Advertisment

ଟିକା ନେବାକୁ ରୋକଠୋକ୍ ମନା କରିଦେଲେ ଲୋକେ

ବ୍ରହ୍ମପୁର: ଟିକା ନେବାକୁ ରୋକଠୋକ୍ ମନା କରିଦେଲେ ଲୋକେ। ଟିକା ନେଲେ ଲୋକେ ମରିଯାଉଛନ୍ତି ବୋଲି ଗୁଜବ ଶୁଣିବା ପରେ ଏବେ ଏଇ ଅବସ୍ଥା। କେତେ ସଚେତନ କଲେ ବି ଟିକା ନେବାକୁ ମଙ୍ଗୁନାହାନ୍ତି ଗ୍ରାମାଞ୍ଚଳ ଲୋକେ। ଗଞ୍ଜାମ ଜିଲ୍ଲା ସୋରଡା…

ଟିକା ନେବାକୁ ରୋକଠୋକ୍ ମନା କରିଦେଲେ ଲୋକେ

tika]

Advertisment

ବ୍ରହ୍ମପୁର: ଟିକା ନେବାକୁ ରୋକଠୋକ୍ ମନା କରିଦେଲେ ଲୋକେ। ଟିକା ନେଲେ ଲୋକେ ମରିଯାଉଛନ୍ତି ବୋଲି ଗୁଜବ ଶୁଣିବା ପରେ ଏବେ ଏଇ ଅବସ୍ଥା। କେତେ ସଚେତନ କଲେ ବି ଟିକା ନେବାକୁ ମଙ୍ଗୁନାହାନ୍ତି ଗ୍ରାମାଞ୍ଚଳ ଲୋକେ। ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକର ବଦାଙ୍ଗି ପଂଚାୟତରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଘରକୁ ଘର ବୁଲି ଅଙ୍ଗନାବାଡ଼ି ଦିଦି, ଏଏନ୍ଏମଙ୍କ ସହ ସ୍ୱାସ୍ଥ୍ୟ କର୍ମୀ ଟିକା ନେବା ଲାଗି ଲୋକଙ୍କୁ ବୁଝାଉଥିବା ବେଳେ ଲୋକେ ଟିକା ନେବା ଲାଗି ସିଧା ମନାକରୁଛନ୍ତି।

Advertisment

ଏଠାକାର ବେଲାପାନୁ,ମଧୁରବନ୍ଧ, ପିପଳପଙ୍କା, ମୟାଙ୍ଗି, ଲବଣିସର ଭଳି ଆଦିବାସୀ ଗାଁର ଲୋକେ ଟିକା ନାଁ ଶୁଣିଲେ ତାଟି କବାଟ ପକାଇ ଘରେ ରହୁଛନ୍ତି। ସେପଟେ ଗାଁ କଲ୍ୟାଣ ସମିତି ପକ୍ଷରୁ ଡ଼ାକବାଜି ଯନ୍ତ୍ର ଦ୍ୱାରା ଲୋକମାନଙ୍କୁ ଟିକା ଦେବା ପାଇଁ ପରାମର୍ଶ ଦିଅଯାଉଛି।

କର୍ମୀମାନେ ଘରକୁ ଘର ବୁଲି ଟିକା ନେବାକୁ ଲୋକଙ୍କୁ କହୁଛନ୍ତି। ସୋରଡ଼ା ବ୍ଲକରେ ୪୫ରୁ ଅଧିକ ବୟସ ବ୍ୟକ୍ତିଙ୍କ ପାଇଁ ୪୪ ହଜାର ଲୋକଙ୍କୁ ଟିକାକରଣ ଲକ୍ଷ ରଖାଯାଇଥିବା ବେଳେ ମାତ୍ର ୧୧ହଜାର ଜଣ ବ୍ୟକ୍ତିଙ୍କ ଟିକାକରଣ ହୋଇଥିବା ଜଣାପଡିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ