tukuni
Advertisment
ଟିଟିଲାଗଡ଼(ମାନସ ରଞ୍ଜନ ମହାନ୍ତି): ଭୋଟ୍ ମାଗିବାକୁ ଯିବାବେଳେ ଟିଟିଲାଗଡ଼ ବିଜେଡି ବିଧାୟକ ପ୍ରାର୍ଥୀ ଟୁକୁନି ସାହୁ ହଟହଟା। ଗତ ୫ ବର୍ଷ ଧରି ଅଞ୍ଚଳର କୌଣସି ଉନ୍ନତି ହୋଇନଥିବା କହି ତାଙ୍କୁ ଟିଟିଲାଗଡ଼ ଶିଭ୍ରଟାପଡ଼ାର ବାସିନ୍ଦା ଘେରିଯାଇଥିଲେ। ଏମିତିକି ପାଣି, ରାସ୍ତା, ବିଦ୍ୟୁତ୍ ସମସ୍ୟାକୁ ନେଇ ବିଧାୟିକାଙ୍କୁ ପ୍ରଶ୍ନବାଣରେ ଘାଇଲା କରିଥିଲେ ଭୋଟର।
Advertisment
କେବଳ ଟୁକୁନି ସାହୁ ନୁହଁନ୍ତି ତାଙ୍କ ସହ ଥିବା ବିଜେଡିର ଅନ୍ୟ ନେତାଙ୍କୁ ବି ଅଞ୍ଚଳବାସୀ ଘେରିଥିଲେ। ସେ ସମୟର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି। ତେବେ ଏ ଘଟଣାକୁ ନେଇ ଟୁକୁନି ସାହୁଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/tukuni_1626342271.jpg)