Advertisment

ଭୋଟରଙ୍କୁ ପ୍ରବର୍ତ୍ତାଇବା ଭିଡିଓ ଭାଇରାଲ, ପୁନଃ ମତଦାନ ପାଇଁ ଦାବି

ନୂଆପଡ଼ା(ମାୟାଧର ସରଫ) : ଗତ ୧୧ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଖରିଆର ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୬୯ ନମ୍ବର ବୁଥ୍‌ରେ ଭୋଟ୍‌ ଦେବାକୁ ଏକ ନିର୍ଦ୍ଦିଷ୍ଟ ଦଳର ଜଣେ ବ୍ୟକ୍ତି ପ୍ରବର୍ତ୍ତାଉଥିବାର ଭିଡିଓ ଭାଇରାଲ୍‌ ହୋଇଛି। ଏହାପରେ ସେଠାକାର ବିଜେପି ପ୍ରାର୍ଥୀ ଅସନ୍ତୋଷ ପ୍ରକାଶ କରିବା ସହିତ ଏଠାରେ ପୁନଃ ମତଦାନ ପାଇଁ ଦାବି କରିଛନ୍ତି। ସମ୍ପୃକ୍ତ ବ୍ୟକ୍ତି ଜଣକ ଗୋଟିଏ ନିର୍ଦ୍ଦିଷ୍ଟ ଦଳକୁ ଭୋଟ ଦେବାକୁ ଏହି ଭିଡିଓରେ କହୁଥିବା ଦେଖିବାକୁ […]

ଭୋଟରଙ୍କୁ ପ୍ରବର୍ତ୍ତାଇବା ଭିଡିଓ ଭାଇରାଲ, ପୁନଃ ମତଦାନ ପାଇଁ ଦାବି

vote

Advertisment

ନୂଆପଡ଼ା(ମାୟାଧର ସରଫ) : ଗତ ୧୧ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଖରିଆର ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୬୯ ନମ୍ବର ବୁଥ୍‌ରେ ଭୋଟ୍‌ ଦେବାକୁ ଏକ ନିର୍ଦ୍ଦିଷ୍ଟ ଦଳର ଜଣେ ବ୍ୟକ୍ତି ପ୍ରବର୍ତ୍ତାଉଥିବାର ଭିଡିଓ ଭାଇରାଲ୍‌ ହୋଇଛି। ଏହାପରେ ସେଠାକାର ବିଜେପି ପ୍ରାର୍ଥୀ ଅସନ୍ତୋଷ ପ୍ରକାଶ କରିବା ସହିତ ଏଠାରେ ପୁନଃ ମତଦାନ ପାଇଁ ଦାବି କରିଛନ୍ତି।

Advertisment

ସମ୍ପୃକ୍ତ ବ୍ୟକ୍ତି ଜଣକ ଗୋଟିଏ ନିର୍ଦ୍ଦିଷ୍ଟ ଦଳକୁ ଭୋଟ ଦେବାକୁ ଏହି ଭିଡିଓରେ କହୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

ଏହି ଭିଡିଓ ଦେଖିବା ପରେ ବିଜେପି ବିଧାୟକ  ପ୍ରାର୍ଥୀ ରିତାରାଣୀ ବଗର୍ତ୍ତି ଉକ୍ତ ଅଞ୍ଚଳରେ ପୁଣି ଭୋଟ୍‌ ଗ୍ରହଣ କରିବାକୁ ଦାବି କରିଛନ୍ତି। ଏନେଇ ସେ ନିର୍ବାଚନ କମିଶନ, ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଜଣାଇଛନ୍ତି। କିନ୍ତୁ ଏ ନେଇ ଜିଲ୍ଲା ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ