Advertisment

Villagers Oppose Bridge Location Shift: ଗୋଟିଏ ସ୍ଥାନରେ ପୋଲ ନିର୍ମାଣ କାର୍ଯ୍ୟାଦେଶ; ବାଲି ମାଫିଆଙ୍କ ସ୍ୱାର୍ଥ ପାଇଁ ପରିବର୍ତ୍ତନ

ସରକାରୀ କାର୍ଯ୍ୟାଦେଶକୁ ଅଣଦେଖା କରି ପୋଲ ନିର୍ମାଣ ସ୍ଥାନ ବଦଳ କରାଯିବା ଅଭିଯୋଗକୁ ନେଇ ଗ୍ରାମାଞ୍ଚଳରେ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି। ପୋଲ କାର୍ଯ୍ୟ ସ୍ଥାନାନ୍ତରଣ ବିରୋଧରେ ଝୁଣ୍ଟୁଣା ପଞ୍ଚାୟତ ଅନ୍ତର୍ଗତ ଦାଦେଶ୍ୱର ଗ୍ରାମବାସୀ ଜୋରଦାର ପ୍ରତିବାଦ କରିଛନ୍ତି।

Villagers Oppose Bridge Location Shift

ଗୋଟିଏ ସ୍ଥାନରେ ପୋଲ ନିର୍ମାଣ କାର୍ଯ୍ୟାଦେଶ; ବାଲି ମାଫିଆଙ୍କ ସ୍ୱାର୍ଥ ପାଇଁ ପରିବର୍ତ୍ତନ Photograph: (OTV)

Advertisment

ସରକାରୀ କାର୍ଯ୍ୟାଦେଶକୁ ଅଣଦେଖା କରି ପୋଲ ନିର୍ମାଣ ସ୍ଥାନ ବଦଳ କରାଯିବା ଅଭିଯୋଗକୁ ନେଇ ଗ୍ରାମାଞ୍ଚଳରେ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି। ପୋଲ କାର୍ଯ୍ୟ ସ୍ଥାନାନ୍ତରଣ ବିରୋଧରେ ଝୁଣ୍ଟୁଣା ପଞ୍ଚାୟତ ଅନ୍ତର୍ଗତ ଦାଦେଶ୍ୱର ଗ୍ରାମବାସୀ ଜୋରଦାର ପ୍ରତିବାଦ କରି ଜିଲ୍ଲାପାଳଙ୍କୁ ଭେଟି ନିଜ ଦାବି ଉପସ୍ଥାପନ କରିଛନ୍ତି।

Advertisment

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ସାଧାରଣ ଯାତାୟାତ ସୁବିଧା ଦୃଷ୍ଟିରୁ ଗ୍ରାମ ରାସ୍ତାକୁ ସଂଲଗ୍ନ କରି ବୈତରଣୀ ନଦୀର ଦାଦେଶ୍ୱର ନାଳ ଉପରେ ପୋଲ ନିର୍ମାଣ ପାଇଁ ପୂର୍ବରୁ ସରକାରୀ କାର୍ଯ୍ୟାଦେଶ ଜାରି ହୋଇଥିଲା। କିନ୍ତୁ କେତେକ ବାଲି ମାଫିଆ ନିଜସ୍ୱ ସ୍ୱାର୍ଥ ସାଧନ ପାଇଁ ଏହି ପୋଲ ନିର୍ମାଣ କାର୍ଯ୍ୟକୁ ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଚେଷ୍ଟା କରୁଥିବା ଗୁରୁତର ଅଭିଯୋଗ ହୋଇଛି।

ଏନେଇ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କୁ ସାକ୍ଷାତ୍ କରି କାର୍ଯ୍ୟାଦେଶ ହୋଇଥିବା ସ୍ଥାନରେ ହିଁ ପୋଲ ନିର୍ମାଣ କରାଯାଉ ବୋଲି ଦୃଢ଼ ଦାବି ରଖିଛନ୍ତି। ଏହା ସହିତ ସେମାନେ ଚେତାବନୀ କରାଇଛନ୍ତି ଯେ, ଯଦି ଦାଦି ପୂରଣ ନହୁଏ, ତେବେ ଆଗାମୀ ଦିନରେ ଗ୍ରାମବାସୀ ଆନ୍ଦୋଳନାତ୍ମକ ପନ୍ଥା ଅପଣାଇବାକୁ ବାଧ୍ୟ ହେବେ।

Advertisment

ଏହି ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ତୀବ୍ର ହୋଇଥିବା ବେଳେ, ପ୍ରଶାସନ ପକ୍ଷରୁ କି ପଦକ୍ଷେପ ଗ୍ରହଣ କରାଯିବ, ସେଥିପାଇଁ ସମସ୍ତଙ୍କ ନଜର ରହିଛି।

Sand Mafia Sand Mafia In Odisha Bridge Construction
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ