Advertisment

ହସ୍ପିଟାଲ୍‌ରେ VIP କଲ୍‌ଚର: ଗର୍ଭବତୀଙ୍କୁ ଅଣଦେଖା, ଜିଲ୍ଲାପାଳଙ୍କ ପତ୍ନୀଙ୍କୁ ସ୍ପେଶାଲ୍‌ ଟ୍ରିଟ୍‌ମେଣ୍ଟ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ମାତୃ ଓ ଶିଶୁ ହସ୍ପିଟାଲରେ ଭିଆଇପି କଲ୍‌ଚରକୁ ନେଇ ସୋସିଆଲ୍‌ ମିଡିଆରେ ଭିଡିଓ ଭାଇରାଲ୍‌ ହୋଇଛି। ଜିଲ୍ଲାପାଳଙ୍କ ପତ୍ନୀଙ୍କୁ ଭିଆଇପି ସେବା ଯୋଗାଇ ଦିଆଯାଇଥିବା ଅଭିଯୋଗ ହୋଇଛି। ଭାଇରାଲ୍‌ ଭିଡିଓରେ ସୁନ୍ଦରଗଡ଼ ଜିଲ୍ଲା ଖମାରୀପଡ଼ାର ଦୀପାଞ୍ଜଳି ପତି…

ଅଦ୍ୟତନ ହୋଇଛି
ହସ୍ପିଟାଲ୍‌ରେ VIP କଲ୍‌ଚର: ଗର୍ଭବତୀଙ୍କୁ ଅଣଦେଖା, ଜିଲ୍ଲାପାଳଙ୍କ ପତ୍ନୀଙ୍କୁ ସ୍ପେଶାଲ୍‌ ଟ୍ରିଟ୍‌ମେଣ୍ଟ

sundergarh collector's wife

Advertisment

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ମାତୃ ଓ ଶିଶୁ ହସ୍ପିଟାଲରେ ଭିଆଇପି କଲ୍‌ଚରକୁ ନେଇ ସୋସିଆଲ୍‌ ମିଡିଆରେ ଭିଡିଓ ଭାଇରାଲ୍‌ ହୋଇଛି। ଜିଲ୍ଲାପାଳଙ୍କ ପତ୍ନୀଙ୍କୁ ଭିଆଇପି ସେବା ଯୋଗାଇ ଦିଆଯାଇଥିବା ଅଭିଯୋଗ ହୋଇଛି। ଭାଇରାଲ୍‌ ଭିଡିଓରେ ସୁନ୍ଦରଗଡ଼ ଜିଲ୍ଲା ଖମାରୀପଡ଼ାର ଦୀପାଞ୍ଜଳି ପତି ନାମକ ଜଣେ ମହିଳା ଅଭିଯୋଗ ଆଣି କହିଛନ୍ତି, ଅଲଟ୍ରାସାଉଣ୍ଡ କରିବା ଲାଗି ଗର୍ଭବତୀମାନେ ଘଣ୍ଟା ଘଣ୍ଟା ଧରି ହସ୍ପିଟାଲ୍‌ରେ ଅପେକ୍ଷା କରିଥିବାବେଳେ, ଡାକ୍ତର କିମ୍ବା ନର୍ସ ସେମାନଙ୍କର ଚିକିତ୍ସା କରିନଥିଲେ। ହେଲେ ଜିଲ୍ଲାପାଳଙ୍କ ପତ୍ନୀ ଆସିବାରୁ ଡାକ୍ତର ଓ ନର୍ସ ତତ୍ପର ହୋଇ ତାଙ୍କର ଚିକିତ୍ସା କରିଥିଲେ।

Advertisment

ଦୀପାଞ୍ଜଳି ଅଭିଯୋଗ କରିଛନ୍ତି ଯେ, ମୋର ୯ ମାସର ଅଲଟ୍ରାସାଉଣ୍ଡ ଟେଷ୍ଟ୍‌ ପାଇଁ ହସ୍ପିଟାଲ୍‌ ଆସିଥିଲି। ମୋ ପରି ଆହୁରି ୧୨ ଜଣ ଗର୍ଭବତୀ ଥିଲେ। ସକାଳ ୯ଟାରୁ ୧୨ଟା ପର୍ଯ୍ୟନ୍ତ ବସିଲୁ, କିନ୍ତୁ ସେତେବେଳ ଯାଏ ଡାକ୍ତରଙ୍କ ଦେଖା ନଥିଲା। କିନ୍ତୁ ଯେତେବେଳେ ଜିଲ୍ଲାପାଳଙ୍କ ପତ୍ନୀ ଆସିଲେ ସଙ୍ଗେ ସଙ୍ଗେ ଡାକ୍ତର ପ୍ରକଟ ହୋଇଗଲେ। ଅଧ ଘଣ୍ଟା ଯାଏ ତାଙ୍କର ଅଲଟ୍ରାସାଉଣ୍ଡ କରାଗଲା। ଖାଲି ପେଟରେ ଆମେ ଅଢ଼େଇ  ଘଣ୍ଟା ଜଗିଲୁ, ଜିଲ୍ଲାପାଳଙ୍କ ପତ୍ନୀ ଯିବା ପରେ ଆମକୁ ସୁଯୋଗ ମିଳିଲା। ନିୟମ ସମସ୍ତଙ୍କ ପାଇଁ ସମାନ ହେବା ଦରକାର। ଯାହାକୁ ସ୍ପେଶାଲ୍‌ ଟ୍ରିଟ୍‌ମେଣ୍ଟ୍‌ ଦରକାର, ସେ ସ୍ପେଶାଲ ଯାଉ। ତେବେ ଦୀପାଞ୍ଜଳିଙ୍କ ଅଭିଯୋଗ ନେଇ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।

ସୂଚନାଥାଉ କି, ଗତକାଲି ସକାଳ ପ୍ରାୟ ୯ଟା ବେଳେ ଦୀପାଞ୍ଜଳିଙ୍କ ସହିତ ୧୩ ଜଣ ଗର୍ଭବତୀ ମହିଳା ସୁନ୍ଦରଗଡ଼ ମାତୃ ଓ ଶିଶୁ ହସ୍ପିଟାଲକୁ ଅଲଟ୍ରାସାଉଣ୍ଡ ପାଇଁ ଆସିଥିଲେ। ଏମାନେ ପାଖାପାଖି ସକାଳ ୯ଟାରୁ ୧୨ଟା ପର୍ଯ୍ୟନ୍ତ ନଖାଇ ନପିଇ ଖାଲି ପେଟରେ ବସି ଡାକ୍ତରଙ୍କୁ ଅପେକ୍ଷା କରିଥିଲେ। ଏହି ସମୟରେ ଜିଲ୍ଲାପାଳଙ୍କ ପତ୍ନୀ ଅଲଟ୍ରାସାଉଣ୍ଡ ପାଇଁ ହସ୍ପିଟାଲ୍ ଆସିଥିଲେ। ଏହାପରେ ସିଡିଏମଓଙ୍କ ସମେତ ଡାକ୍ତର, ଷ୍ଟାଫମାନେ ତତ୍ପର ହୋଇଯାଇଥିଲେ ଓ ଜିଲ୍ଲାପାଳ ପତ୍ନୀଙ୍କ ଅଲଟ୍ରାସାଉଣ୍ଡ କରିଥିଲେ। ଅଧ ଘଣ୍ଟା ପର୍ଯ୍ୟନ୍ତ ତାଙ୍କର ଅଲଟ୍ରାସାଉଣ୍ଡ ହୋଇଥିଲା। ଏହି ସମୟରେ ସେଠାରେ ଅଲଟ୍ରାସାଉଣ୍ଡ ପାଇଁ ସକାଳ ୯ଟା ରୁ ଅପେକ୍ଷା କରିଥିବା ୯ ମାସର ଗର୍ଭବତୀ ଦୀପଞ୍ଜଳି ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଥିଲେ।

Advertisment
Sundergarh Viral Videos
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ