Jharsuguda-IB-River-Flood Photograph: (OTV)
ଦିନ ଗଡ଼ିଲେ ଏଠି ଭୟ ବଢ଼େ । ବର୍ଷା ଋତୁ ଆସିଲେ ଛାତିରେ ପଶେ ଛନକା । ଛତିଶଗଡ଼ ପାଣି ଛାଡ଼ିଲେ ଏମାନେ ଡରି ଡରି ବଞ୍ଚନ୍ତି । ଆଉ ଏମାନଙ୍କ ଜୀବନ ଜୀବିକା କଥା ନକହିବା ଭଲ । ଝାରସୁଗୁଡା ଜିଲ୍ଲାର ଇବ ନଦୀ । ବ୍ରଜରାଜନଗର ରାଜପୁର ପଂଚାୟତର ଦେଓ ଗାଁ ଠାରେ ଇବ ଓ ବସୁନ୍ଧରା ନଦୀର ସଙ୍ଗମ ହୋଇଛି । ନଦୀର ଗର୍ଭ ବାଲି ଶଯ୍ୟା ଦିଶୁଛି । ଆଉ ଏଇଠି ପ୍ରାୟ ୧୨ ଗାଁ ଲିନ ହେବାକୁଯାଉଛି । କାରଣ, ଛତିଶଗଡ଼ ବନ୍ୟା ପାଣି ଛାଡ଼ିଲେ ଦେଓଗାଁ, କଟାପାଲି, ଗଣ୍ଡଘରା, ରେମଜା, ସାହୁପଡା, ତେଲେନପାଳି, ଇଟାଭଟା ଭଳି ଗାଁ ଜଳମଗ୍ନ ହୋଇପାରେ । ସେହିପରି ତାଲପଟିଆ, ଦୁର୍ଲଗା, ଜମେରା, ପୁଡ଼ାପାଲି ଗାଁ ଗୁଡ଼ିକ ଇବ ନଦୀ କୂଳରେ ରହିଛି ।
ନଦୀରୁ ବେଆଇନ ବାଲି ଚାଲାଣ ହେଉଥିବାରୁ ବନ୍ୟାଜଳ ମାଡ଼ରେ ମାଟି ଅତଡ଼ା ଧସେ । ତେଣୁ ଚିନ୍ତାରେ ଥାଆନ୍ତି ଏହି ଗାଁ ଗୁଡ଼ିକର ଲୋକମାନେ । ଆଗକୁ ନଦୀ ପାର୍ଶ୍ୱରେ ପଥର ପେକିଂ ନକରାଗଲେ ଗାଁ ଗୁଡ଼ିକ ପ୍ରତି ବିପଦ ଉପୁଜିପାରେ । ଜିଲ୍ଲା ପ୍ରଶାସନ ଏହାର ମାଷ୍ଟରପ୍ଲାନ କରି ଶୀଘ୍ର ନଦୀ ବନ୍ଧ ଗୁଡ଼ିକର କାମ ଆରମ୍ଭ କରାଇବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି । ହେଲେ ଏ ନେଇ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/06/jharsuguda-ib-river-flood-2025-12-06-16-57-12.jpg)