kalinga baliyatra
ପାରାଦୀପ : ପାରାଦୀପରେ ଗତକାଲି ଉଦଘାଟିତ ହୋଇଛି କଳିଙ୍ଗ ବାଲିଯାତ୍ରା। ତେବେ ଏହି ଉଦଘାଟନ ବେଳେ ତୁତୁ ମେମେ ଦେଖିବାକୁ ମିଳିଛି। ମଞ୍ଚରେ ଉପସ୍ଥିତ ଥିବା ଅତିଥି ମନ୍ତ୍ରୀ ପ୍ରତାପ ଜେନାଙ୍କୁ ସ୍ଥାନୀୟ ବିଧାୟକ ଦାମୋଦର ରାଉତ କଟାକ୍ଷ କରିଛନ୍ତି। ପ୍ରତାପ ଅାଗ ନିଜ ଘର ସମ୍ଭାଳନ୍ତୁ ବୋଲି ଭାଷଣ ଛଳରେ କହିଥିଲେ ଦାମ.
କଳିଙ୍ଗ ବାଲିଯାତ୍ରା ଉଦଘାଟନୀ ବେଳେ ଗୋଟିଏ ମଞ୍ଚରେ ଉପସ୍ଥିତ ଥିଲେ ପାରାଦୀପ ବିଧାୟକ ଦାମୋଦର ରାଉତ ଓ ମନ୍ତ୍ରୀ ପ୍ରତାପ ଜେନା। ଏହି ଅବସରରେ ପୁରୀ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଚକକୁ ଏକ ଶୋଭାଯାତ୍ରାରେ ବାଲିଯାତ୍ରା ପଡ଼ିଆକୁ ନିଅାଯାଇଥିଲା। ସେଠାରେ ପୂର୍ବ ପ୍ରସ୍ତୁତ ଶାରଳା ମଣ୍ଡପରେ ଏହି ରଥ ଚକ ସ୍ଥାପନ କରାଯାଇଛି। ତେବେ ଜଗନ୍ନାଥଙ୍କ ରଥ ଚକ ଖୋଲାସ୍ଥାନରେ ସ୍ଥାପନକୁ ନେଇ ଜଗନ୍ନାଥ ପ୍ରେମୀ ଅସନ୍ତୋଷ ପ୍ରକାଶ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/kalinga-baliyatra_1626416765.jpg)