Advertisment

କୋଭିଡ୍ ଟେଷ୍ଟ ପାଇଁ ଯାଇଥିବା ମେଡିକାଲ୍‌ ଟିମ୍‌କୁ ବନ୍ଧକ ରଖିଲେ ଲୋକେ

ବଲାଙ୍ଗିର: କୋଭିଡ୍ ଟେଷ୍ଟ ପାଇଁ ଗାଁକୁ ଯାଇଥିବା ମେଡିକାଲ୍‌ ଟିମ୍‌କୁ ବନ୍ଧକ ରଖିଲେ ଗାଁ ଲୋକେ। କୋଭିଡ୍‌ ପରୀକ୍ଷା ପରେ ପଜିଟିଭ ରିପୋର୍ଟ ଉପରେ ସନ୍ଦେହ ପ୍ରକାଶ କରି ମେଡିକାଲ୍‌ ଟିମ୍‌କୁ ଗ୍ରାମବାସୀମାନେ ୫ ଘଣ୍ଟା ପର୍ଯ୍ୟନ୍ତ ଅଟକ ରଖି ଦେଇଥିଲେ। ବଲାଙ୍ଗିର ଜିଲ୍ଲା ସଦର ବ୍ଲକ୍‌ ଅନ୍ତର୍ଗତ ବରଗାଁରେ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି। ସୂଚନା ଅନୁସାରେ, ଗତ ୧୮ ତାରିଖ ଦିନ ବୈଦିପାଲି ଗାଁର ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ […]

କୋଭିଡ୍ ଟେଷ୍ଟ ପାଇଁ ଯାଇଥିବା ମେଡିକାଲ୍‌ ଟିମ୍‌କୁ ବନ୍ଧକ ରଖିଲେ ଲୋକେ

villagers detain medical team

Advertisment

ବଲାଙ୍ଗିର: କୋଭିଡ୍ ଟେଷ୍ଟ ପାଇଁ ଗାଁକୁ ଯାଇଥିବା ମେଡିକାଲ୍‌ ଟିମ୍‌କୁ ବନ୍ଧକ ରଖିଲେ ଗାଁ ଲୋକେ। କୋଭିଡ୍‌ ପରୀକ୍ଷା ପରେ ପଜିଟିଭ ରିପୋର୍ଟ ଉପରେ ସନ୍ଦେହ ପ୍ରକାଶ କରି ମେଡିକାଲ୍‌ ଟିମ୍‌କୁ ଗ୍ରାମବାସୀମାନେ ୫ ଘଣ୍ଟା ପର୍ଯ୍ୟନ୍ତ ଅଟକ ରଖି ଦେଇଥିଲେ। ବଲାଙ୍ଗିର ଜିଲ୍ଲା ସଦର ବ୍ଲକ୍‌ ଅନ୍ତର୍ଗତ ବରଗାଁରେ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି।

Advertisment

ସୂଚନା ଅନୁସାରେ, ଗତ ୧୮ ତାରିଖ ଦିନ ବୈଦିପାଲି ଗାଁର ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପର୍ଯ୍ୟାୟ କ୍ରମେ ବରଗାଁରେ ଚୁଡାପାଲି ମେଡିକାଲ୍‌ ଟିମ୍‌ ପକ୍ଷରୁ RTPCR ଟେଷ୍ଟ୍‌ କରାଯାଇଥିଲା। ଏହାପରେ ଗାଁର ୭୦ ଜଣ ପଜିଟିଭ ଚିହ୍ନଟ ହୋଇଥିବା ରିପୋର୍ଟ ଆସିଥିଲା।

ଗତକାଲି ପୋଲିସ୍‌ ଓ ମେଡିକାଲ୍‌ ଟିମ୍‌ ଗାଁକୁ ଯାଇ ଥିବାବେଳେ ଗାଁ ଲୋକେ ମେଡିକାଲ୍‌ ଟିମ୍‌କୁ ୫ ଘଣ୍ଟା ପର୍ଯ୍ୟନ୍ତ ଅଟକ ରଖିଥିଲେ। ପଜିଟିଭ ଚିହ୍ନଟ ହୋଇଥିବା କୌଣସି ଲୋକଙ୍କର କିଛି ବି ଲକ୍ଷଣ ନଥିବା ଗାଁ ଲୋକେ କହିଛନ୍ତି। ଏହାସହ ଭିଡିଓ ମାଧ୍ୟମରେ ଆଉ ଥରେ ଅନ୍ୟ ସ୍ଥାନରେ RTPCR ଟେଷ୍ଟ୍ କରିବା ପାଇଁ ଜିଲ୍ଲାପାଳଙ୍କୁ ଗ୍ରାମବାସୀ ଅନୁରୋଧ କରିଛନ୍ତି। ବିଳମ୍ବିତ ରାତି ପର୍ଯ୍ୟନ୍ତ ମେଡିକାଲ୍‌ ଟିମ୍‌କୁ ଅଟକ ରଖିବା ପରେ ଗାଁ ଲୋକେ ଶେଷରେ ସେମାନଙ୍କୁ ଛାଡ଼ିଥିଲେ।

Advertisment

ରାଜ୍ୟରେ ୬,୧୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ‌ରୁ ୩,୫୭୫ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କଣ୍ଟାକ୍ଟସ୍‌ ୨,୫୮୯ ରହିଥିଲା। ଗତକାଲି ଖୋର୍ଦ୍ଧାରୁ ସର୍ବାଧିକ ୧,୧୩୨ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ସେପଟେ ପଶ୍ଚିମବଙ୍ଗରୁ ଯେକୌଣସି ବ୍ୟକ୍ତି ଓଡ଼ିଶା ଆସିଲେ ୧୪ ଦିନ କ୍ୱାରେଣ୍ଟିନ୍‌ରେ ରହିବେ। ପଶ୍ଚିମବଙ୍ଗରେ କରୋନା ଉଗ୍ର ରୂପ ନେଇଥିବାରୁ ରାଜ୍ୟ ସରକାର ଏହି କଟକଣା ଜାରି କରିଛନ୍ତି। ଏହାସହ ପଶ୍ଚିମବଙ୍ଗ ସହ ଲାଗିଥିବା ସବୁ ରାସ୍ତାରେ ଚେକିଂ କଡ଼ାକଡ଼ି ହେବ।

Advertisment

ଅନ୍ୟପକ୍ଷେ, ଦେଶକୁ ଘାରିଲାଣି ଆଉ ଏକ ନୂଆ ଚିନ୍ତା। କିଛି ସଂକ୍ରମିତଙ୍କ ଠାରେ ଠାବ ହୋଇଛି କରୋନା ଭୂତାଣୁର ଟ୍ରିପଲ୍ ମ୍ୟୁଟାଣ୍ଟ୍ ଭାରିଆଣ୍ଟ୍। ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଦିଲ୍ଲୀ ଓ ଛତିଶଗଡ଼ରେ ଏହା ଠାବ ହୋଇଥିଲେ ବି ପଶ୍ଚିମବଙ୍ଗକୁ ଏହାର ହଟ୍‌ସ୍ପଟ୍‌ ବୋଲି ଅନୁମାନ କରାଯାଉଛି। ତେଣୁ ଟ୍ରିପଲ୍ ମ୍ୟୁଟାଣ୍ଟ୍ ଷ୍ଟ୍ରେନ୍‌କୁ ବେଙ୍ଗଲ୍ ଷ୍ଟ୍ରେନ୍ ବୋଲି କିଛି ବିଶେଷଜ୍ଞ କହୁଛନ୍ତି। ଏସବୁ ଭିତରେ ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ମେ’ ପହିଲାରୁ ଆରମ୍ଭ ହେବ। ଏଥିରେ ୧୮ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଟିକା ଦିଆଯିବ। ଏଥିପାଇଁ ଆସନ୍ତା ୨୪ ତାରିଖରୁ ପଞ୍ଜୀକରଣ ହେବ। ଟିକା ନେବାକୁ ଇଚ୍ଛୁକ ବ୍ୟକ୍ତି କୋ ୱିନ୍ ପୋର୍ଟାଲରେ ପଞ୍ଜୀକରଣ କରିପାରିବେ।

Corona Breaking News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ