Advertisment

Cattle Smuggling: ଗୋରୁ ମାଫିଆଙ୍କ ସହିତ ପୋଲିସର ମୁଲ-ଚାଲ, ଅଡିଓ ଭାଇରାଲ

ଗୋରୁ ବେପାରୀଙ୍କ ସହିତ ପୋଲିସର କାରବାର୍। ଟଙ୍କା ଦେଣ ନେଣକୁ ନେଇ ଫୋନର ହେଉଥିଲେ କଥା। ଏହାର ଏକ ଅଡିଓ କ୍ଲିପ ଭାଇରାଲ ହେବାରେ ଲାଗିଛି। କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ କାଳିଆହତା ଫାଣ୍ଡିରେ କାର୍ଯ୍ୟରତ ଜଣେ ପୋଲିସଙ୍କ ଏହି ଅଡିଓ ବୋଲି ଜଣାପଡିଛି।

Cattle Smuggling

ଗୋରୁ ମାଫିଆଙ୍କ ସହିତ ପୋଲିସର ମୁଲ-ଚାଲ Photograph: (OTV)

Advertisment

ଗୋରୁ ବେପାରୀଙ୍କ ସହିତ ପୋଲିସର କାରବାର୍। ଟଙ୍କା ଦେଣ ନେଣକୁ ନେଇ ଫୋନର ହେଉଥିଲେ କଥା। ଏହାର ଏକ ଅଡିଓ କ୍ଲିପ ଭାଇରାଲ ହେବାରେ ଲାଗିଛି। କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ କାଳିଆହତା ଫାଣ୍ଡିରେ କାର୍ଯ୍ୟରତ ଜଣେ ପୋଲିସ ବିଭିନ୍ନ ଗୋରୁ ବେପାରୀଙ୍କ ଠାରୁ କେତେ ଟଙ୍କା ଆଦାୟ କରାଯିବ ତାକୁ ନେଇ କଥାବାର୍ତ୍ତା ହେଉଥିବା ଏହି ଭାଇରାଲ୍ ଅଡିଓରେ ଶୁଣିବାକୁ ମିଳୁଛି।

Advertisment

ତେବେ ଉକ୍ତ ଅଡିଓ କ୍ଲିପରେ କଥା ହେଉଥିବା ପୋଲିସ କର୍ମଚାରୀ ଜଣକ କନଷ୍ଟେବଳ କ୍ଷୀରୋଦ କୁମାର ଜେନାଙ୍କର ବୋଲି ଜଣାପଡିଛି। ସୂଚନା ମୁତାବକ, ଲିଆହତା ଫାଣ୍ଡି ଅଧୀନ ନୁଦୁରପଡା-କାଳିଆହତା ରାସ୍ତା ଦେଇ ଏବେ ବ୍ୟାପକ ବେଆଇନ ଗୋରୁ ଚାଲାଣ ହେଉଥିବା ବହୁ ସମୟରେ ଦେଖିବାକୁ ମିଳୁଛି। ଗତ କିଛି ଦିନ ତଳେ ଏହି ଅଞ୍ଚଳରୁ କେନ୍ଦୁଝର ଏସ୍‌ପଙ୍କ ଦ୍ୱାରା ଗଠିତ ସ୍ୱତନ୍ତ୍ର ସ୍ୱାର୍ଡ ୨୪ଟି ଗୋରୁ ଉଦ୍ଧାର କରିବା ସହିତ ଜଣକୁ ଗିରଫ କରିଥିଲା। 

ତେବେ ଫାଣ୍ଡି ଥାଇ ମଧ୍ୟ କେନ୍ଦୁଝରରୁ ସ୍ୱତନ୍ତ୍ର ଟିମ ଆସି ଗୋରୁ ଚାଲାଣକାରୀଙ୍କୁ ଧରିବା କେଉଁଠି ନାଁ କେଉଁଠି ଫାଣ୍ଡିର କିଛି କର୍ମଚାରୀଙ୍କ ସମ୍ପୃକ୍ତି ଥିବା ଅନୁମାନ କରାଯାଉଥିଲା। ଏପରି ସ୍ଥଳେ ଏବେ ଗୋ-ମାଫିଆ ଓ ପୋଲିସର ମଧୁଚନ୍ଦ୍ରିକାର ଏପତି ଅଡିଓ କ୍ଲିପ୍‌ ଏହାକୁ ସ୍ପଷ୍ଟ କରୁଛି। ସେପଟେ ଏହି ଅଡିଓକୁ ନେଇ କ୍ଷୀରୋଦ କୁମାର ଜେନାଙ୍କୁ ପଚାରିବାରୁ ଏହା ବର୍ଷେ ତଳର ଅଡିଓ ଓ ମୋତେ କେହି ଫସାଇବାକୁ ଭାଇରାଲ କରିଥିବା ସଫେଇ ଦେଇଛନ୍ତି।

Advertisment
Police Keonjhar Cattle Smuggling
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ