେଁ ବୋଲି ନିରଞ୍ଜନ ମଧ୍ୟ ସ୍ପଷ୍ଟ କରିବା ସହ ଗଣମାଧ୍ୟମର କଣ୍ଠରୋଧ କରାଯିବା ଉଚିତ୍ ନୁହେଁ ବୋଲି ମତ ଦେଇଛନ୍ତି।
ସ୍ୱାଧୀକାର ଭଙ୍ଗ ନୋଟିସ୍କୁ ନେଇ ବିଜେପି ନେତା ବି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହା ଗଣମାଧ୍ୟମର କଣ୍ଠରୋଧ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା। ଏଥିସହିତ ସେ ବିଜେଡି-କଂଗ୍ରେସ ସଲାସୁତରା ଅଭିଯୋଗ ବି ଅାଣିଛନ୍ତି। ଅନ୍ୟପକ୍ଷରେ ତାରାଙ୍କ କାନ୍ଧରେ ବନ୍ଧୁକ ରଖି ସରକାର ଗୁଳି ଚଳାଇଥିବା କହିଛନ୍ତି ବିଜେପି ବିଧାୟକ ପ୍ରଦୀପ ପୁରୋହିତ୍। ଏହା ତୃତୀୟ ମହଲା ସହ ନରସିଂହ ମିଶ୍ରଙ୍କ ଲିଙ୍କ୍ ପ୍ରମାଣିତ କରୁଛି ବୋଲି ସେ ଅଭିଯୋଗ ଅାଣିଛନ୍ତି।
ଅାଶ୍ଚର୍ଯ୍ୟକର କଥା ହେଉଛି, ତାରା ଓଟିଭି ବିରୋଧରେ ଯେଉଁ ପ୍ରସଙ୍ଗରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଅାଣିଛନ୍ତି ତାକୁ ନିଜ ମୁହଁରେ ସମର୍ଥନ ବି କରି କହିଛନ୍ତି, ବାଚସ୍ପତି ସରକାରୀ ଦଳ କଥାରେ ନିଷ୍ପତ୍ତି ନେଉଛନ୍ତି ।
ଲୋକଙ୍କ ପାଖରେ ସତ୍ୟ, ନିରପେକ୍ଷ ଓ ତଥ୍ୟଭିତ୍ତିକ ଖବର ପହଞ୍ଚାଇ ଓଟିଭି ଗୃହର ମର୍ଯ୍ୟଦାହାନୀ କରିଛି ନା ଠିକ୍ କରିଛି ସେ ନିଷ୍ପତ୍ତି ଅାମେ ରାଜ୍ୟର ଜନସାଧାରଣଙ୍କ ଉପରେ ଛାଡି ଦେଉଛୁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/tara-up_1626416568.jpg)